ହେଡଲାଇନସ୍:

  ଧନୁପାଲୀ ଉପ ଡାକଘର ସମ୍ଭୁଖରେ ସମ୍ବଲପୁର ଡାକ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଦେଶବ୍ୟାପୀ ୧0 ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ, ରାଜ୍ୟ ଶ୍ରମିକ ସଂଗଠନ ତଥା  କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ  କ୍ରିୟାନୁଷ୍ଠାନ କମିଟି  ଆହ୍ଵାନ କ୍ରମେ  ନେସନାଲ ଫେଡେରେସନ ଅଫ ପୋଷ୍ଟାଲ ଏମ୍ପ୍ଲୋଏଜ (ନଏଫପିଇ) ସମ୍ବଲପୁର ମଣ୍ଡଳ ପକ୍ଷରୁ ଆଜି ସହରରେ ଧନୁପାଲୀ ଉପ ଡାକଘର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ସରକାର ଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ସ୍ୱେଚ୍ଛାଚାରୀ ପଦକ୍ଷେପ,ରାଜ୍ୟ ସରକାର ମାନଙ୍କ ଶ୍ରମ ଆଇନ ରେ ପରିବର୍ତନ କରିବା , ସରକାରୀ ସଂସ୍ଥା ମାନଙ୍କୁ ଘରୋଇକରଣ ତଥା ବଡ ବଡ ପୁଞ୍ଜିପତି ମାନଙ୍କ ହାତକୁ   ଟେକି ଦେବା,  ସମୟ ସୀମା କୁ ୧୨ ଘଣ୍ଟା ପର୍ଯ୍ୟନ୍ତ  ବଢେଇବା, ଡିଏ /ଡିଆର ନ ଦେବା, ମୌଳିକ ଅଧିକାର ଓ ମାନବାଧିକାର ଉପରେ  ହସ୍ତକ୍ଷେପ କରିବା,  ପୁଞ୍ଜି ନିବେଶ, ଶିଳ୍ପ ପ୍ରୋତ୍ସାହନ ଓ  ନିଯୁକ୍ତି ସୃଷ୍ଟି ବାହାନ ରେ ଶ୍ରମିକ ମାନଙ୍କୁ ନିଷ୍ଠୁର ଓ କ୍ରୁର ଶୋଷଣ କୁ  ଶିକାର କରିବା ଆଦି କୁ ବିରୋଧ କରି ସମସ୍ତ କର୍ମଚାରୀ ଆଜି ଏକଦିବସୀୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  l ଏହି ପରିପେକ୍ଷୀ ରେ ସମ୍ବଲପୁର ଏନଏଫପିଇ ର ସମ୍ପାଦକ ରୁପେଶ ବାଗ ଙ୍କ  ତତ୍ବାବଧାନ ରେ ବରଗଡ ମୁଖ୍ୟ ଡାକ ଘର ସମ୍ଭୁଖରେ ଏବଂ ସମ୍ବଲପୁର ଡାକମଣ୍ଡଳ ର ସଭାପତି ରମେଶ ଚନ୍ଦ୍ର ସାହୁ ତଥା ଓଡିଶା ରାଜ୍ୟ ସଭାପତି ପ୍ରଦୀପ ଚନ୍ଦ୍ର ରାଉତ ଙ୍କ  ତତ୍ବାବଧାନ ରେ ଧନୁପାଲୀ ଉପ ଡାକଘର ସମ୍ଭୁଖରେ କରୋନା କଟାକଟକଣା ସାମାଜିକ  ଦୂରତା ରକ୍ଷା କରି   ବିରୋଧ ପ୍ରଦର୍ଶନ କରlଯାଇଥିଲା l ଏହି ବିକ୍ଷୋଭକୁ  ବରଗଡ, ସମ୍ବଲପୁର ତଥା ଦେଓଗଡ ଜିଲ୍ଲା ର ସମସ୍ତ କର୍ମଚାରୀ  ପୁର୍ଣମାତ୍ରାରେ  ସମର୍ଥନ କରିଥିବା ସୂଚନା ଦିଆଯାଇଛି ।

0
0
0
s2sdefault