ହେଡଲାଇନସ୍:

ପାଟଦର୍ହାରେ ମାଓ କ୍ୟାମ୍ପ ଠାବ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ପୁଲିସକୁ ଏକ ବଡ ସପଳତା ମିଳିଛି । ସୁନାବେଡା ଅଭୟାରଣ୍ୟର ବୋଡେନ ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଳରେ ଏସଓଜି ଜବାନ ମାନେ ଏକ ମାଓ କ୍ୟାମ୍ପକୁ ଠାବ କରିଥିଲେ । ସେଠାରେ ଜବାନ ମାନେ ବହୁ ପରିମାଣର ମାଓ ସାମଗ୍ରୀକୁ ଜବତ କରିଥିବା ସ୍ଥାନୀୟ ସିଲଦା ସ୍ଥିତ ରିଜର୍ଭ ଅଫିସରେ ଆହୁତ ସମ୍ବାଦିକ ସମ୍ମିଳନୀରେ ଏସପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି । 

       ଗତ ୬ ତାରିଖରେ ସୁନାବେଡା ଅଭୟାରଣ୍ୟ ବୋଡେନ ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଳରେ ମାଓ ବାଦୀ ମାନେ ଲୁଚି ରହିଥିବା କୌଣସି ସୂତ୍ରରୁ  ଖବର ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଏସପି ବିନିତ ଅଗ୍ରୱାଲଙ୍କ ତତ୍ୱାବଧାନରେ ଏସଓଜି ଜବାନ ମାନେ ସୁନାବେଡା ଅଭୟାରଣ୍ୟ ପାଟଦର୍ହା ସଂରକ୍ଷିତ ଜଙ୍ଗଳରେ କୁମ୍ବିଂ ଅପରେସନ କରି ଆରମ୍ଭ କରିଥିଲେ । ଗତ ୭ ତାରିଖ ପୂର୍ବାହ୍ନରେ ମାଓବାଦୀ ମାନେ ପ୍ରଥମେ ଅତର୍କିତ ବାବେ ସୁରକ୍ଷାକର୍ମୀ ମାନଙ୍କ ଉପରେ ଗୁଲି ଚାଳନା କରିଥିଲେ । ସେଠାରେ ବହୁ ସମୟ ଧରି ମାଓବାଦୀ ଓ ସୁରକ୍ଷାକର୍ମୀ ମାନଙ୍କ ମଧ୍ୟରେ ଗୁଲି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀ ମାନଙ୍କୁ ସମନା କରିନପାରି ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିଲେ । ସେଠାରେ ଜବାନ ମାନେ ସର୍ଚ୍ଚ ଅପରେସନ କରି ବହୁ ପରିମାଣର ମାଓ ସମଗ୍ରୀ ଜବତ କରିଥିଲେ । ସେଠାରୁ ହେଭର ସେକ୍ ୫, ସୋଲାର ପ୍ଲେଟ, ପାଣି ଜାରକିନ ୩, ମାଓ ପୁସ୍ତିକା, ରାଇଫେଲ ସିଲିଂ ୪, ଟିଫିନ କ୍ୟାରିୟର, ଭୁଜାଲି, ଜୋତା, କୋଦାଳ, ପୋଲିଥିନ ୪, ଇଲେକ୍ଟ୍ରି ମିଟର, ମୋବାଇଲ ଚାର୍ଯ୍ୟର, ପାଣି ବୋତଲ, ଟର୍ଚ୍ଚ ଲାଇଟ, ପାଣି ଜଗ୍, ପ୍ଲାଷ୍ଟିକ ଦଉଡି, ଛତା, ପ୍ଲେଟ, ହିନ୍ଦି ଭାଷାର ଦୈନିକ ଖବର କାଗଜ, ଡ୍ରେସ୍ କପଡା ସମେତ ବହୁ ପରିମାଣର ଦୈନନ୍ଦିନ ରୋଷେଇ ସାମଗ୍ରୀକୁ ଜବତ କରିଥିଲେ । ଏବେ ବି ନୂଆପଡ଼ା ପୁଲିସ, ଏସଓଜି ଜବାନ, ସିଆରପିଏଫ ତରଫରୁ କୁମ୍ବିଂ ଅପରେସନ ଚାଲିଛି । ସୁରକ୍ଷା କର୍ମୀ ମାନଙ୍କ ତରଫରୁ କୌନସି କ୍ଷତି ହୋନଥିବା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସିଆରପିଏଫ କମାଣ୍ଡେଣ୍ଟ ରାଜେଶ ବସô, ଡେପୁଟି କମାଣ୍ଡେଣ୍ଟ ଅନିଷ ନକବ୍ୱି, ଦ୍ୱିତୀୟ କମାଣ୍ଡର ନରେନ୍ଦର କୁମାର, ଅପରେସନ ଏସଆଇ ଦେବାଶିଷ ରାଉତ, ସର୍ଜନ ସଧେଇ ଶଙ୍କର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚାନ ଥାଉକି, ଗତ କାଲି ପଡୋଶୀ ଛତିଶଗଡ଼ ରାଜ୍ୟ ରାଜନାନ୍ଦଗାଉଁ ଜିଲ୍ଲା ମ୍ୟାନପୁର ନିକଟ ପାରଦୋନୀ ଜଙ୍ଗଳରେ ମାଓବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଲି ବିନିମୟ ହୋଇଥିଲା । ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଏସଆଇ ସହିଦ ହୋଇଥିଲେ ।      

0
0
0
s2sdefault