ହେଡଲାଇନସ୍:

ଶିକ୍ଷା ବିଭାଗର ଦୃଷ୍ଟି ପଡିବ କି ?

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୃଥ୍ୱୀରାଜ ହାଇସ୍କୁଲ ଅସ୍ତିତ୍ବ ସଙ୍କଟରେ, ବୁଦ୍ଧିଜୀବୀ ଚିନ୍ତାରେ

19-04-18-bolangir.jpg - 144.91 kB

ବଲାଙ୍ଗୀରରୁ ନିରୋଜ ମିଶ୍ର :  ପାଟଣା ଷ୍ଟେଟର ସର୍ବପୁରାତନ ବିଦ୍ୟାଳୟ ପୃଥ୍ୱିରାଜ ହାଇସ୍କୁଲ ବଲାଙ୍ଗୀର ସହରର ମୁଖ୍ୟ ସ୍ଥାନରେ ଅବସ୍ଥିତ । ଏହି ସ୍କୁଲରୁ ଅନେକ ଛାତ୍ର ପାଠପଢ଼ି ରାଜ୍ୟ ,ଦେଶ, ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ଅନେକ ରାଜନିତିଜ୍ଞ, ବୈଜ୍ଞାନିକ ଓ ଦାର୍ଶନିକ ଏହି ସ୍କୁଲର ଛାତ୍ର । ପ୍ରତିବର୍ଷ ହଜାର ହଜାର ଛାତ୍ର ଏହି ହାଇସ୍କୁଲ ରେ ନିଜ ନାମ ଲେଖାଇବା ପାଇଁ ଲମ୍ବା ଧାଡିରେ ରହି ମଧ୍ୟ ସ୍ଥାନ ପାଇପାରୁନଥିଲେ । କିନ୍ତୁ ଆଜି ସ୍କୁଲର ଅବସ୍ଥା ସଙ୍କଟାପନ୍ନ । କିନ୍ତୁ ସ୍କୁଲ ର ଛାତ୍ର ସଂଖ୍ୟା ୩୦୦୦ରୁ ଅଧିକ ଥିବା ବେଳେ ବର୍ତ୍ତମାନ ମାତ୍ର ୬୫୦ ଜଣ ଛାତ୍ର ତଥା ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଏହି ସ୍କୁଲକୁ ଜିଲ୍ଲା ଶିକ୍ଷା ବିଭାଗ ୨୦୦୯ ସାଲରେ ପୋଷ୍ୟ ସ୍କୁଲ ରୁପେ ଗ୍ରହଣ କରିଥିଲେ । ୨୦୦୯ ରୁ ୨୦୧୮ ମଧ୍ୟରେ ଛାତ୍ର ସଂଖ୍ୟା ବର୍ଷକୁ ବର୍ଷ କମିବାରେ ଲାଗିଛି । ଶିକ୍ଷାର ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ କାହିଁକି ଅଭିଭାବକମାନେ ନିଜ ସନ୍ତାନମାନଙ୍କୁ ଏହି ସ୍କୁଲରେ ଦାଖଲ କରିବା ପାଇଁ ଇଛା ପ୍ରକଟ କରୁନାହାଁନ୍ତି, ତା’ର କାରଣ ହେଲା ଏଠାରେ ଚାଲିଥିବା ଅନ୍ତଦ୍ୱର୍ନ୍ଦ । ସ୍କୁଲ ପରିସରରେ ସମସ୍ତ ସୁବିଧା ସୁଯୋଗ ଅଛି । କିନ୍ତୁ ବ୍ୟବହାର ଉପଯୋଗୀ ନୁହେଁ ।

ମୋଦି ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦେଶରେ ସୁସ୍ଥ ବାତାବରଣ ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଏହି ସ୍କୁଲରେ ମୋଦି ଯୋଜନାର ଓଲଟା ଦୃଶ୍ୟ ଦେଖିବାକୁ ମିଳେ । ସ୍କୁଲ ପରିସରରେ ଅତ୍ୟାଧୁନିକ ଭାବେ ନିର୍ମିତ ପରିସ୍ରାଗାର ଓ ପାଇଖାନା ବବ୍ୟହାର ବ୍ୟବହାର ଯୋଗ୍ୟ ନୁହେଁ । ପାଣି ଅଭାବରୁ ମଇଳା ଆବର୍ଜନନା ଦୁର୍ଗନ୍ଧରେ ଭରପୁର ଏହି ପରିଶ୍ରାଗାର । ଛାତ୍ର ତଥା ଛାତ୍ର ଓ ଶିକ୍ଷକ ଏହି ଦୂଷିତ ସ୍ଥାନରେ ପରିଶ୍ରା କରୁଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ଅନୁମାନ କରାଯାଏ । ସ୍କୁଲରେ ଜଣେ ମହିଳା ସୁଇପର କାର୍ଯ୍ୟରତ ଥିବା ବେଳେ ଜଳର ଅଭାବ ହେତୁ ସଫା କରିବା କଷ୍ଟକର ହୋଇପଡୁଛି । ଇନ୍ଚାର୍ଚ୍ଚ ହେଡମାଷ୍ଟରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କାର୍ଯ୍ୟରତ କର୍ମଚାରୀଙ୍କ ବିପକ୍ଷରେ କହି ନିରୁପାୟ ବୋଲି କହିଥିଲେ ।

