କୋଟାରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ଫେରାଇବାକୁ ପ୍ରଶାସନର ପଦକ୍ଷେପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱତନ୍ତ୍ର ବସରେ ରାଜସ୍ଥାନ କୋଟାରୁ ଫେରିବେ ୩ ମହିଳା ଅଭିଭାବକ ସହିତ ୧୮ ଛାତ୍ରଛାତ୍ରୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ଲକ୍ ଡ଼ାଉନରେ ରାଜସ୍ଥାନ ରାଜ୍ୟର କୋଟାରେ ଫଶି ରହିଛନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦା, ଡ଼ୁକୁରା, ଉଦଳା, ବେତନଟୀ ଓ ବହଳଦା ଅଞ୍ଚଳର ୩ ମହିଳା ଅଭିଭାବକମାନଙ୍କ ସହିତ ୨୦ ଛାତ୍ରଛାତ୍ରୀ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ପ୍ରଦାନ ପରେ ଏମାନଙ୍କୁ ଆଣିବା ନିମନ୍ତେ ମେ ୧ ଶୁକ୍ରବାର ବାରିପଦା ସହରରୁ ଏକ ସ୍ୱତନ୍ତ୍ର ବସ କୋଟା ଅଭିମୁଖେ ଯାତ୍ରା ଆରମ୍ଭ କରିବ । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ରାଜସ୍ଥାନର କୋଟାରେ ୨୦ ଜଣ ଛାତ୍ରଛାତ୍ରୀ ରହି ମେଡ଼ିକାଲ ଓ ଇଞ୍ଜିନିୟରିଂ କୋଟିଂ ନେଉଥିବା ବେଳେ ୩ ଜଣ ଅଭିଭାବକ ମଧ୍ୟ ରହିଛନ୍ତି । ବାହାର ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରି ଆସିବାର ରାସ୍ତା ଫିଟିବା ପରେ ସେମାନେ ଘରକୁ ଫେରି ଆସିବା ନିମନ୍ତେ ବ୍ୟସ୍ତ ହୋଇପଡ଼ିଥିଲେ । ତେବେ ଉକ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨ ଜଣ ଫେରିବାକୁ ରାଜି ନଥିବାର ଜଣାପଡ଼ିଛି । ଓଡ଼ିଶା ସରକାର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହିତ ସମ୍ପର୍କ ସ୍ଥାପନ ପରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଛାତ୍ରଛାତ୍ରୀଙ୍କୁ ଆଣିବା ନିମନ୍ତେ ଏକ ସ୍ୱତନ୍ତ୍ର ବସ ପଠାଇବାର ବ୍ୟବସ୍ଥା କରିଛନ୍ତି । ଉକ୍ତ ବସରେ ଦୁଇ ଜଣ ଅଭିଭାବକମାନଙ୍କ ସହିତ ୪ ଜଣ ବସ କର୍ମଚାରୀ ରହିବେ । ବସଟିକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯାଇଛି । ମୟୂରଭଞ୍ଜ ଫେରୁଥିବା ଛାତ୍ରଛାତ୍ରୀମାନେ ବସରେ ଚଢ଼ିବା ପୂର୍ବରୁ ସମସ୍ତଙ୍କର କୋଭିଡ଼ ସ୍କ୍ରିନିଂ କରାଯିବ ଏବଂ ଜିଲ୍ଲାରେ ପହଁଞ୍ଚିବା ପରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।  ଏବିଷୟରେ ସବିଶେଷ ତଥ୍ୟ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ , କୋଟା ଜିଲ୍ଲାପାଳଙ୍କ ସହିତ ସମ୍ପୃକ୍ତ କୋଚିଂ ସଂସ୍ଥାକୁ ସୂଚନା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । 

0
0
0
s2sdefault