ବୁଗୁଡ଼ା/ଡ଼ଃ କୁମୁଦ ଚନ୍ଦ୍ର ଵେହେରା : କରୋନା ଭୟରେ ଘରକୁ ଫେରୁଥିଲେ | ଆଉ ମାତ୍ର ଘଣ୍ଟେ ଦି ଘଣ୍ଟା ପରେ ପହଂଚିଥାନ୍ତେ ଗାଁରେ | ମିଶିଥାନ୍ତେ ଆତ୍ମୀୟଙ୍କ ସହ | କେତେଦିନ କ୍ଵାରେଣ୍ଟାଇନରେ ରହିବ ପରେ ଘରକୁ ଫେରିଥାନ୍ତେ | ହେଲେ ଦଇବ ସାଜିଲା ଅହନ୍ତା | ଘାଟି ତଳେ ସବୁଦିନ ପାଇଁ କ୍ଵାରେଣ୍ଟାଇନ ହେଇଗଲା ସେମାନଙ୍କ ଜୀବନ |
କରୋନା ଭୟରେ ସୁଦୂର ସୁରାଟରୁ ବସ ଯୋଗେ ଫେରୁଥିବା ବୁଗୁଡା ର ୨ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଏ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଗତ ଶନିବାର ରାତି ସାଢେ ଆଠଟା ବେଳେ କଳିଙ୍ଗା ଘାଟି ଅନ୍ଧାରୀ କୋଟ ଠାରେ ହୋଇଥିବା ଦୁର୍ଘଟଣାରେ ବୁଗୁଡ଼ା ସହର ମଧ୍ୟସ୍ଥ ବଲରାମ ସେଠୀ ଙ୍କ ପୁତ୍ର ସନ୍ତୋଷ କୁମାର ସେଠୀ (୩୮) ଓ ବୁଗୁଡ଼ା କଲେଜ ନିକଟବର୍ତ୍ତୀ ବରଡିପପଲ୍ଲୀ ନିବାସୀ ଚିତ୍ତରଂଞ୍ଜନ ସେଠୀ (୪୫)ଙ୍କ ର ଶୋଚନୀୟ ମୃତ୍ୟୁ ହୋଇଯାଇଛି। ଚିତ୍ତରଂଞ୍ଜନ ବସ୍ ଗେଟ୍ ମୁହଁରେ ପାଣି ପିଉଥିବା ସମୟରେ ବସ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଚିତ୍ତରଂଞ୍ଜନଙ୍କ ଗୋଡର ଉପର ଭାଗ ଠାରୁ ପେଟ ପର୍ଯ୍ୟନ୍ତ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା ବେଳେ ସନ୍ତୋଷ ଙ୍କ ପେଟରେ ଏକ ଲୁହା ରଡ଼ ଗଳିଯାଇ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲକୁ ଅଣାଯିବ ଅବସ୍ଥାରେ ହିଁ ମୃତ୍ୟୁ ବରଣ କରିଥିଲେ l ସନ୍ତୋଷଙ୍କ ବିଧବାପତ୍ନୀ ଓ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ବୁଗୁଡ଼ା ବଳଦେବ ମନ୍ଦିର ନିକଟସ୍ଥ ବାସଭବନରେ ବସବାସ କରୁଛନ୍ତି l ତେଣେ ଚିତ୍ତରଂଞ୍ଜନ ଙ୍କ ପତ୍ନୀ ଓ ଏକ ମାତ୍ର କନ୍ୟା ବରଡିପଲ୍ଲୀ ବାସଭବନରେ ରହୁଥିବା ବେଳେ ତାହାଙ୍କ ୨ ପୁତ୍ର ମଧ୍ୟ ସୁରାଟରୁ ତାଙ୍କ ସଢୁ ସେହି ଗାଡିରେ ଫେରୁଥିଲେ, ତାହାଲେ ତାଙ୍କସଢୁ, ପିଉସୀ, ପୁତୁରା ପ୍ରଭୃତି ମଧ୍ୟ ସହଯାତ୍ରୀ ଥିଲେ l