ହେଡଲାଇନସ୍:

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

   ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ.ପ୍ରଦୀପ କୁମାର ପାତ୍ର ଉଦଘାଟନ କରିଥିଲେ।  ଉଦ୍ ଘାଟନ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ହରିମୋହନ ପଟ୍ଟନାୟକ , ସୁଶାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ। 

ଏହି ଶିବିର  ସମ୍ପର୍କରେ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଥିବା ଏବିଭିପିର ସହ-ସମ୍ପାଦକ କେ . ଯୁବରାଜ କହିଛନ୍ତି ଯେ ,  ବର୍ତ୍ତମାନ ଯେଉଁ କରୋନା ଭୁତାଣୁ ସଂକ୍ରମଣ ହେବାର ସମ୍ଭାବ୍ୟ ପରିସ୍ଥିତି ଦେଖା ଦେଇଛି , ବିଭିନ୍ନ ସ୍ତରରେ ତାର  କଡା ମୁକାବିଲା କରାଯାଉଛି ।

   ଏ ଦିଗରେ ଏବିଭିପି ମଧ୍ୟ  ଏହି କରୋନା ମୁକାବିଲାରେ ସାମିଲ ହୋଇ ୨୦ ଜଣ ରକ୍ତ ଦାନ କରିଛନ୍ତି । ଏତଦ୍ ବ୍ୟତୀତ ଆବଶ୍ୟକ ସ୍ଥଳେ ଯେମିତି ରକ୍ତର କୌଣସି  ଅଭାବନୀୟ ପରିସ୍ଥିତି ଦେଖା ନ ଦିଏ ଏବଂ ରକ୍ତର ଅଭାବରେ କାହାର ଯେମିତି ମୃତ୍ୟୁ ନ ହୁଏ , ସେଥିପାଇଁ  ଆଗକୁ ଆମେ ଆହୁରି ରକ୍ତଦାନ କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି  କହିଥିଲେ ।

   ରକ୍ତଭଣ୍ଡାରର ଡାଃ କେ.ରବିବାବୁ ଏବଂ ଖଗେଶ୍ୱର ବେହେରା ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏବିଭିପିର ନଗର ସମ୍ପାଦକ ସତ୍ୟନାରାୟଣ କାର୍ଜୀ ,  ଶ୍ରୀଧର ପାଣିଗ୍ରାହୀ ଏବଂ ଏସ୍.କେ.ସି.ଜି କଲେଜ ୟୁନିଟ ସଭାପତି ପ୍ରୀତିଶ କୁମାର ସାମଲ , ସୌଦାଗର ,  ଅନିଲ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault