ହେଡଲାଇନସ୍:

ପାଟଣାଗଡ କ୍ଵାରେଣ୍ଟାଇନ୍ ସେଣ୍ଟର : ଜଣେ ମୃତ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର : ( ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ପାଟଣାଗଡ କ୍ଵାରେଣ୍ଟାଇନ୍  ସେଣ୍ଟର ରେ ଜଣେ ମୃତ। ମୃତ ବ୍ୟକ୍ତି  ହେଲେ ଟିକେମଣି ତଅଲ (୭୦)। ଛତିଶଗଡ଼ର ତାଙ୍କ ପୂଅ ପାଖରେ ରହୁଥିଲେ। ଗତ ତା୧୭. ୦୫.୨୦୨୦ ରେ  ନିଜ ଗାଁ କୁ ଫେରିବା ପରେ ତାଙ୍କୁ କୁଆରେଣ୍ଟାଇନ୍ ସେଣ୍ଟର ରେ ରଖାଯାଇଥିଲା। ଶରୀର ଅସୁସ୍ଥ ଯୋଗୁଁ କୁଆରେଣ୍ଟାଇନ୍ ସେଣ୍ଟର ରେ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ୨୦ ତାରିଖ ରେ ଟିକେମଣି ଅତ୍ୟଧିକ ଅସୁସ୍ଥ ହେବା ପରେ ଭିମଭୋଇ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା। ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଗତ ରାତିରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ତେବେ ମୃତ ଶରୀର ଗାଁ ରେ ପହଞ୍ଚିଛିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚିକିତ୍ସା ଅବହେଳାରୁ ଟିକେମଣିଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ବୁର୍ଲା ସ୍ଥାନାନ୍ତର ର ସୂଚନା ମଧ୍ୟ  ପରିବାର ଲୋକଙ୍କୁ  ଦିଆଯାଇଥିବା ଅଭିଯୋଗ କରିଛନ୍ତି।  ପାଟଣାଗଡ ଏସ୍ ଡିଏମ୍ ଓ ଉପଖଣ୍ଡ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଂଚି ପରିବାର ଲୋକଙ୍କୁ ବୁଝାବୁଝି କରିଥିଲେ। ରେଡକ୍ରସ ପାଣ୍ଠି ରୁ  ୧୦ହଜାର ଓ ହରିଶ୍ଚନ୍ଦ୍ର ଯୋଜନା ରେ ୨ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା। ସୂଚନା ଯୋଗ୍ୟ ଯେ ଟିକେମଣିଙ୍କ ର ସେପ୍ଟିସେମିଆ ରୋଗରେ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

 

0
0
0
s2sdefault