ପୋଲିସ ଓ ଖବରଦାତା ସମ୍ବର୍ଦ୍ଧିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହାଟଡିହି,/ ମକରଧ୍ୱଜ ଜେନା  - ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅସହାୟ ଓ ଗରିବ ଙ୍କୁ ଦୁଃଖ, ଦୁର୍ଦ୍ଦଶା ସମୟ ରେ ସେବା ଯୋଗେଇ ଦେଇ ଆସୁଥିବା ଜୟ ଦୁର୍ଗା ଫାଉଣ୍ଡେସନ ର ଫାଉଣ୍ଡର ସୁରେଶ୍ୱରୀ ସାଗରୀକା ଜେନା (ପପି ଅପା) ଏବେ କରୋନା ଯୁଦ୍ଧ ରେ ନିଜକୁ ସାମିଲ କରିଛନ୍ତି. ପ୍ରାୟ 50 ରୁ ଉର୍ଦ୍ଧ ଅପହଞ୍ଚ ଇଲାକା ରେ ପହଂଚି ଦୁଖୀ ରଙ୍କି ଙ୍କୁ ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସାହାଯ୍ୟ, ସହାୟତା ପ୍ରଦାନ କରି ସାରିଲେଣି. କେନ୍ଦୁଝର ଜିଲ୍ଲା ର ଡ଼ିଏସପି ଦିଲୀପ ବାଗ ଓ ବିଦ୍ୟୁତ ଚନ୍ଦ୍ର ପଣ୍ଡା, ନନ୍ଦିପଦା ଓ ସୋସୋ ଥାନା ର ଥାନା ଅଧିକାରୀ ପରେଶ ମହାନ୍ତି, ଗଗନ ନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀ ଙ୍କୁ ସୁରେଶ୍ୱରୀ  ଫାଉଣ୍ଡେସନ ତରଫରୁ ବନ୍ଦାପନା କରିବା ସହ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ.ଏଥିସହ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ.  ତାଙ୍କ ସହ ମା ତାରିଣୀ ସେବା ସଂସ୍ଥାନ ତଥା କେନ୍ଦୁଝର ସମାଜ ସେବି ମହାସଂଘ ର ଉମାକାନ୍ତ ରାଉତ, ସାମାଜିକ କର୍ମୀ ବିଶ୍ୱରଂଜନ ପାଣିଗ୍ରାହୀ ମଧ୍ୟ ସାମିଲ ଥିଲେ. ଆହୁରି ମଧ୍ୟ ହାଟଡିହି ଅଞ୍ଚଳ ର ଖବରଦାତା ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିଲେ.

0
0
0
s2sdefault