କ୍ୱାରାଣ୍ଟାଇନ୍ ନିୟମ ପାଳନ ନକରିବା ବା କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇବା ଏକ ଆଇନଗତ ଅପରାଧା-ମୁଖ୍ୟ ଶାସନ ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରବାସୀ ଓ ସ୍ଥାନୀୟ ଗ୍ରାମବାସୀ ସରକାରଙ୍କ କାର୍ଯ୍ୟରେ ସହଯୋଗ କରିବା ଉଚିତ 

ଅବହେଳା ଓ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ବାହାରୁ ଓଡ଼ିଶାକୁ ଆସିଥିବା ଓଡ଼ିଆ ଲୋକମାନଙ୍କ ପାଇଁ କ୍ୱାରାଣ୍ଟାଇନ୍ ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ  କହିଛନ୍ତିା ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରୁ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ କ୍ୱାରାଣ୍ଟାଇନ୍ ଏକ ଆଇନଗତ ଆବଶ୍ୟକତା, କାହାର ଇଚ୍ଛାଧୀନ ବିଷୟ ନୁହୋଁ ତେଣୁ କ୍ୱାରାଣ୍ଟାଇନ୍ ନିୟମ ପାଳନ ନକରିବା ବା କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇବା ଏକ ଆଇନଗତ ଅପରାଧା ଠିକ୍ ସେହିପରି କ୍ୱାରାଣ୍ଟାଇନ୍ ସେଣ୍ଟରରେ ଗଣ୍ଡଗୋଳ ଓ ଶୃଙ୍ଖଳାଭଙ୍ଗ କାର୍ଯ୍ୟ ମଧ୍ୟ ବେଆଇନ୍ | ତେଣୁ ନିଜର, ନିଜ ପରିବାରର ତଥା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏ ପ୍ରକାର କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଶ୍ରୀ ତ୍ରିପାଠୀ  ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କୁ ପରାମର୍ଶ ଦେଇଥିଲୋ ଏଥିରେ ଅବହେଳା ବା ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଚେତେଇ ଦେଇଥିଲୋ 

ମୁଖ୍ୟ ଶାସନ ସଚିବ କହିଥିଲେ ଯେ କରୋନା ଏକ ବିଶ୍ୱ ବିପତ୍ତିା ଏହାର ପ୍ରତିରୋଧ ପାଇଁ ଲଗାଯାଇଥିବା ଲକ୍ ଡାଉନ୍ ସମୟ ମଧ୍ୟରେ ବି ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କୁ ସୁସଂଗଠିତ ଭାବେ ଫେରାଇ ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତର ଅଧିକାରୀ ଓ ସରପଞ୍ଚ ଅହରହ କାମ କରୁଛନ୍ତିା ଅତିକମ୍ ସମୟ ମଧ୍ୟରେ ରାଜ୍ୟର ସମସ୍ତ ପଞ୍ଚାୟତରେ କ୍ୱାରାଣ୍ଟାଇନ୍ ସେଣ୍ଟର ଓ ମେଡିକାଲ୍ କ୍ୟାମ୍ପ୍ ନିମନ୍ତେ ଭିତ୍ତିଭୂମି ତିଆରି କରିଛନ୍ତିା ଏସବୁ କେନ୍ଦ୍ରରେ ଯଥାସମ୍ଭବ ସୁବିଧା ଯୋଗାଇବା ପାଇଁ ସରପଞ୍ଚ ଓ ପଞ୍ଚାୟତସ୍ତର କର୍ମଚାରୀମାନେ ଚେଷ୍ଟା କରୁଛନ୍ତିା ନିଜର ସ୍ୱାସ୍ଥ୍ୟ ପ୍ରତି ଖାତିର ନକରି ସେମାନେ ଦିନରାତି କାମ କରୁଛନ୍ତିା ତେଣୁ ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ ଭାଇଭଉଣୀମାନେ ନିୟମ ମାନି ସହଯୋଗ କରିବା ନିହାତି ଦରକାରା ସ୍ଥାନୀୟ ଗ୍ରାମବାସୀ ଏହି କାର୍ଯ୍ୟରେ ସହଯୋଗ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ତି୍ରପାଠୀ ସେମାନଙ୍କୁ ଅନୁରୋଧ କରିଥିଲୋ 

