ହେଡଲାଇନସ୍:

ସପନେ ବୁନ ରହେ ହେ ହମ, ଅବ ସାଥ ଦେ ଦୋ ନା ତୁମ.....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନ ଜିଣୁଛି ସୋଆର କରୋନା ସଚେତନତା ଭିଡ଼ିଓ

ସୋଆ ବିଶ୍ୱବିଦ୍ୟାଳୟ -  କୋଭିଡ୍‌ ୧୯ ଯୁଦ୍ଧରେ ପ୍ରମୁଖ ଭୂମିକାରେ

ଭୁବନେଶ୍ୱର(ଶାସକ ପ୍ରଶାସକ):  ଦେଖୋ ଲଢ଼ ରହେ ହେ ହମ, ଅବ ସାଥ ଦେ ଦୋ ନା ତୁମ | ଇତନି ସି ବସ ଚାହିୟେ, ଜିତ ଯାଏଙ୍ଗେ ହମ | ସପନେ ବୁନ ରହେ ହେ ହମ, ଅବ ସାଥ ଦେ ଦୋ ନା ତୁମ | କୁଛ ହି ଦୂର ବସ  ଜାନା ହେ ମିଲ କେ ଚଲତେ ହେ ହମ |"   ମନ ଜିଣୁଛି ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରୋନା  ସଚେତନତାକୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓ । କୋଭିଡ 19 ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ସୋଆ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବା ନିମନ୍ତେ ଏହି ଭିଡିଓ ପ୍ରସ୍ତୁତ କରିଛି । ଭିଡିଓ ଟି ରିଲିଜ ହେବା ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସମାଜର ସବୁ ବର୍ଗର ମନ  ଜିଣିବାରେ ଲାଗିଛି ଏହି ସଚେତନତାପୂର୍ଣ୍ଣ ଭିଡିଓ । ସୋଆର ଜଣେ ଡାକ୍ତରୀ ଛାତ୍ର ସୋହମନକ କଂଠରେ ଗୀତଟି ବେଶ ମନଛୁଆଁ ହୋଇଥିବା ବେଳେ ସମସ୍ତଙ୍କ ଦ୍ୱାରା ଏହି ଭିଡ଼ିଓଟି ବେଶ ଆଦୃତ ହୋଇପାରୁଛି |

କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ଭାବେ ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସୋଆ କିପରି ନିସ୍ଵାର୍ଥପର କାର୍ଯ୍ୟ କରୁଛି ତାହା ଏହି ଭିଡିଓ ମାଧ୍ୟମରେ ଦର୍ଶାଯାଇଛି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ 'ଘରେ ରୁହନ୍ତୁ', 'ନିୟମିତ ହାତ ଧୁଅନ୍ତୁ', 'ସାମାଜିକ ଦୂରତା ରଖନ୍ତୁ' ଭଳି ସଚେତନତା ବାର୍ତା ଏହି ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଛି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଲକଡାଉନ  ଗାଇଡ଼ଲାଇନ ର ପାଳନ କରିବା ନେଇ ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ସଚେତନତା ସୃଷ୍ଟି କରା ଯାଇଛି।

ଭିଡିଓର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବାର୍ତା ହେଉଛି, ସୁସ୍ଥ ରୁହନ୍ତୁ,  ସୁରକ୍ଷିତ ରୁହନ୍ତୁ, ଖୁବ ଶୀଘ୍ର ଆମେ ସମସ୍ତେ ଏହି ମହାମାରୀ କବଳରୁ ମୁକ୍ତି ପାଇବୁ । ଏହି ଭିଡ଼ିଓରେ ସଂଗୀତ ଓ ଅଭିନୟ ଆଇ ଏମଏସ ଓ ସମ ହସ୍ପିଟାଲର ଛାତ୍ର ଡାକ୍ତର ସୋହମ ଘୋଷ କରିଥିବା ବେଳେ, କୌଶିକ ନାଥ ନିର୍ଦେଶନା ଦେଇଛନ୍ତି,  ସେହିପରି ଅନନ୍ୟା ମିହିର ପ୍ରଡକ୍ସନ ଡିଜାଇନ କରିଥିବା ବେଳେ ଶୁଭଦର୍ଶିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି

0
0
0
s2sdefault