ହେଡଲାଇନସ୍:

ଲକ୍ ଡାଉନକୁ ଚାପ ନୁହେଁ, ସୁଯୋଗ ଭାବେ ଗ୍ରହଣ କରି ଘରେ ରହି ପାଠ ପଢ଼ନ୍ତୁ ଛାତ୍ରଛାତ୍ରୀ : ଡ଼ ଅରୁଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମନୋବଳ ବଢା଼ଇବ ହେଲ୍ପ ଲାଇନ "ଭରସା' 

"ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦିଆଯିବ"

ଭୁବନେଶ୍ୱର (ଶାସକ ପ୍ରଶାସକ) କୋଭିଡ୍-୧୯ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ଓ ସେମାନଙ୍କ ମାନସିକ ସ୍ଥିତିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ହେଲପ୍ଲାଇନ୍ "ଭରସା'କୁ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶଙ୍କ ଲୋକାର୍ପିତ କରିଛନ୍ତିା 

ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ  କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଲୋକସେବା ଭବନଠାରେ ଓ୍ୱବେକ୍ସ ଜରିଆରେ ଭିଡ଼ିଓ କନ୍ଫରେନ୍ସିଂରେ ଯୋଗଦେଇ କହିଛନ୍ତି ଯେ ସଂପ୍ରତି ମହାମାରୀ କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରୁଛିା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାର ହୋଇନଥିବାବେଳେ ଏହା ସମସ୍ତଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛିା ଲକ୍ ଡାଉନ୍ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ସାମାଜିକ ଜୀବନ ଗଭୀର ଭାବରେ ପ୍ରଭାବିତ ହୋଇଛି | ଏହା ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ ସୃଷ୍ଟି କରୁଛିା ମାତ୍ର ଏଥିରେ ପ୍ରଭାବିତ ନହୋଇ ଏବଂ ଚାପକୁ ଏଡ଼ାଇ ଛାତ୍ରଛାତ୍ରୀମାନେ ନିଜ ନିଜର ପଢ଼ା ଜାରି ରଖନ୍ତୁ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତିା ଲକ୍ ଡାଉନକୁ  ଏକ ସୁଯୋଗ ଭାବେ ଗ୍ରହଣ କରି ଛାତ୍ରଛାତ୍ରୀମାନେ ଘରେ ରହି ପାଠ ପଢ଼ନ୍ତୁ | ଛାତ୍ରଛାତ୍ରୀମାନେ ବିଚଳିତ ନହୋଇ ଏବଂ ଧୈର୍ଯ୍ୟ ଧରି ନିଜକୁ ମାନସିକ ଚାପରୁ ମୁକ୍ତ ରଖି  ପାଠ ପଢ଼ିବା ସହିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୀତିନିୟମକୁ ମାନି ଚଳିବାକୁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି | ଏହି ହେଲପ୍ଲାଇନ୍ ଓଡ଼ିଶାର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସ୍ଥିତିକୁ ସୁଦୃଢ଼ ରଖିବା  ଏବଂ ସେମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି | 

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଏବଂ ଆସୋସିଏସନ୍ ଅଫ୍ ହେଲଥ୍ ସାଇକୋଲୋଜିଷ୍ଟର ମିଳିତ ସହଯୋଗରେ ମାନସିକ ଅବସ୍ଥାର ପୁନଃସଂସ୍ଥାପନ ସେବା ହେଲପ୍ଲାଇନ୍ "ଭରସା' ପ୍ରସ୍ତୁତ କରାଯାଇଛିା ଏଥିରେ ଏକ ହେଲପ୍ ଲାଇନ୍ ଟେଲିଫୋନ୍ ନମ୍ବର-୦୮୦୪୬୮୦୧୦୧୦ ଦିଆଯାଇଛିା ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ  ମାଧ୍ୟମରେ ସେମାନଙ୍କର ମାନସିକ ସ୍ଥିତିକୁ ସୁଦୃଢ଼ କରିବା ଓ ସେମାନଙ୍କର ଆତ୍ମବିଶ୍ୱାସକୁ ଦୃଢ଼ କରିବା ପାଇଁ ପରାମର୍ଶ ଦିଆଯିବା ମନସ୍ତତ୍ତ୍ୱବିଦମାନେ  ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବା ସହିତ ମାନସିକ ସ୍ତରରେ ସ୍ଥିରତା ଆଣିବା ଦିଗରେ ଆବଶ୍ୟକ ପରାମର୍ଶ ଦେବ |  ରାଜ୍ୟର ଯେକୌଣସି ସହବନ୍ଧିତ ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଗିକ ଓ ମାନସିକ ଅବସ୍ଥିତି ନେଇ ଅନଲାଇନ ହେଲ୍ପ ଲାଇନ ନମ୍ବରକୁ ଫୋନ କରିପାରିବୋ 

ଲୋକାର୍ପଣ ସମୟରେ କେନ୍ଦ୍ର ଉଚ୍ଚଶିକ୍ଷା ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କ ସମେତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ ଓ୍ୱବେକ୍ସ ମାଧ୍ୟମରେ ଯୋଗଦେଇଥିଲୋ 

0
0
0
s2sdefault