ସାଧାରଣରେ ଆଶଙ୍କା : ଗଞ୍ଜାମ ସୀମା ସିଲ ନକଲେ ନୟାଗଡ଼ ପ୍ରଭାବିତ ହେବା ଆଶଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :ଏକଦା ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣ ହୋଇ ନଥିବାରୁ ଏହାକୁ ରାଜ୍ୟ ସରକାର ଗ୍ରୀନଜୋନ ରୁପେ ଘୋଷଣା କରିବାର ଅଳ୍ପ କିଛିଦିନ ମଧ୍ୟରେ ସୁରତ ଫେରନ୍ତାଙ୍କ ଦ୍ୱାରା ଶୀକାର ହୋଇଥିଲା । ପ୍ରଥମେ ଅରେଞ୍ଜ ଓ ପରେ ଗଞ୍ଜାମ ଜିଲ୍ଲାକୁ ରେଡଜୋନ ଘୋଷଣା କରାଗଲା । ବର୍ତମାନ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗଞ୍ଜାମ ସୀମାବର୍ତି ସୂନାମୁହିଁ ପଂଚାୟତ ସଂଗରୋଧ ଗୃହରେ ୧୭ଜଣ, କୋମଣ୍ଡରେ ୪୫ଜଣ, କୁରାଳରେ ୨୦ଜଣ ଏବଂ ଗୀରିଡିପଲ୍ଲୀ ପଂଚାୟତର ଝାଡସାହି ସ୍କୁଲରେ ୯୧ଜଣ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ ରହିଛନ୍ତି । ଡାକ୍ତରୀ ଦଳ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରି ଝାଡସାହିର ୨୫ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ଅନ୍ୟପକ୍ଷରେ ସଂଗରୋଧ ଗୃହରେ ୧୪ ଦିନ ରହିବା ପରେ ସ୍ୱାବ ପରୀକ୍ଷାରୁ ନେଗେଟିଭ୍ ବାହାରୁଥିଲେ ମଧ୍ୟ ଅଳ୍ପ କିଛିଦିନ ପରେ ସେମାନଙ୍କର କରୋନା ପଜେଟିଭ୍ ବାହାରୁଥିବା ଦେଖିବାକୁ ମିଳୁଛି । ତେଣୁ ସଂଗରୋଧ ଗୃହରେ ୧୪ ଦିନ ପରିବର୍ତେ ୨୧ଦିନ ରଖାଗଲେ ହୁଏତ ଏଭଳି ପରିସ୍ଥିତିକୁ ରୋକାଯାଇପାରନ୍ତା ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା  । ଗଞ୍ଜାମ ଜିଲ୍ଲାର ବ୍ୟବସାୟିମାନେ ସୂନାମୁହିଁ, ଝାଡସାହି, ବାହାଡାଝୋଲା, ରୋହିବାଙ୍କ ଦେଇ ନୟାଗଡ଼ ଜିଲ୍ଲାରେ ଅବାଧ ବିଚରଣ କରୁଛନ୍ତି । ଏଥିସହିତ ନୟାଗଡ଼ ଓଡ଼ଗାଁ ଅଂଚଳର ବ୍ୟବସାୟିମାନେ ଏହି ରାସ୍ତାଦେଇ ମଧ୍ୟ ବ୍ୟବସାୟ କରିବାକୁ ଗଞ୍ଜାମ ଯାଉଛନ୍ତି । ନୟାଗଡ଼ ଜିଲ୍ଲା ଗ୍ରୀନ ଜୋନରେ ଥିବା ଯୋଗୁଁ ସମସ୍ତ ଦୋକାନ ବଜାର ଖୋଲାରହିଥିବା ବେଳେ ପଡୋଶୀ ଗଞ୍ଜାମ ଜିଲ୍ଲାରୁ ଏଠାକୁ ନିଜନିଜର ଆବଶ୍ୟକତା ପୁରଣ ପାଇଁ ସୀମାନ୍ତ ଓଡ଼ଗାଁ ସହରକୁ ଆସୁଛନ୍ତି । ଓଡ଼ଗାଁ ବଜାର ଏବେ ଜନଗହଳିପୂର୍ଣ୍ଣ ରହୁଥିବା ବେଳେ ଏଠାରେ ସାମାଜିକ ଦୁରତା ରକ୍ଷା କରାଯାଉନାହିଁ ଏବଂ ମାସ୍କର ମଧ୍ୟ ବ୍ୟବହାର ଦେଖିବାକୁ ମିଳୂନାହିଁ । ଏପରି ସ୍ଥଳେ ଜିଲ୍ଲା ପ୍ରଶାସନ ଅଧିକ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି ବୋଲି ବରିଷ୍ଠ  ନାଗରୀକଙ୍କ ତରଫରୁ ନିବେଦନ କରାଯାଇଛି । 

0
0
0
s2sdefault