ହେଡଲାଇନସ୍:

କରୋନା ଯନ୍ତ୍ରଣା ବେଳେ ସର୍ବଦା ଲୋକଙ୍କ ସହିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଚ୍ଚା କରୋନା ଯୋଦ୍ଧା ଭଳି ନିଜ ଦାୟିତ୍ୱ ତୁଲାଇ ଚାଲିଛନ୍ତି ଝାରବନ୍ଧ ବିଡ଼ିଓ 

ବରଗଡ :- ମହାମାରୀ କୋରୋନା ବର୍ତମାନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଯାହାଫଳରେ କି ବର୍ତ୍ତମାନ ସାରା ଦେଶ ଲକଡାଉନ । କେନ୍ଦ୍ର ସରକାର ପୁଣି ଲକ ଡାଉନକୁ ଚତୁର୍ଥ ପର୍ଯ୍ୟାୟରେ ବଢ଼ାଇଛନ୍ତି ମେ ୩୧ ଭିତରେ | ଏହି ଘଡିସନ୍ଧି ମୁହୂର୍ତ୍ତରେ ସରକାରୀ ଅଧିକାରୀ ମାନଙ୍କର ଦାୟିତ୍ୱ ବହୁ ଗୁଣରେ ବଢି ଯାଇଛି । କିଭଳି ନିଜ ଅଞ୍ଚଳର ଜନସାଧାରଣଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବେ ସେଥିପାଇଁ ସମସ୍ତ ଦୀର୍ଘ ଦୁଇ ମାସ ରୁ ଉର୍ଦ୍ଧ୍ବ ସମୟ ଧରି କଠୋର ପରିଶ୍ରମ କରି ଆସୁଛନ୍ତି ବହୁ ଦାୟିତ୍ୱ ସମ୍ପନ୍ନ ଧିକାରୀ । ସଚ୍ଚା କରୋନା ଯୋଦ୍ଧା ଭାବେ କରିଚାଲିଛନ୍ତି ସେମାନଙ୍କ କାମ, ଠିଆ ହେଉଛନ୍ତି ଲୋକଙ୍କ ପାଖରେ ସେମାନଙ୍କ ସୁଖଦୁଃଖରେ | କରୋନା ପରେ ଲୋକଙ୍କ ସେବାରେ ବା ଲୋକକଙ୍କ ପାଇଁ ନିଜକୁ ସମର୍ପିତ କରିଦେଇଥିବା ଅଧିକାରୀଙ୍କ ଭିତରେ ନିହାତି ଭାବେ ପରିଗଣିତ ହେବେ କଠୋର ପରିଶ୍ରମୀ କୋରୋନା ଯୋଦ୍ଧା ଝାରବନ୍ଧ ବିଡ଼ିଓ  ଶ୍ରୀ ରୁନୁ ଲାକ୍ରା ।

ବଡି ଭୋରରୁ ଉଠି ଶ୍ରୀ ଲାକ୍ରା ପ୍ରଥମେ ନିଜର ସହଯୋଗୀ ଓ ପଂଚାୟତ ଅଧିକାରୀ ମାନଙ୍କର ସହିତ ବ୍ଲକର ବିଭିନ୍ନ ପଂଚାୟତକୁ ଆସୁଥିବା ପ୍ରବାସୀ ଶ୍ରମିକ ମାନଙ୍କର ବାବଦରେ ବୁଝାବୁଝି କରିବା ସହିତ ଅଧିକାରୀ ମାନଙ୍କ ଅବଶ୍ୟକୀୟ ନିର୍ଦ୍ଦେଶ ଦେଇ ବାହାରି ପଡନ୍ତି ବିଭିନ୍ନ କ୍ଵରେଣ୍ଟାଇନ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ ପାଇଁ । ଶ୍ରୀ ଲାକ୍ରା ପ୍ରତ୍ୟେକ ଦିନ କ୍ରମାଗତ ଭାବରେ ଅନେକ ଗୁଡିଏ ସଂଗରୋଧ କେନ୍ଦ୍ର ବୁଲି ନିଜେ ସେଠାକାର ବ୍ୟବସ୍ଥାକୁ ଯାଞ୍ଚ କରିଥାନ୍ତି । ସଂଗରୋଧ କେନ୍ଦ୍ର ଗୁଡିକରେ ଯେଭଳି କୋଣସି ପ୍ରକାର ଅବ୍ୟବସ୍ଥା ନହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରହିଛି ଶ୍ରୀ ଲାକ୍ରାଙ୍କର । ପ୍ରତ୍ୟେକ ଦିନ ସକାଳୁ ବିଭିନ୍ନ ସ୍ଥାନରୁ ଆସୁଥିବା ଶ୍ରମିକ ମାନଙ୍କର ଯିବା ଆସିବା ତଥା ରହିବା ଖାଇବାର ବ୍ୟବସ୍ଥା ନିଜ ପ୍ରତ୍ୟକ୍ଷ  ତତ୍ୱବାଧାନରେ କରାଇଥାନ୍ତି । ଲକ ଡାଉନ ଟିକେ କୋହଳ ହେବ ପରେ ଲୋକମାନେ କେମିତି ରୋଜଗାର ପାଇପାରିବେ ସେଥିପାଇଁ  ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆରମ୍ଭ କରିଛନ୍ତ ଶ୍ରୀ ଲାକ୍ରା | ସବୁଠୁ ବଡ ରୋଜଗାର ପନ୍ଥା ଏବେ ପାଲଟିଛି ମନରେଗା କାମ । ସହିତ ଏହି ଲକଡାଉନ ସମୟରେ ମୁଖ୍ୟତଃ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଦେଖା ଦେଇଥିଲା ଜୀବନ ଜୀବିକା ସମସ୍ୟା ।  ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଦେଖି ସରକାର ପ୍ରଥମ ଲକଡାଉନ ଆରମ୍ଭ ହେବାର କିଛି ଦିନ ପରେ ଶ୍ରମିକ ମାନଙ୍କର ପାଇଁ ମନରେଗା କାର୍ଯ୍ୟକ୍ରମକୁ ରାଜ୍ୟରେ ଜୋରସୋରରେ ଆଗକୁ ବଢ଼ାଇଲେ ଶ୍ରୀ ଲାକ୍ରା । ଯାହାର ସୁଫଳ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । 

       ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ , ରାଜ୍ୟରେ ଥିବା କୋଡିଏ ଗୋଟି ମାଇଗ୍ରାଣ୍ଟ ବ୍ଲକ ଭିତରୁ ଗୋଟିଏ । ଏହି ବ୍ଲକରୁ ବହୁ ସଂଖ୍ୟାରେ ଶ୍ରମିକ ରାଜ୍ୟ ତଥା ରାଜ୍ୟ ବାହାରକୁ ଜୀବିକା ନିର୍ବାହନ ପାଇଁ ଯାଇଥାନ୍ତି । କିନ୍ତୁ ଝାରବନ୍ଧ ବିଡ଼ିଓଙ୍କର ଉଦ୍ୟମ କ୍ରମେ ଲକଡାଉନ କୋହଳ ହେବା  ପରଠାରୁ ଖୁବ ଜୋରସୋରରେ ସାରା ବ୍ଲକରେ ଚାଲିଛି ମନରେଗା କାର୍ଯ୍ୟକ୍ରମ । କେବଳ ଝାରବନ୍ଧ ଗ୍ରାମପଞ୍ଚାୟତରେ ଏକା ସାଙ୍ଗରେ ଚାଲିଛି ଅଠଗୋଟି ପ୍ରକଳ୍ପ । ଏହି ଅଠଗୋଟି ପ୍ରକଳ୍ପରେ ପ୍ରତ୍ୟକ୍ଷ  ଭାବରେ ପାଞ୍ଚ ଶହ ଶ୍ରମିକଙ୍କୁ ରୋଜଗାର ପ୍ରଦାନ କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ବିଡ଼ିଓ ଶ୍ରୀ ଲାକ୍ରାଙ୍କର ନେତୃତ୍ୱରେ ଆଜି କ୍ରମାଗତ ଭାବରେ ମନରେଗା କାର୍ଯ୍ୟରେ ଝାରବନ୍ଧ ବ୍ଲକ ରାଜ୍ୟରେ ସର୍ବାଗ୍ରେ  ରହିଛି । ନିଜ କାର୍ଯ ପ୍ରତି ସର୍ବଦା ସମର୍ପିତ  ତଥା ଲୋକଙ୍କ ସୁବିଧା ହେବା ଭଳି କାମ କରିବାର ମାନସିକତା ରଖିଥିବା ଶ୍ରୀ ଲାକ୍ରା ଏହି ଘଡିସନ୍ଧି ମୁହୂର୍ତ୍ତରେ ବିନା କୋଣସି ବିରତିରେ ଦିନରାତି ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି । ଏପରିକି ରାତି ଅଧାରେ ଯଦି କେହି କିଛି ସମସ୍ୟା ନେଇ ତାଙ୍କ ପାଖକୁ ଆସିଲେ, ତେବେ ବିରକ୍ତ ନହୋଇ ସମସ୍ୟା ସମାଧାନର ବାଟ କାଢ଼ିବାରେ ଆଗ୍ରହୀ  ଶ୍ରୀ ଲାକ୍ରାଙ୍କର ଏହି ସମର୍ପିତ ସେବା ନିଶ୍ଚିତ ଭାବରେ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।  ଶ୍ରୀ ଲାକ୍ରା ବିଡିଓ  ଭାବରେ ଝାରବନ୍ଧ ବ୍ଲକ ର ଦାଇତ୍ୱ ଗ୍ରହଣ କରିବା ପରେ ତାଙ୍କର ମେଳାପୀ ଆଚାର ବ୍ୟବହାର କାରଣରୁ ନିଜର ଅଧିନସ୍ଥ କର୍ମଚାରୀ ମାନଙ୍କର ପ୍ରିୟପାତ୍ର ହେବା ସହିତ ବର୍ତମାନ ଝାରବନ୍ଧ ବ୍ଲକର ସମସ୍ତ କର୍ମଚାରୀ ମାନଙ୍କର ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଛି ଓ  କର୍ମଚାରୀ ମାନଙ୍କର ପ୍ରତି ଉତ୍ସାହ ବୃଦ୍ଧି ପାଇଛି ବୋଲି କିଛି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି ।

0
0
0
s2sdefault