ଗାଁ ଲୋକ ଚାନ୍ଦା କରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଦେଲେ 30000 ଟଙ୍କା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- କୋବିଡ଼ 19 ମୁକାବିଲା ପାଇଁ ସରକାରଙ୍କର ସହିତ ବର୍ତ୍ତମାନ ରାଜ୍ୟ ବାସୀ ଅଣ୍ଟା ଭିଡି ପ୍ରସ୍ତୁତ ହେଇଗଲେଣି । ସମେସ୍ତ ଏହି ମହାମାରୀ ସହିତ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଅନୁରୋଧ କ୍ରମେ ସାଧ୍ୟ ମତେ ନିଜର ଯୋଗଦାନ ଦେବା ପାଇଁ ସ୍ୱତଃପ୍ରବୃତ ଭାବରେ ଆଗେଇ ଆସୁଛନ୍ତି ।  ଏହିକ୍ରମରେ ଆଜି ପଦ୍ମପୁର ଉପଖଣ୍ଡ ବୁଡେନ ଗ୍ରାମବାସୀ ମାନେ ନିଜ ଗ୍ରାମରେ ଚାନ୍ଦା କରି ତିରିଶ ହଜାର ଟଙ୍କା ନଗଦ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଙ୍କର ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ଗ୍ରାମର ଜୟନ୍ତ ପାଣିଗ୍ରାହୀ ,କୃଷ୍ଣଚନ୍ଦ୍ର ସାହୁ,ରଂଜନ ସାହୁ , ପଞ୍ଚାନନ ପଣ୍ଡା,ଜ୍ୟୋତିମୟ ସାହୁ ଓ ବଳଦେବ ସାହୁ ପ୍ରମୁଖ ଏହି ରାଶି ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି । ସେହିଭଳି ଗରିବ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ନିମନ୍ତେ ଟାଲ ର ଜଟାଧାରୀ ଯୁବକ ସଙ୍ଘ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ ।

0
0
0
s2sdefault