ମୁରିବାହାଲ ଅଂଚଳର ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ ପଦ୍ମପୁର ଉପଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅସହାୟ ଶ୍ରମିକଙ୍କ ଖାଦ୍ୟ ବ୍ୟବସ୍ଥା ପରେ  ଗାଡି ଠିକ କରି ପଠାଇଲେ ଗନ୍ତବ୍ୟ ସ୍ଥଳକୁ 

ବରଗଡ :- ପ୍ରତ୍ୟେକ ଦିନ ରାଜ୍ୟ ବାହାରୁ ରାଜ୍ୟକୁ ଫେରୁଥିବା ଶ୍ରମିକ ମାନଙ୍କର ଖବର ଆସୁଛି । ଗୁରୁବାର ସନ୍ଧ୍ୟା ସମୟରେ ଏହିଭଳି ଏକ ଖବର ପହଞ୍ଚିଥିଲା ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନଙ୍କର ନିକଟକୁ । ଖବର ଶୁଣି ଉପଜିଲ୍ଲାପାଳ ତୁରନ୍ତ ଓଡ଼ିଶା ଛତିଶଗଡ଼ ସରେଇପାଲି ନିକଟରେ ଥିବା ଗୁଣ୍ଡିଚାଡ଼ିହି ସୀମାକୁ ପହଂଚିଥିଲେ । ସେଠାରେ ପହଂଚି ଉପଜିଲ୍ଲାପାଳ ଜାଣିବାକୁ ପାଇଲେ ଯେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳରୁ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବୁଢ଼ୀପଦର ଗ୍ରାମର ସାତ ଜଣ ଶ୍ରମିକ ଚାଲିଚାଲି ସୀମା ଅତିକ୍ରମ କରିଛନ୍ତି । ଏ କଥା ଜାଣିବା ପରେ ଉପଜିଲ୍ଲାପାଳ ତୁରନ୍ତ ସେମାନଙ୍କ ନିକଟକୁ ପହଂଚିଥିଲେ ଓ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଉପଜିଲ୍ଲାପାଳ ଶ୍ରମିକ ମାନଙ୍କ ପାଇଁ ନିଜେ ଖାଦ୍ୟର ବ୍ୟବସ୍ଥା କରିଥିଲେ । ଏହାପରେ ମୁରିବାହାଲ BDO ଙ୍କର ସହିତ କଥା ହେବାପରେ ଶ୍ରମିକ ମାନଙ୍କୁ ମୁରିବାହାଲ ପର୍ଯନ୍ତ ପହଞ୍ଚାଇବା ପାଇଁ ଏକ ଗାଡିର ବ୍ୟବସ୍ଥା କରାଇ ଶ୍ରମିକ ମାନଙ୍କୁ ବିଦା କରିଥିଲେ ଉପଜିଲ୍ଲାପାଳ । ମୁରିବାହାଲ ପହଂଚିବା ପରେ ସମସ୍ତେ ସଂଗରୋଧରେ ରହିବେ ବୋଲି ଜଣା ପଡ଼ିଛି । ଶ୍ରମିକ ମାନଙ୍କଠାରୁ ପ୍ରକାଶ ଯେ ସେମାନେ ସମସ୍ତେ ଓଡ଼ିଶାକୁ ଫେରିବା ପାଇଁ ପଞ୍ଜିକରଣ କରାଇଛନ୍ତି ।

0
0
0
s2sdefault