ହେଡଲାଇନସ୍:

 ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ,  ରେଡ଼କ୍ରସ ପକ୍ଷରୁ ପୀଡିତାଙ୍କ ପରିବାର କୁ ୩0 ହଜାର ଟଙ୍କା ପ୍ରଦାନ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ  ପଛ ପଟେ ନାବାଳିକା ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ଘଟଣା 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅଇଁଠାପାଲି ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ ପଛପଟେ ଜଣେ ନାବାଳିକା, ଜନ୍ମରୁ ମୁକ ବଧିର  ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ଘଟଣା ଘଟିବାର ୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପାଖରେ ଖବର ନାହିଁ ବୋଲି ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ l ଜ଼ିଲ୍ଲାପାଳ ଶୁଭମ ସକ୍ନସେନାଙ୍କ ନିର୍ଦେଶକ୍ରମେ ଜ଼ିଲ୍ଲା ରେଡ଼କ୍ରସ ପକ୍ଷରୁ ପୀଡିତା ଙ୍କ ପରିବାରକୁ ନଗଦ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି  l ରେଡକ୍ରସ ସଚିବ ଶୁଭସ୍ମିତା ମିଶ୍ରଙ୍କ ପରାମର୍ଶ କ୍ରମେ କ୍ଷେତ୍ର ଅଧିକାରୀ ପ୍ରମିଳା  ବେହେରା ପହଂଚି ନଗଦ ୩୦ ହଜାର  ଟଙ୍କା ପୀଡିତା ଙ୍କ ମା'ଙ୍କୁ ପ୍ରଦାନ କରିଥିଲେ l ଏହି ଅବସରରେ ବିଜେଡି ସମ୍ବଲପୁର ଜ଼ିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ, ସମାଜସେବୀ ତଥା ରେଡ଼କ୍ରସ ପେଟ୍ରନ ସଭ୍ୟ ନିହାଲ ସିଂ, ବୁଧୁ ରାମ ମୁଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ l ତେବେ, ରେଡକ୍ରସ ପକ୍ଷରୁ ଟଙ୍କା ପ୍ରଦାନ ପାଇଁ ଯାଇଥିବା ବେଳେ ପରିବାର ସେଠାରେ ନ ଥିବା ଦେଖିବାକୁ ମିଳିଥିଲା l ପରେ ଖବର ପାଇ ପୀଡିତା କୁ ନେଇ ତାର ମା ଆସିବା ପରେ ଅଭିଯୁକ୍ତ ଙ୍କ ପରିବାର ସର୍ବ ସମ୍ଭୁଖ ରେ ଜୀବନରେ ମାରି ଦେବାକୁ ଧମକ ଦେଉଥିବାରୁ ପଡାଛାଡି ତାଙ୍କ  ବାପ ଘର  ଅଇଁଠାପାଲି ବଡପଡା ରେ ଆଶ୍ରୟ ନେଇ ଥିବା ପୀଡିତା ଯୁବତୀ ର ମା' ପ୍ରକାଶ କରିଥିଲେ l  ତେବେ  ଖୋଦ ଜ଼ିଲ୍ଲା ପୋଲିସ ର  ଅଇଁଠାପାଲି ସଦର ଏସଡିପିଓ ଏବଂ ଅନ୍ୟ ପଟେ ଅଇଁଠାପାଲି ଥାନା କାର୍ଯ୍ୟାଳୟଠୁ ଅନତିଦୂରରେ ଘଟଣାଟି ଘଟିବାର ୫ ଦିନ ଅତିବାହିତ ହୋଇଥିଲେ ସୁଦ୍ଧା ଏ ସମ୍ପର୍କରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧକାରୀ ଙ୍କ ପାଖରେ  ଅବା  ଗଣମାଧ୍ୟମ ପାଖରେ ଖବର ନ ପହଂଚିବା ସମସ୍ତଙ୍କୁ ବିସ୍ମିତ କରିଛି  l 

