ୟେଦୁରପ୍ପା-ଜଗନଙ୍କ ସହ ଆଲୋଚନା କଲେ ନବୀନ, ଦିଲ୍ଲୀରୁ ଉପସ୍ଥିତ ରହିଲେ ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କର୍ଣ୍ଣାଟକ ଓ ଆନ୍ଧ୍ରରେ  ଫସିଥିବା ଓଡ଼ିଆମାନଙ୍କୁ ନିରାପଦରେ ଓଡିଶା ଫେରାଇଆଣିବା ପାଇଁ  ଆଲୋଚନା

ଭୁବନେଶ୍ୱର(ଶାସକ ପ୍ରଶାସକ):  ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ  ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବା ପରେ ଓଡ଼ିଆଙ୍କ ଲେଉଟାଣି ଆରମ୍ଭ ହୋଇଥିବା ବେଳେ ଆଜି ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଫସିଥିବା ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ବି ଏସ ଏଦୁରପ୍ପା ଓ ଜଗନମୋହନ ରେଡ୍ଡୀଙ୍କ  ସହ କଥା ହୋଇଛନ୍ତି ନବୀନ | କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆଲୋଚନାରେ ସାମିଲ ହୋଇଥିଲେ ନୂଆଦିଲ୍ଲୀରୁ ଭିଡିଓ କନଫରେନସିଂ ମାଧ୍ୟମରେ | କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ | ଓଡ଼ିଆ ମାନଙ୍କର ଓଡିଶା ନିରାପଦ ଲେଉଟାଣି ପ୍ରକ୍ରିୟାକୁ ସଫଳ କ୍ରିୟାନ୍ୱୟନ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ |

ଏହି ଭିଡିଓ କନଫରେନସିଂ ଅବସରରେ ପ୍ରବାସରେ ଥିବା ଓଡ଼ିଆମାନଙ୍କ ପାଇଁ ଲକ ଡାଉନ ସମୟରେ କରିଥିବା ସହଯୋଗ ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପର୍ଯ୍ୟାୟ କ୍ରମେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୋଇଥିବା ଆଲୋଚନାରେ ନିଷ୍ପତ୍ତି ଅନୁଯାୟୀ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ  ଓଡ଼ିଆ ଶ୍ରମିକ ମାନଙ୍କୁ ନିରାପଦରେ ଫେରାଇ ଅଣାଯିବ | ଆଲୋଚନା ସମୟରେ ଜଗନ ଓ ୟେଦୁରପ୍ପା ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ବାଗତ କରାଇଥିଲେ ଯେ ସେମାନଙ୍କ ସରକାର ଇତି ମଧ୍ୟରେ ଅନେକ କାମ ଆରମ୍ଭ କଲେଣି | ତେଣୁ ଯେଉଁ ଓଡ଼ିଆ ମାନେ ରଖି କାମ କରିବାକୁ ଚାହିଁବେ ତେବେ ସେମାନଙ୍କ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ | 

ତଥାପି ଯେଉଁମାନେ ଓଡିଶା ଫେରିବାକୁ ଆଗ୍ରହୀ ସେମାନେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରିପାରିବେ | ସେଥିପାଇଁ ଆବଶ୍ୟକ ସହଯୋଗ କରିବା ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ | 

 ଓଡିଶାର  ମୁଖ୍ୟ ଶାସନ ସଚିବଙ୍କ ସହ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର  ମୁଖ୍ୟ ଶାସନ ସଚିବ ସ୍ତରରେ ବୈଠକ ହୋଇ ନିଷ୍ପତ୍ତି ନିଆଯିବ | ଓଡିଶା ଫେରିବାକୁ ଚାହୁଁଥିବା ଓଡ଼ିଆମାନଙ୍କ ପଞ୍ଜିକରଣ ବାଧ୍ୟତାମୂଳକ| ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ଯାହାଦ୍ୱାରା ଓଡ଼ିଶାରେ ପହଂଚିବା ପରେ ସେମାନଙ୍କ କ୍ଵରେଣ୍ଟାଇନ ରେ ରଖିବା ସହଜ ହେବ ଓ ସେମାନେ ଅନ୍ୟ ସୁବିଧା ପାଇପାରିବେ |

0
0
0
s2sdefault