କ୍ୱାରାଣ୍ଟଇନ୍ ଶୃଙ୍ଖଳା ଭଙ୍ଗକାରୀଙ୍କୁ ନିଜ ପଞ୍ଚାୟତ କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ବାହାର କରି ଦୂର ଜିଲ୍ଲାର କେନ୍ଦ୍ରକୁ ପଠାଇ ଦିଆଯିବା ସେମାନଙ୍କର ପ୍ରୋତ୍ସାହନ ରାଶି ମଧ୍ୟ ରଦ୍ଦ କରାଯିବା ଆବଶ୍ୟକ ହେଲେ ବିପର୍ଯ୍ୟୟ ପରିଚାଳନା ଆଇନ୍ ଏବଂ ମହାମାରୀ ଆଇନ୍ ଅନୁସାରେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା 

ପୁନଶ୍ଚ, ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଦେଇଥିଲେ ଯେ ଅନ୍ୟ ରାଜ୍ୟରୁ ଆସୁଥିବା ବସ୍ କେବଳ ସୀମା ଚେକ୍ ପଏଣ୍ଟ ଦେଇ ଓଡ଼ିଶାକୁ ପ୍ରବେଶ କରିବୋ ବସରେ  କିଏ କିଏ ଆସୁଛନ୍ତି ତାହାର ସଂପୂର୍ଣ୍ଣ ବିବରଣୀ ଆଗୁଆ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଇଥିବା ଅନ୍ଲାଇନ୍ ପୋର୍ଟାଲରେ  ପଞ୍ଜୀକୃତ କରିବୋ ବସ୍ରେ ଲୋକମାନଙ୍କୁ ଆଣିବାବେଳେ "ସାମାଜିକ ଦୂରତା' ନିୟମ ବଜାୟ ରଖିବେ | ଆସୁଥିବା ସ୍ଥାନର କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ ଅନୁମତିପତ୍ର ଆଣି ଆସିବୋ ଚେକ୍ ପଏଣ୍ଟ ପାଖରେ ଏ ସବୁର ଯାଞ୍ଚ ହେବା ସୀମା ନିକଟରେ ବସ୍ ଓଭରଲୋଡ଼ ଥିଲେ ବା କର୍ତ୍ତୃପକ୍ଷଙ୍କ ଅନୁମତି ନଥିଲେ ବସ୍କୁ ଓଡ଼ିଶା ମଧ୍ୟକୁ ପ୍ରବେଶ ଦିଆଯିବ ନାହିାଁ 

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟବାସୀଙ୍କ ସ୍ଵେଛାକୃତ ସହଯୋଗ ଓ ତ୍ୟାଗ ଏବଂ ସରକାରୀ କର୍ମଚାରୀମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁ ଆମେ କେନ୍ଦ୍ରୀୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମାଗୁଡ଼ିକୁ ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତିା ଏସବୁ ଫଳରେ ଆମ ରାଜ୍ୟକୁ ଅନେକ ଲାଭ ମିଳିଛିା ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟ ତୁଳନାରେ କରୋନା ସ୍ଥିତି ଆମର ନିୟନ୍ତ୍ରଣାଧୀନ ଅଛିା ଏହି ସ୍ଥିତିରୁ ଆଗକୁ ଉଠି ଆମକୁ ଏ ଯୁଦ୍ଧ ଜିତିବାକୁ ହେବା ବ୍ୟବସ୍ଥାକୁ ଅନୁପାଳନ କରି ଅଦେଖା ଶତ୍ରୁ ବିରୁଦ୍ଧ ଲଢେ଼ଇରେ ଆମେ ବିଜୟୀ ହେବା ଏବଂ ରାଜ୍ୟର ସୁନାମ ବଜାୟ ରଖିବା  ବୋଲି ଶ୍ରୀ ତ୍ରିପାଠୀ  କହିଥିଲୋ 

 

0
0
0
s2sdefault