ହେଡଲାଇନସ୍:

ସ୍ୱତନ୍ତ୍ର ଟ୍ରେନ ଚାଲିବ : ଯାତ୍ରୀମାନଙ୍କୁ ରେଳବାଇ ଦେଲା ପରାମର୍ଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ୧୨ ମଇ ୨୦୨୦ ଠାରୁ ନୂଆଦିଲ୍ଲୀରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଭୁବନେଶ୍ୱର ଠାରୁ ଦୈନିକ ଭାବେ ଏକ ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ୧୩ ମଇ ୨୦୨୦ (ବୁଧବାର) ସକାଳ ୧୦ ଘଟିକା ଠାରୁ ଚଳାଚଳ ଆରମ୍ଭ କରିବ । ଏହି ସ୍ୱତନ୍ତ୍ର ଟ୍ରେନ୍ ସଂପୂର୍ଣ୍ଣ ଭାବେ ଶିତତାପ ନିୟନ୍ତ୍ରିତ । ଏହି ଟ୍ରେନରେ  ଏସି ତୃତୀୟ ଶ୍ରେଣୀ/ଦ୍ୱିତୀୟ ଶ୍ରେଣୀ/ପ୍ରଥମ ଶ୍ରେଣୀ ସହ ୧୭ଟି କୋଚ୍ ରହିବ । ନୂଆଦିଲ୍ଲୀଠାରୁ ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍ 14 ମଇ 2020 ରୁ ଚଳାଚଳ କରିବ। ଏହି ଟ୍ରେନ୍ ରହଣୀ (ଷ୍ଟପେଜ୍) ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ବାଲେଶ୍ୱର, ହିଜିଲ (ଖଡ଼ଗପୁର), ଟାଟା, ବୁକାରୋ ଷ୍ଟିଲ୍ ସିଟି, ଗୟା, ଦିନ ଦୟାଲ୍ ଉପାଧ୍ୟାୟ ଜଙ୍କସନ୍ ଏବଂ କାନପୁର  ସେଣ୍ଟ୍ରାଲ୍ ହେବ । ଟିକେଟ୍ କେବଳ ଆଇ.ଆର୍.ସି.ଟି.ସି. ୱେବସାଇଟ  ଜରିଆରେ ପ୍ରଦାନ କରାଯିବ । ଆଇ.ଆର୍.ସି.ଟି.ସି. ୱେବସାଇଟ କେବଳ ୭ ଦିନ ପର୍ଯ୍ୟନ୍ତ ଅଗ୍ରୀମ ଟିକେଟ୍ ପ୍ରଦାନ କରାଯିବ ।

କୌଣସି ୱେଟ ଲିଷ୍ଟ  କିମ୍ବା ଆର୍.ଏ.ସି. ଟିକେଟ୍ ପ୍ରଦାନ କରାଯିବ ନାହିଁ । କେବଳ କନଫର୍ମ  ଟିକେଟ୍ ପ୍ରଦାନ କରାଯିବ । ଟ୍ରେନ୍ ଛାଡ଼ିବା ପୂର୍ବରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଟିକେଟ୍ ବାତିଲ୍ କରାଯାଇ ପାରିବ । ଟିକେଟ୍ ବାତିଲ ଦେୟ ଶତକଡ଼ା ୫୦ଭାଗ ଦେବାକୁ ପଡ଼ିବ ।

ଟ୍ରେନ୍ ଭିତରେ କେବଳ ସିମିତ ପରିମାଣର ଖାଦ୍ୟ ଏବଂ ପ୍ୟାକେଟ୍ ପିଇବା ପାଣି ଦେୟ ପ୍ରଦାନ (ଙଦ୍ଭ ଚବଚ୍ଚଜ୍ଞରଦ୍ଭଗ୍ଧ) ଦ୍ୱାରା ଉପଲବ୍ଧ ହେବ । ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି, ସେମାନେ ନିଜ ନିଜର ଖାଦ୍ୟ ସାଙ୍ଗରେ ଧରି ଆସନ୍ତୁ ।

ବେଡ଼୍ ରୋଲ ଓ ଲିନେନ୍ (ଚାଦର ଓ ତକିଆ) କିଛି ପ୍ରଦାନ କରାଯିବ ନାହିଁ । ସୁବିଧା ନିମନ୍ତେ ଯାତ୍ରୀମାନେ ନିଜ ନିଜର ବେଡ଼ସିଟ  ଆଣିବାକୁ ପରାମର୍ଶ ଦିଆଯାଉଛି । ଏହି ଟ୍ରେନଟି  ଭୁବନେଶ୍ୱରର ପ୍ଲାଟଫର୍ମ  ନମ୍ବର-୧ ମାଷ୍ଟର କ୍ୟାଣ୍ଟିନ୍ ସାଇଡ଼୍ରୁ ଛାଡ଼ିବ । ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି କି ଟ୍ରେନ୍ ଛାଡ଼ିବାର ଏକ ଘଣ୍ଟା ପୂର୍ବରୁ ପ୍ଲାଟଫର୍ମ ନମ୍ବର-୧ରେ ଆସି ଉପସ୍ଥିତ ରହିବେ ।

କନ୍ଫର୍ମ ଟିକେଟ୍ ଥିବା ଯାତ୍ରୀମାନଙ୍କୁ କେବଳ ପ୍ଲାଟଫର୍ମକୁ ଆସିବାକୁ ଅନୁମତି ମିଳିବ । ଟ୍ରେନ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ନିମନ୍ତେ ସମସ୍ତ ଯାତ୍ରୀ ପୂର୍ବରୁ ମେଡ଼ିକାଲ୍ ସ୍କ୍ରିନିଂ (ସ୍ୱାସ୍ଥ୍ୟଯାଞ୍ଚ) କରିବା ଆବଶ୍ୟକ । କେବଳ ରୋଗର ଲକ୍ଷ୍ୟଣ ନଥିବା ଯାତ୍ରୀମାନେ ଯାତ୍ରା କରିବାକୁ ଅନୁମତି ପାଇବେ । ସ୍ୱାସ୍ଥ୍ୟପ୍ରଦ ପରିବେଶ ରଖିବା ନିମନ୍ତେ ସମସ୍ତ ଯାତ୍ରୀ ନିଜ ନିଜର ଫେସ୍କଭର୍ (ମାସ୍କ), ହାତ ସାନିଟାଇଜର୍, ସାବୁନ୍ ଇତ୍ୟାଦି ସଂଗରେ ଧରିବାକୁ ଅନୁରୋଧ । ଯେହେତୁ ଆଟେଣ୍ଡାଣ୍ଟ୍, ପୋର୍ଟର ସେବା ସୁବିଧା ମିଳି ନ ପାରେ ତେଣୁ ଯେତେ କମ୍ ଲଗେଜ୍ ସାଙ୍ଗରେ ଆଣିବା ଉଚିତ । ଦିଲ୍ଲୀ/ଭୁବନେଶ୍ୱରରେ ଓହ୍ଲାଇବା ପରେ ଏହି ଯାତ୍ରୀମାନଙ୍କ ପାଇଁ ଲାଗୁ ହେଉଥିବା ସ୍ଥାନୀୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିୟମାବଳୀ ପାଳନ କରିବାକୁ ପଡ଼ିବ ।

 

 

 

0
0
0
s2sdefault