ଅନଭିଜ୍ଞତା ଘଟାଉଛି ଦୁର୍ଘଟଣା : ପୁଣି ଆଜି ପଲଟିଲା ସୁରାଟ ଫେରନ୍ତା ବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜି ଉଦୟଗିରି (ଗଗନ ପ୍ରଧାନ ) ଗତକାଲି ସନ୍ଧ୍ୟାରେ ସୁରଟ ଫେରନ୍ତାଙ୍କୁ ନେଇ ଆସୁଥିବା ଏକ ବସ କଳିଙ୍ଗା ଘାଟିରେ ପଲଟିଯାଇ ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଆଜି ସକାଳେ ବି ଘଟିଛି ଆଉ ଏକ ଦୁର୍ଘଟଣା ସେଇ କଳିଙ୍ଗା ଘାଟିରେ |  ଗୁଜୁରାଟରୁ ଗଞ୍ଜାମର ସୋରଡା 54 ଯାତ୍ରୀ,3 ମହିଳା2 ଶିଶୁଙ୍କୁ ନେଇ ଫେରୁଥିବା ଅମ୍ବିକା ବସ  ଭାରସାମ୍ୟ ହରାଇ ଗାର୍ଡ ୱାଲରେ ପିଟି ହୋଇ ଓଲଟିପଡିଛି | ଏହି ଦୁର୍ଘଟଣାରେ କେହ ମୃତ୍ୟୁବରଣ କରିନାହାନ୍ତି |  ହେଲେ ଗାଡି ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଘୁ. ଉଦୟଗିରି ପୁଲିସ ଏବଂ କନ୍ଧମାଳ ଏସପି ପହଁଚି ଉଦ୍ଧାରକାର୍ଯ୍ୟ ଓ ଆନୁସଙ୍ଗିକ କାର୍ଯ୍ୟର ରଦାରଖ କରିଥିବା ଜଣାପଡିଛି |  ଗୁଜୁରାଟ ରୁ ଆସିଥିବା ଡ୍ରାଇଭରଙ୍କ କଳିଙ୍ଗା ଘାଟିର ବିପଦଯୁକ୍ତ ରାସ୍ତା ସମ୍ପର୍କରେ ଅଭିଜ୍ଞତା ନ ଥିବାରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଇଛି ।

ସୁଚନାଯୋଗ୍ୟ ଯେ ଗତକାଲି ସଂଧ୍ୟାରେ ଏହି କଳିଙ୍ଗା ଘାଟିରେ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ଏକ ବସ୍ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ  ଏବଂ ୪୦ ରୁ ଅଧିକ ଆହତ ହୋଇଥିଲେ । ଆଜି ସକାଳେ ନାଗପୁର ନିକଟରେ ଜାତୀୟ ରାଜପଥରେ ଆଉ ଏକ ସୁରତ ଫେରନ୍ତା ବସ୍ ଓଲଟି ୫ ଜଣ ଆହତ ହୋଇଛନ୍ତି ।

 

0
0
0
s2sdefault