କାଲିଠୁ ଗଡିବ ମୋ ବସ, ଦେଖନ୍ତୁ କେଉଁ କେଉଁ ରୁଟରେ ଗଡିବ ବସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଲକ ଡାଉନ କୋହଳ ହେବ ପରେ ଗତକାଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନାଙ୍କ ସୂଚନା ପରେ ବସ ସେବା ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି | ଘରୋଇ ମାଲିକଙ୍କ କେଁ ଭିତରେ ରାଜ୍ୟବ୍ୟାପୀ ବସ ସେବା ଦ୍ବନ୍ଦ୍ବରେ ଥିବା ବେଳେ ସରକାର ଭୁବନେଶ୍ୱର କଟକ ଓ ଖୋର୍ଦ୍ଧାକୁ ବସ ସେବା ଯୋଗାଇ ଦେବା ପାଇଁ ଆସନ୍ତା କାଲି ଠାରୁ ମୋ ବସ ଗାଡ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି | ମୋ ବସ ସେବା ଆରମ୍ଭ ହେବାକୁ ଯାଉଥୁବା ରୁଟ ଗୁଡିକ ହେଲା  ୧୦ ନଂ ରୁଟ  (ଏୟାର ପୋର୍ଟ  ରୁ ସିଡିଏ କଟକ ଭାୟା ଏଜି ଛକ-ପଟିଆ) , ୧୧ ନଂ ରୁଟ( ନନ୍ଦନ ବିହାରରୁ ଲିଂଗିପୁର ଭାୟା ମାଷ୍ଟର କ୍ୟାଣ୍ଟିନ-ବାଣୀବିହାର-କଳ୍ପନା) , ୧୬  ନଂ ରୁଟ (ମାଷ୍ଟର କ୍ୟାଣ୍ଟିନରୁ ସିଡିଏ କଟକ ଭାୟା ରସୁଲଗଡ- ବାଦାମବାଡ଼ି), ୨୦ ନଂ ରୁଟ( ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଏନବିଏସ ଭାୟା ଭାୟା ବାଣୀବିହାର -ବରମୁଣ୍ଡା), ୨୩ ନଂ ରୁଟ(ମାଷ୍ଟର କ୍ୟାଣ୍ଟିନରୁ ସମ ହସ୍ପିଟାଲ ଭାୟା ଫାୟାର ଷ୍ଟେସନ), ୨୫ ନଂ ରୁଟ୯ ଡୁମୁଡୁମାରୁ ମଂଚେଶ୍ୱର ଭାୟା ମାଷ୍ଟର କ୍ୟାଣ୍ଟିନ ଓ ରୁଟ ୨୭( ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ ଭାୟା ଫାୟାର ଷ୍ଟେସନ-ବରମୁଣ୍ଡା) | ପ୍ରତି  ୩୦ ମିନିଟ ବ୍ୟବଧାନରେ ଏହି ରୁଟରେ ବାସ ଉପଲବ୍ଧ ହେବ ବୋଲି ଜଣାପଡ଼ୁଛି|  

0
0
0
s2sdefault