ହେଡଲାଇନସ୍:

ରମ୍ପେଲା ଇବ ସେତୁ କରୋନା ଭୂତାଣୁର ଆବାହକ ହେବ ନାହିଁ ତ ??

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଛତିଶଗଡ, ରାୟଗଡ ସହ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର, ବେଲପାହାଡ, ଥର୍ମାଲ, ବନ୍ଧରପାଲି ଅଞ୍ଚଳରୁ ସମ୍ବଲପୁର ଜିଲ୍ଲାକୁ ସଂଯୋଗ କରୁଥିବା ରମ୍ପେଲା ଇବ ସେତୁ କରୋନା ଭୂତାଣୁର ଆବାହକ ହେବ ନାହିଁ ତ ? ଏ ନେଇ ବତ୍ତର୍ମାନ ବୁଦ୍ଧିଜୀବି ମହଲରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଗତ କାଲି ଠାରୁ ସମ୍ବଲପୁର ସିମାନ୍ତ  ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବଂ ଚିହ୍ନଟ ହୋଇଥିବା ରୋଗୀ ବାହାର ରାଜ୍ୟରୁ ଆସିଥିବାରୁ ଆନ୍ତ ରାଜ୍ୟ ଏବଂ ଆନ୍ତ ଜିଲ୍ଲାରୁ ପ୍ରତ୍ଯେହ ଶହ ଶହ ଗାଡ଼ି ସହ ଶହ ଶହ ଲୋକ ଏହି ରମ୍ପେଲା ଇବ ସେତୁ ଦେଇ ଭୋର ସମୟରେ ଏବଂ ରାତ୍ରି  ସମୟରେ ଯାତାୟାତ କରୁଛନ୍ତି ।କହିବାକୁ ଗଲେ ଏହି ସେତୁ ସମ୍ବଲପୁର ଜିଲ୍ଲାକୁ ଆସିବା ପାଇଁ ଏକ ପ୍ରମୁଖ ରାସ୍ତା ହୋଇଛି । ସିମାନ୍ତ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଠାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଖବର ଲେଖା ଯିବା ପର୍ଯ୍ୟନ୍ତ ବହିରାଗତଙ୍କ ଯାତାୟତକୁ ବାରଣ କରିବା ପାଇଁ ଏହି ସେତୁ ରାସ୍ତାକୁ ନା ସମ୍ବଲପୁର ନା ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇ ନାହିଁ ।

ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସେତୁର ଝାରସୁଗୁଡା ଜିଲ୍ଲା ସିମାନ୍ତ ଡୁନଡୁନ ଛକରେ ନାମକୁ ମାତ୍ର ସିଲ କରାଯାଇଥିଲେ ମଧ୍ୟ  ଶହ ଶହ ଲୋକଙ୍କ ସହ ସହ ଗାଡି ଯାତାୟତ କରୁଛି ।

ସମ୍ବଲପୁର ଜିଲ୍ଲା ସିମାନ୍ତ ସପ୍ନେ ନିକଟରେ ଏହି ରାସ୍ତାକୁ ସିଲ କରିବା ଆବଶ୍ୟକତା ଅଛି । ନହେଲେ ଏହି ସେତୁ ରାସ୍ତା କରୋନା ଭୂତାଣୁର ଆବାହକ ହେବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଏ ଦିଗରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ 

ରାସ୍ତା ସିଲକୁ କଡାକଡି କରିବା ପାଇଁ ସାଧାରଣରେ ଦାବି ହେଉଛି ।

     

    

 

0
0
0
s2sdefault