ହେଡଲାଇନସ୍:

ବେପରୁଆ ପ୍ରଶାସନ : ଭୁଲ କାହାର, ସଜା ଭୋଗୁଛି କିଏ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରୋନା ସହାୟତାରୁ ବଞ୍ଚିତ ତିନି ପ୍ରାଣୀ କୁଟୁମ୍ବ : ରାସନ କାର୍ଡ଼ ନାହିଁ, ଆବାସ ବି ମିଳୁନି

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): କରୋନା ଦିନ ମଜୁରିଆ ଓ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଜୀବିକା ଛଡ଼ାଇ ନେଇଛି l ଗରିବ ମାନେ  କାମଧନ୍ଦା ହରାଇ ଯେପରି ଭୋକରେ ନ ରହିବେ ସେଥିପାଇଁ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀଙ୍କ ପାଇଁ ୩ ମାସର ଚାଉଳ କିମ୍ବା ଗହମ ଓ ଚଳିବା ପାଇଁ ୧୦୦୦ ଟଙ୍କାର ବ୍ୟବସ୍ଥା କରିଛନ୍ତି l ସେହିପରି ଭାବେ କେନ୍ଦ୍ର ସରକାର ଜନଧନ  ଯୋଜନାର ହିତାଧିକାରୀଙ୍କୁ ୧୫୦୦ ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି l ଏବେ ପୁଣି ପ୍ରତିଘରେ ମାଗଣାରେ ଚାଉଳ ଓ ଡାଲି ଯୋଗାଇ ଦେବାପାଇଁ ଘୋଷଣା କରିଛନ୍ତି ସରକାର l ହେଲେ ଏବେ ବି କିଛି ଗରିବ ରହିଯାଇଛନ୍ତି l ଫଳରେ ସେମାନେ ଏଭଳି  ସମୟରେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇ ରହିଥିବା ଦେଖିବାକୁ ମିଳିଛି l 

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଚାରଭାଟି(ହଲକା ଢିପା) ଗ୍ରାମର   ବିରଞ୍ଚି ପଧାନ (୪୫) ସ୍ତ୍ରୀ ପ୍ରମିଳା ପଧାନ (୪୦) ପୁଅ ସୁଶୀଲ ପଧାନ (୧୮) ଙ୍କୁ ନେଇ ଭଙ୍ଗା କୁଡିଆରେ ବହୁ କଷ୍ଟରେ ନେଇ ଜୀବନ ବିତାଉଛନ୍ତି l ତାଙ୍କର ସ୍ତ୍ରୀ ମୁଣ୍ଡ ବ୍ୟଥା ରୋଗରେ ଆକ୍ରାନ୍ତ ଅଟନ୍ତି ଓ ପୁଅ କଲେଜ ରେ ପାଠ ପଢୁଛି l ବିରଞ୍ଚି ଦିନ ମଜୁରୀଆ ଭାବରେ କାମ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି l ଏଭଳି ପରିସ୍ଥିତିରେ ୩ଟି ଜୀବନ ଚଳିବା କଷ୍ଟକର ହୋଇପଡିଛି l ପଞ୍ଚାୟତ ତରଫ ରୁ ବିରଞ୍ଚିଙ୍କ ପରିବାରକୁ ପୂର୍ବରୁ ବିପିଏଲ କାର୍ଡ଼ ଯୋଗେ ଚାଉଳ ମିଳୁଥିଲା l ବିରଞ୍ଚିଙ୍କ କହିବା ଅନୁଯାୟୀ ଥିଲାବାଲାଙ୍କୁ ରାସନ କାର୍ଡ଼ ଓ ଆବାସ ମିଳୁଥିବା ବେଳେ ଏହି ଗରିବ ଓ ଦିନମଜୁରୀଆ ଙ୍କୁ କେବେ ମିଳିବ l ଆବାସ ଘର ଓ ରାସନ କାର୍ଡ଼ ପାଇଁ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ପଞ୍ଚାୟତ ଅଫିସ ଓ ବ୍ଲକ ଅଫିସରେ ଅନେକ ଥର ଆବେଦନ କରି ନିରାଶ ହୋଇ ଫେରିଛନ୍ତି l ଦାରିଦ୍ର ସୀମାରେଖା ତଳେ ଥାଇ ମଧ୍ୟ ପଞ୍ଚାୟତ ଓ ବ୍ଲକ ପ୍ରଶାସନ କୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନଥିବାରୁ  ଦୁଃଖପ୍ରକାଶ କରିଛନ୍ତି l ତେବେ ବର୍ତ୍ତମାନ ୩ପ୍ରାଣୀ କୁଟୁମ୍ବ କେମିତି ଚଳିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏଦିଗରେ ପ୍ରଶାସନ ଦୃଢ଼ ପଦକ୍ଷେପ ନେଇ ବିରଞ୍ଚିଙ୍କ ପରିବାରକୁ ତୁରନ୍ତ ରାସନ କାର୍ଡ଼ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l

0
0
0
s2sdefault