ସାକେରୀ ରାହାସ ବିଦ୍ୟାପୀଠ ସଂଗରୋଧ ଗୃହରେ ୪୬ସୁରଟ ଫେରନ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ପ୍ରମୁଖ କରୋନା ପ୍ରଭାବିତ ରାଜ୍ୟ ଗୁଜୁରାଟର  ସୁରଟରେ ଲକଡାଉନ କାରଣରୁ ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାର ଫସିରହିଥିବା ୪୬ଜଣ ଓଡ଼ିଆ  ଏକ ବସଯୋଗେ ଓଡ଼ଗାଁ ଅଂଚଳରେ ପହଁଚିଥିଲେ । ସ୍ଥାନୀୟ ପ୍ରଶାସନ ପରାମର୍ଶ କ୍ରମେ ଓଡ଼ଗାଁ ଆଦର୍ଶଥାନା ସାକେରୀ ପଂଚାୟତ ଅନ୍ତର୍ଗତ ସାକେରୀ ରାହାସ ବିଦ୍ୟାପୀଠ ସଂଗରୋଧ ଗୃହରେ ସେମାନଙ୍କୁ ୧୪ ଦିନ ପାଇଁ ରଖାଯାଇଛି । ଏମାନଙ୍କ ମଧ୍ୟରୁ ୧ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟମାନେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଂଚଳର ସାକରୀ, ଆରଡା, ସୁନାମୁହିଁ, ଗିରିଡିପଲ୍ଲୀ ଏବଂ ବାହାଡାଝୋଲାର ବୋଲି ଜଣାପଡିଛି । ସୂଚନା ଅନୁସାରେ ଜିଜେ ୧୪ଜେ୦୩୦୩ ନମ୍ବର ସ୍ଲିପର କୋଚ ବସରେ  ମୁଣ୍ଡପିଛା ୪୨ଶହ ଖର୍ଚ୍ଚ କରି ଗୁରୁବାର ରାତି ୧୦ଟାରେ ଓଡ଼ଗାଁରେ ପଂହଁଚିବା ପରେ ପ୍ରଶାସନର ବ୍ୟବସ୍ଥା ଅନୁସାରେ ବସଟି ସାକେରୀ ରାହାସ ବିଦ୍ୟାପୀଠରେ ପହଁଚିଥିଲା । ପୋଲିସ ପ୍ରଶାସନ ତରଫରୁ ୩୪ଜଣ ପୁରୁଷ, ୯ଜଣ ମହିଳା ଓ ୩ ଜଣ ଶିଶୁଙ୍କୁ ଗଣତି କରି ସଂଗରୋଧ ଗୃହରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଦର୍କାର ପଡିଲେ ସେମାନଙ୍କର ଡାକ୍ତରୀ ପରୀକ୍ଷା  ସହିତ ସ୍ୱାବ ଟେଷ୍ଟ କରାଯିବ ବୋଲି କୋଭିଡ-୧୯ ଜିଲ୍ଲା ନୋଡାଲ ଅଫିସର କହିଥିଲେ । ଏଠାରେ ୧୭ ଜଣଙ୍କ ପାଇଁ ଖଟିଆ ବ୍ୟବସ୍ଥା ରହିଥିବା ବେଳେ ଅନ୍ୟମାନେ ତଳେ ଗଦିସେଜରେ ଶୋଇଥିବା ଜଣା ଯାଇଛି ।

 

0
0
0
s2sdefault