ଛାତ୍ରମାନଙ୍କ ଶିକ୍ଷା ନିମନ୍ତେ କମ୍ପ୍ୟୁଟର ବ୍ୟବସ୍ଥା ନାହିଁ କିମ୍ବା ଫଟୋ କପି ମେସିନ ନାହିଁ । ବହୁ ବର୍ଷର ଏକ ପୁରୁଣା କମ୍ପ୍ୟୁଟରରେ ସ୍କୁଲ୍ କାମ ଚାଲିଛି| ସ୍କୁଲରେ ବାଡ ଚର୍ତୁପାଶ୍ୱର୍ରେ ଉଠାଦୋକାନୀ ଦୋକାନୀ ଦୋକାନ ଦେଇ ସ୍କୁଲ ପରିସରକୁ ଆବର୍ଜନାମୟ କରୁଛନ୍ତି । ସ୍କୁଲର ଗେଟ୍ ସମ୍ମୁଖରେ ଥିବା ଦୋକାନରୁ ଭଡା ସୂତ୍ରରେ ହଜାର ହଜାର ଟଙ୍କା ଅସୁଲ ହେଉଥିଲେ ମଧ୍ୟ ତାହାର ହିସାବ ହେଉନଥିବା ଚର୍ଚ୍ଚାର ବିଷୟ ।

 

ସେଣ୍ଟନାରୀ ଗେଟ୍ ନିର୍ମାଣ ପାଇଁ ପୁରୁଣା ଛାତ୍ର ସଂଗଠନରେ ଅନେକ ଛାତ୍ର ହଜାର ହଜାର ଟଙ୍କାର ଚେକ୍ ସ୍କୁଲକୁ ପଠାଉଥିବା ବେଳେ କେହି ଟଙ୍କାର ହିସାବ ନଥିବା ସ୍କୁଲର ଅପାରଗତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ଟଙ୍କା କେଉଁ ଫଣ୍ଡରେ ଅଛି ବର୍ତ୍ତମାନର ଇନ -ଚାର୍ଜ  ହେଡମାଷ୍ଟ୍ର  ଜାଣିନାହାନ୍ତି । ହେଡମାଷ୍ଟର ଭାବେ ପୁଇଁତଳା ବ୍ଲକ୍ ଶିକ୍ଷାଧୀକାରୀ ଥିବା ବେଳେ ତାଙ୍କ ଅନୁପସ୍ଥିତରେ ଇନ-ଚାର୍ଜ  ହେଡମାଷ୍ଟ୍ର  ମୁଖ୍ୟ ହେଡ଼ ମାଷ୍ଟର ଙ୍କ ସିଟରେ ବସିବା କେତେ ଯଥାର୍ତ ? ତେବେ ଇନ -ଚାର୍ଜ  ହେଡମାଷ୍ଟ୍ର  ଶିକ୍ଷକ , ଶିକ୍ଷୟତ୍ରୀ ତଥା non-teaching ଷ୍ଟାଫ୍ ସହ ଠିକ୍ ସମ୍ପର୍କ ରଖି କାର୍ଯ୍ୟ ତୁଲାଇ ପାରୁନଥିବାରୁ ତାଙ୍କୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ଚର୍ଚ୍ଚାହେଉଛି । ସର୍ବପୁରାତନ ସ୍କୁଲର ନାମ ରହିଯାଇଛି । ହେଲେ ସ୍କୁଲର ଅନୁଶାସନ ଲୁପ୍ତ ହୋଇଯାଉଛି । କର୍ପୂର ଉଡିଯାଉଛି, ହେଲେ ହଜାର ଛିଦ୍ରରେ କନା ରହିଯାଇଛି ।

0
0
0
s2sdefault