ହେଡଲାଇନସ୍:

କରୋନା ସମୟରେ ରକ୍ତଦାନ ପାଇଁ ଆଗେଇ ଆସିଲା  ବୋୖଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାମ୍ବାଦିକ ଓ ସାମ୍ବାଦିକ ପରିବାର ଠାରୁ 40 ୟୁନିଟ ରକ୍ତ ସଂଗ୍ରହ

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ସାମ୍ବାଦିକମାନେ କଲେ ରକ୍ତ ଦାନ । ଲକ୍ ଡାଉନ ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତର ଅଭାବକୁ ପୂରଣ କରିବା ପାଇଁ ଅଂଟା ଭିଡିଛି ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ । ବୌଦ୍ଧ ରକ୍ତ ଭଣ୍ଡାରରେ ରକ୍ତ ଦାନ ଶିିବିରର ଆୟୋଜନ କରି ପ୍ରାୟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସଂଘର କର୍ମକର୍ତା ତଥା ସାମ୍ବାଦିକମାନଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଆଜି ଏହି ଶିବିରରେ ରକ୍ତ ଦାନ କରିଥିଲେ । ଲକ୍ ଡାଉନ ପାଇଁ ରକ୍ତ ଦାତାମାନେ ଘରୁ ବାହାରି ପାରୁ ନଥିବାରୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ରକ୍ତ ନ ପାଇ ରୋଗୀମାନେ ମଧ୍ୟ ବହୁତ ହଇରାଣରେ ପଡୁଥିବା ଦେଖିବାକୁ ମିଳିଥିଲା । ଫଳରେ ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ତଥା କର୍ମକର୍ତା ଦେବାଶିଷ ପୁରୋହିତଙ୍କ ତତ୍ୱବଧାନରେ ଏହି ରକ୍ତ ଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

0
0
0
s2sdefault