ହେଡଲାଇନସ୍:

କନ୍ଧମାଳରେ ପଶିଲା କରୋନା, ଅମାନିଆ ସିଏ ମାନୁନି ମନା : ରାଜ୍ୟରେ 48 ପଜିଟିଭ ଚିହ୍ନଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Bhubaneswar(shasak prashasak) : ରାଜ୍ୟର କନ୍ଧମାଳ ଜିଲ୍ଲାରେ ପଶିଛି କରୋନା । ବହୁଦିନ ଧରି କରୋନା ବିରୋଧରେ ଜିଲ୍ଲା ପ୍ରଶାସନ ଲଢେଇ ଜାରି ରଖିଥିବା ବେଳେ ଆଜି ଅନୁପବେଶ କରିଛି କରୋନା ଭୁତାଣୁ ଦୁଇଜଣଙ୍କ ମାଧ୍ୟମରେ । ଜିଲ୍ଲାରେ ଆଜି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ 48ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 ଗତକାଲି ବଲାଙ୍ଗୀର ଜିଲ୍ଲାପାଳ ବଲାଙ୍ଗୀରରେ ଦୁଇଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିବା ଦର୍ଶାଇ ଥିବା ବେଲେ ତାକୁ ଛାଡି ଯାଜପୁର ରେ ୧୬,  ଗଂଜାମରେ ୧୫, ପୁରୀ ୪, କେନ୍ଦ୍ରାପଡ଼ା ୩, ନୟାଗଡରେ ୩ , କନ୍ଧମାଳ (ନୂଆ)ରେ ୨, ବୌଧରେ ୧, କଟକରେ ୧ ଓ ଖୋରଧାରେ ୧ଜଣଙ୍କୁ ମିଶାଇ ମୋଟ ୪ ଡଜନ ପଜିଟିଭ ଆଜି ସକାଳ ଦଫାରେ ସରକାର ଘୋଷଣା କରିଛନ୍ତି | ସବୁଠାରୁ ଚିନ୍ତାର କଥା ହେଉଛି ଜଣେ କଏଦୀଙ୍କ ଭିତରେ ମଧ୍ୟ କରୋନା ପଜିଟିବ ଚିହ୍ନଟ ହୋଇଛନ୍ତି |   ଫଳରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିଛି ୮୭୬କୁ | ସକ୍ରିୟ ପଜିଟିଭ ଅଛନ୍ତି ୬୫୨ | ସୁସ୍ତ ହେଲେଣି ୨୨୦ ଜଣ | ଆଉ ପ୍ରାଣ ହରାଇଲେଣି ସରକାରୀ ଭାବେ ୪ଜଣ |

ଆଗରୁ ଗୋଟେ ଦିଟା ତିନିଟା ଚାରିଟା ଏମିତି କରୋନା ପଜିଟିଭ ବାହାରିଲେ ଛାତି ଭିତରଟା ଦାଉଁ କିନି ହେଇଯାଉଥିଲା | ହେଲେ ଏବେ ୧୦୧, ୯୩ ଭଳି ଏକାଥରେ କାରଣ ପଜିଟିଭ ବାହାରିଲା ପରେ ଆଉ ହାରାହାରି ପ୍ରତିଦିନ ୨୪ରୁ ୩୬ ଘଣ୍ଟା ଭିତରେ କରୋନା ସେନ୍ଚୁରୀ ମାରିବା ପରେ ଏବେ ଲୋକଙ୍କ ଭିତରେ ପୂର୍ବର ଦି ଚାରିଟାକୁ ନେଇ ଯେଉଁ ଛନକା ଥିଲା ସେଇଟା ଆଉନାହିଁ | ଲୋକ ସଚେତନ ହୋଇଥିଲେ ବି କରୋନା ସଂଖ୍ୟା କମିବା ବଦଳରେ ବଢ଼ିବାରେ ଲାଗିଛି ପ୍ରବାସୀଙ୍କ ଆଗମନ ପରେ | 

0
0
0
s2sdefault