କରୋନାକୁ ନେଇ ଜିଲ୍ଲା ପ୍ରଶାସନର ପାସିଭ୍ ସର୍ଭେଲାନ୍ସ ବ୍ୟବସ୍ଥା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୭ ଦିନରୁ ଅଧିକ ଥଣ୍ଡା ଆକ୍ରାନ୍ତଙ୍କର ହେବ କୋରାନା ପରୀକ୍ଷା  

ପ୍ରତ୍ୟେକ ଦିନ ଦେଢ଼ ଶହ ଥଣ୍ଡା ରୋଗୀଙ୍କୁ ଚିହ୍ନଟ କରାଯାଉଛି 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାକୁ ଚାରିପାଶ୍ୱର୍ରେ ଘରି ରହିଛି ଓଡ଼ିଶାର ବାଲେଶ୍ୱର, କେନ୍ଦୁଝର ଜିଲ୍ଲା ସହିତ ପଡେ଼ାଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ । ଏହି ସମସ୍ତ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରୀନ ଜୋନରେ ରହିଥିବା ମୟୂରଭଞ୍ଜ ପ୍ରତି ଦେଖା ଦେଇଛି ଅଡ଼ୁଆ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଚିହ୍ନଟ ନିମନ୍ତେ ଆରମ୍ଭ ହୋଇଛି ପାସିଭ୍ ସର୍ଭେଲାନ୍ସ ବ୍ୟବସ୍ଥା । ଜିଲ୍ଲାରେ ଥଣ୍ଡା ଓ ଜ୍ୱର ଆଦିରେ ଆକ୍ରାନ୍ତ ହେଉଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଟ୍ରାକିଂ କରିବା ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଥଣ୍ଡା ଲକ୍ଷଣ ରହିଥିବା ରୋଗୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଉପଖଣ୍ଡ ଚିକିତ୍ସାଳୟ, ପ୍ରାଥମିକ ଚିକିତ୍ସାଳୟ ଆଦିରେ ସ୍ୱତନ୍ତ୍ର ଫ୍ଲୁ ଓପିଡ଼ିରେ ଚିକିତ୍ସା କରାଯାଉଛି । ୭ ଦିନ ଅଥବା ଏହାଠାରୁ ଅଧିକ ସମୟ ଧରି କୌଣସି ବ୍ୟକ୍ତି ନିକଟରେ ଥଣ୍ଡାର ଲକ୍ଷଣ ରହିଥିଲେ ସେମାନଙ୍କର କରୋନା ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରାଯାଉଛି ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସୂଚନା ଦେଇଛନ୍ତି । ଅଙ୍ଗନବାଡି ଦିଦି , ଆଶାକର୍ମୀ ଓ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଆସୁଥିବା କଲ ସହାୟତାରେ ପ୍ରତ୍ୟେକ ଦିନ ପ୍ରାୟ ଦେଢ଼ ଶହରୁ ଅଧିକ ଥଣ୍ଡା ରୋଗୀମାନଙ୍କୁ ଚିହ୍ନଟ କରାଯାଉଛି । ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟ ସହିତ ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନରୁ ଜିଲ୍ଲାକୁ ଫେରିଆସିଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇ କରୋନା ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ ୧୨୫୯ଟି ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୮୯ଟି ରିପୋର୍ଟ ଆସି ନାହିଁ । ସେହିପରି ୭୯ ବିଦେଶ ଫେରନ୍ତାମାନଙ୍କର କରୋନା ପରୀକ୍ଷା କରାଯାଇଛି ଏବଂ ସମସ୍ତ ରିପୋର୍ଟ ନେଗେଟିଭ ଥିବାର ଜିଲ୍ଲା ପ୍ରଶାସନ ସୂତ୍ରରୁ  ଜଣାପଡ଼ିଛି । 

 

0
0
0
s2sdefault