ହେଡଲାଇନସ୍:

ପ୍ରବାସୀ ଶ୍ରମିକ ବାହାରେ ବୁଲୁଛନ୍ତି ଅବାଧ : ଲୋକଙ୍କ ପାଇଁ ସାଜି ପାରନ୍ତି ବିପଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ (ଦୋଳଗୋବିନ୍ଦ ନାଏକ୍) : ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହେଲାଣି । ବୌଦ୍ଧ ଜିଲା ମଧ୍ୟ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ରାଜ୍ୟର ଏକ ପ୍ରମୁଖ ପରିବହନର ମାଧ୍ୟମ ରହିଅଛି । ଏବେ ବିଭିନ୍ନ ଜିଲାର ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଯାଉଥିବା ବସ ସବୁ ବହୁଳ ମାତ୍ରାରେ ଯାତାୟାତ କରୁଅଛି । ବସରେ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକମାନେ ସରକାରୀ ସର୍ତକତା ନିୟମ ସବୁନମାନି ଜିଲାର ବିଭିନ୍ନ ଅଂଚଳରେ ଓହ୍ଳାଇ ଅବାଧ ଚଳପ୍ରଚଳ କରୁଥିବା ସହିତ ବିଭିନ୍ନ ହୋଟେଲ, ଚା ପାନ ବିସ୍କୁଟ ଦୋକାନ ଗୁଡିକରେ ପ୍ରବେଶ କରୁଥିବା ଦେଖାଯାଉଛି । ପ୍ରବାସୀ ଶ୍ରମିକମାନଙ୍କ ମାଧ୍ୟମରେ କୋରୋନା ଭଳି ମହାମାରୀ ଜିଲାରେ ପ୍ରବେଶ ନକରିବ ସେ ଆଶଙ୍କା ଏଡେଇ ଦେଇ ହେବ ନାହିଁ । ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ଖୋଲା ଛାଡି ଦିଆଯାଉଥିବା ଅଭିଯୋଗ ହେଉଅଛି । ଜିଲା ପ୍ରଶାସନ ଅତିତରେ ଯେପରି ଅନ୍ୟ ଜିଲାର ପ୍ରବାସୀ ଶ୍ରମିକଙ୍କ ବସ ଗୁଡିକୁ ପୋଲିସ ସୁରକ୍ଷା ବଳୟ ଭିତରେ ସୀମା ବାହାରକୁ ନେଇ ଛାଡୁଥିଲା, ଆଗକୁ ମଧ୍ୟ ସେପରି ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । ଏପରିକି ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କ ପାଇଁ ଉଦିଷ୍ଟ କ୍ୱାରେନଟାଇନ ସେଣ୍ଟରରେ ପହଁଚାଇବା ସହିତ ସେମାନଙ୍କ ଅବାଧ ଚଳାଚଳକୁ ନିୟନ୍ତ୍ରଣ କରାଯିବାକୁ ବୁଦ୍ଧିଜିବୀମାନେ ମତପ୍ରକାଶ କରିଛନ୍ତି । ପ୍ରଶାସନର ଉଦ୍ୟମ କ୍ରମେ କରୋନାରୁ ଦୂରରେ ରହି ବୌଦ୍ଧ ଜିଲା ଗ୍ର୍ରୀନ ଜୋନ ବର୍ତମାନ ପର୍ଯ୍ୟନ୍ତ ରହିଥିବା ବେଳେ ସାମାନ୍ୟତମ ଅବହେଳା ଜିଲାକୁ ଅରେଞ୍ଜ ଓ ରେଡ ଜୋନରେ ପରିଣତ ହେବା ନେଇ ଆଶଂକା ରହିଛି ।

0
0
0
s2sdefault