ପ୍ରବାସୀଙ୍କୁ ନିଜ ପଂଚାୟତ ସଂଗରୋଧ ଗୃହରେ ରଖିବା ନିରାପଦ ନୁହେଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ / ଶ୍ରୀକାନ୍ତ ମିଶ୍ର: ଲକଡାଉନ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ନିଜଗାଁ ନିକଟ ସଂଗରୋଧ ଗୃହରେ ରଖିବା, ପଂଚାୟତ ଓ ଅଂଚଳବାସୀଙ୍କ ପାଇଁ ସଂକ୍ରମଣର ଆସଙ୍କା ସୃଷ୍ଟି କଲାଣି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପନ୍ତିଖାରୀ ପଂଚାୟତ ମଶାବାରୀ ଗ୍ରାମର ୩ ଯୁବକ ପଞ୍ଜିକୃତ ପରେ ଗାଡିକରି ଛତିଶଗଡ଼ରୁ ଗାଁରେ ପଁହଚିଥିଲେ । ସେମାନଙ୍କର ଆସିବା ସମ୍ପର୍କରେ କୈାଣସି ସୁଚନା ନଥିବା ବେଳେ ଗାଁ ଲୋକଙ୍କ ପରାମର୍ଶରେ ସଂଗରୋଧ ଗୃହକୁ ଯିବା ପରିବର୍ତେ ନିଜ ଘରକୁ ଚାଲିଯାଇଥିଲେ । ଖବର ପାଇ ସରପଂଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କ ଗୃହ ନିକଟରେ ପହଁଚି ବୁଝାସୁଝା କରି ସଂଗରୋଧ ଗୃହକୁ ଆଣିବାକୁ ଉଦ୍ୟମ କଲାବେଳେ ପ୍ରବାସୀଙ୍କ ପରିବାର ଲୋକ ଏହାର ବିରୋଧ କରିଥିଲେ । ପରେ ଓଡ଼ଗାଁ ପୋଲିସ ସହୟତାରେ ମଶାବାରୀ ଗ୍ରାମର ଜିତେନ୍ଦ୍ର ସାହୁ(୨୬), ସୁକାନ୍ତ ବେହେରା(୨୫), ଶତ୍ରୃଘ୍ନ ଦାସ(୩୭)କୁ ସଂଗରୋଧ ଗୃହରେ ରଖାଯାଇଥିଲା । ଏମାନେ ଗାଁ ନିକଟରେ ରହୁଥିବାରୁ ବିଭିନ୍ନ ସମୟରେ ପରିବାର ଲୋକେ ଭେଟିବାକୁ ଆସିପାରନ୍ତି । ଅନ୍ୟପକ୍ଷରେ ସଚେତନ ବିହିନ ଅମାନିଆ ମାନେ ସଂଗରୋଧ ଗୃହ ଛାଡି ରାତିରେ ନିଜ ଘରକୁ ଚାଲିଯାଇ ପାରନ୍ତି । ଏପରି ସ୍ଥଳେ ପ୍ରବାସୀ ମାନଙ୍କୁ  ନିଜ ଗ୍ରାମ ନିକଟ ସଂଗରୋଧ ଗୃହରେ ନରଖି ଭିନ୍ନ ପଂଚାୟତର ସଂଗରୋଧ ଗୃହରେ ରଖାଗଲେ ଏଭଳି ଅଭାବନୀୟ ଘଟଣାକୁ ଏଡାଇ ଦିଆଯାଇ ପାରନ୍ତା । 

0
0
0
s2sdefault