ପୀଡିତା ଯୁବତୀ ର ମା' ଙ୍କ  ଅଭିଯୋଗ ପରେ କିନ୍ତୁ ପୋଲିସ ତା.୨୯ ତାରିଖ କେଶ ନମ୍ବର : ୦୨୫୫, ଆପିସି ର ଧାରା ୪୫0, ୩୭୬(୨), ୩୭୬, ପୋସ୍କୋ ନିୟମ ୪ (୨) ରେ ମାମଲା ରୁଜ୍ଜୁ କରି ତୁରନ୍ତ ପଦକ୍ଷେପ ସଦୃଶ  ଅଭିଯୁକ୍ତ ସେହି ପଡା ର ସୁଗା ମୁଣ୍ଡା (୨୦) ଙ୍କୁ ଗିରଫ କରି ଏହାରି ମଧ୍ୟରେ କୋର୍ଟ ଚାଲାଣ ମଧ୍ୟ କରିସାରିଛି l କିନ୍ତୁ, ଅଇଁଠାପାଲି ଥାନା ପୋଲିସ ପଛ ପଟେ ଥିବା  ଦିବ୍ୟାଙ୍ଗ  ପୀଡିତା ଯୁବତୀ ର ଘର କୁ ଆଜି ସୁଦ୍ଧା ନ ଯିବା ଏବଂ ଥାନା ରେ ବସି  ରିପୋର୍ଟ ଲେଖିବା  ଆଦର୍ଶ  ପୋଲିସ ଷ୍ଟେସନ ଅଇଁଠାପାଲି ର କାର୍ଯ୍ୟ ଉପରେ  ପ୍ରଶ୍ନବାଚୀ ସୃଷ୍ଟି କରୁଛି l କେବଳ ଏତିକି ନୁହେଁ ନିଜ ଥାନା ପଛ ପଟେ ଥିବା ପୀଡିତା ଯୁବତୀ ର କେନାଲ ପଡା ସ୍ଥିତ ଘର ର  ଦୂରତା  ଅତି ବେଶୀ ରେ ( ଗାଡ଼ିରେ ଗଲେ ) ୫ ଶହ ମିଟର ରାସ୍ତା କୁ ଏଫଆଇଆର କପି ରେ ୫ କିଲୋମିଟର ଲେଖିବା ଘଟଣା ପୋଲିସ ର ଥାନା ରେ ବସି ରିପୋର୍ଟ ଲେଖିବା କୁ ସତ୍ୟ ପ୍ରମାଣିତ କରୁଛି l ନିଜ ନାକ ତଳେ ଘଟି ଥିବା ଏଭଳି ଏକ ସ୍ପର୍ଶ କାତର ଘଟଣା କୁ ହାଲୁକା ତରବରିଆ ଭାବେ ପୋଲିସ ଯଦି ଗ୍ରହଣ କରୁଛି ତେବେ ଦୂର ଦୁରନ୍ତ କଥା କିଏ ପଚାରେ ବୋଲି ବୁଦ୍ଧିଜୀବୀ ମତ ପ୍ରକlଶ କରିଛନ୍ତି l  ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼. କନୱାର ବିଶାଳ ସିଂ ଏହି ଘଟଣା ର ତଦନ୍ତ କରିବାକୁ ଦାବୀ ହୋଇଛି l ପ୍ରାପ୍ତ ସୂଚନା ରୁ ଜଣାଯାଇଛି ଯେ, ଘଟଣା ଗତ  ୨୯ ତାରିଖ ପ୍ରାତଃ ୫ ଟା ସମୟରେ ଅଇଁଠାପାଲି  ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ ପଛପଟେ ରହୁଥିବା ଜଣେ ୧୫ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀକୁ ଅଇଁଠାପାଲି ସ୍ଥିତ ଏକ ହୋଟେଲରେ କାର୍ଯ୍ୟ କରୁଥିବା ସେହି ପଡା ର ସୁଗା ମୁଣ୍ଡା(୨୦) ନାମକ  ଜଣେ ଯୁବକ ଘରେ ପଶି ଦୁଷ୍କର୍ମ କରିଥିଲା l ପୀଡିତା ଙ୍କ ମା' ଙ୍କ ପକ୍ଷରୁ  ଅଇଁଠାପାଲି ଥାନା ପୋଲିସ ରେ ଅଭିଯୋଗ ହେବା ପରେ ପୋଲିସ ଯୁବତୀ କୁ ଉଦ୍ଧାର କରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ  ବୁର୍ଲା ଡାକ୍ତରଖାନା ନେଇ ଡାକ୍ତରି ମାଇନା  କରିଥିଲା l ପୋଲିସ କିନ୍ତୁ, ତୁରନ୍ତ ପଦକ୍ଷେପ ସଦୃଶ ଅଭିଯୁକ୍ତ କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି l ଅନ୍ୟ ପକ୍ଷରେ ପୀଡିତା ନାବାଳିକା ଦିବ୍ୟାଙ୍ଗ ଯୁବତୀର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ଏବଂ କିଛି ଖାଉ ନ ଥିବା ଯୁବତୀ ର ମା'  ପ୍ରକାଶ କରିଛନ୍ତି l ଗତ ୫ ବର୍ଷ ହେବ ପୀଡିତା ଯୁବତୀ ର ବାପା ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମା' ମଜୁରୀ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି l 

      ବୁଧବାର ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସମ୍ବଲପୁର ଜ଼ିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସଙ୍କ ସହିତ ସମାଜସେବୀ ନିହାଲ ସିଂ ପୀଡିତା ଯୁବତୀ ଙ୍କ ଘରେ  ପହଂଚି ଥିଲେ l ତୁରନ୍ତ, ଜ଼ିଲ୍ଲା ରେଡ଼କ୍ରସରୁ ସାହାଯ୍ୟ କରିବା ଏବଂ ଯୁବତୀ ର ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିବାକୁ ଜ଼ିଲ୍ଲାପାଳ ଶୁଭମ ସକସେନାଙ୍କୁ ବିଜେଡି ଜ଼ିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସ ଅନୁରୋଧ କରିଥିଲେ l ଅନ୍ୟ ପକ୍ଷରେ ସଦର ଏସଡିପିଓଙ୍କ କାର୍ଯ୍ୟାଳୟ  ପଛପଟେ ଜଣେ ନାବାଳିକା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ହେବା  ଘଟଣାର  ୫ ଦିନ ବିତିଯାଇଥିଲେ ମଧ୍ୟ   ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧକାରୀ ଙ୍କ ପାଖରେ ଖବର ନ  ପହଂଚିବା ଓ ପୋଲିସ କେଶ ରୁଜ୍ଜ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରି ଚୁପ ବସିବା, ପୀଡିତା ର ସ୍ୱାସ୍ଥ୍ୟ ଅବସ୍ଥା  ନେଇ କୌଣସି ପଦକ୍ଷେପ ନ ନେବା,ଘଟଣା କୁ ଗଣମାଧ୍ୟମ ଠାରୁ ଲୁଚାଇ ରଖିବା ଆଦି ଆଦର୍ଶ ପୋଲିସ ଷ୍ଟେସନ ଅଇଁଠାପାଲି ର ପାରିବା ପଣିଆଁ କୁ ପଦାରେ ପକାଇ ଦେଇଛି l

0
0
0
s2sdefault