ଫେରୁଛନ୍ତି  45 ଜଣ ପ୍ରବାସୀ ଓଡ଼ିଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହାଟଡିହୀ(ମକରଧ୍ବଜ ଜେନା) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ର 45 ଜଣ ପ୍ରବାସୀ ଓଡ଼ିଆ ସୁରଟରୁ ଫେରୁଛନ୍ତି | ଗତ ଏପ୍ରିଲ 30 ତାରିଖ ଗୁରୁବାର ନିଜସ୍ୱ ଖର୍ଚ୍ଚରେ ଏକ ବସ  ଭଡା କରି ଶନିବାର ଦିନ ପହଞ୍ଚିବେ ବୋଲି ଜଣାପଡିଛି | ଏହି ବସରେ ମୋଟ 56 ଜଣ ଅଛନ୍ତି | ସେମାନଙ୍କ ମଧ୍ୟରୁ ହାଟଡିହୀ ବ୍ଲକ କଳିଙ୍ଗା, ରମ୍ପାସ, ଶାଳନିଆ, ଇଞ୍ଚଳ, ଷଡ଼ଙ୍ଗ,ମରେଈଗା ପଞ୍ଚାୟତ ର 45 ଜଣ, ଘସିପୁରା ବ୍ଲକ ଗୋହିରା ର 2 ଜଣ, ଆନନ୍ଦପୁର ବ୍ଲକ କାଠକଟାର 2 ଜଣ ଏବଂ ଭଦ୍ରକ ଜିଲା ବସନ୍ତିଆ, ନାଆମି, ବନ୍ତ ଅଞ୍ଚଳ ର 7 ଜଣ ଏହି ବସ ରେ ଫେରୁଛନ୍ତି. ପହଂଚିବା ପରେ ପ୍ରବାସୀ ଓଡ଼ିଆ ଙ୍କୁ ପଞ୍ଚାୟତ ମାନଙ୍କ ରେ ଖୋଲା ଯାଇଥିବା ଆଇସୋଲେସନ କେନ୍ଦ୍ର ରେ ରଖାଯିବ ବୋଲି ସରପଞ୍ଚ କହିଛନ୍ତି |

0
0
0
s2sdefault