ହେଡଲାଇନସ୍:

ବରଗଡରେ ପଶିଲା କରୋନା, ଖାତା ଖୋଲିଲା ପରେ ଲୋକେ ଆତଙ୍କିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟରେ ଆଉ ୮ କରୋନା ପଜିଟିଭ, ବଲାଙ୍ଗୀରରେ ୭ 

ବରଗଡ଼/ବଲାଙ୍ଗୀର (ଶାସକ ପ୍ରଶାସକ): ରାଜ୍ୟରେ ଆଉ ୮ କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି | ବରଗଡରେ ଜଣେ ବ୍ୟତୀତ ବଲାଙ୍ଗୀରରେ ଆଉ ୭ଜଣ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି | 

 ବରଗଡ଼ ସହରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ବରଗଡ଼ ରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାପରେ  ବରଗଡ଼ ସୁବାଷ ନଗର, ମାଷ୍ଟର ଟିକରାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ ।  ବରଗଡ଼ ସହରରେ ପ୍ରଥମ କରୋନା ରୋଗୀ ଚିହ୍ନଟ । ଆକ୍ରାନ୍ତ ଜଣକ ହୋମ କ୍ୱାରେଣ୍ଟାଇନ ରେ ଥିଲେ | ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ କଲ୍ୟାଣି ଦାଶ ସୂଚନା ଦେଇଛନ୍ତି | 27 ନମ୍ବର ଜିଲ୍ଲା ହିସାବରେ ବରଗଡ଼ ଜିଲ୍ଲା କରୋନା ଆକ୍ରାନ୍ତଙ୍କ ତାଲିକାରେ ଖାତା ଖୋଲିବା ପରେ ବରଗଡ଼ରେ ଭୟର ବାତାବରଣ ଖେଳାଇ ଯାଇଛି | 

ବଲାଙ୍ଗୀରରେ  ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର ୨ ଜଣ ଲେଖାଏ, ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏ ଅଛନ୍ତି।  ଆକ୍ରାନ୍ତ ୭ ଜଣ ପୁରୁଷ ଓ ସମସ୍ତେ ବାହାର ରାଜ୍ୟରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।

0
0
0
s2sdefault