ହେଡଲାଇନସ୍:

ମହିଳା ପୋଲିସ ଅଧିକାରଙ୍କ ବିରୋଧରେ ନିଷ୍ଠା ପରିବାର ଆଣିଲା ଗୁରୁତର ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଶାସକ ପ୍ରଶାସକ  :- ଲକ ଡାଉନ ବେଳେ ଲୋକଙ୍କ ପାଖରେ ପହଂଚି ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିବା ନିଷ୍ଠା ପରିବାର ଆଣିଛି ଗୁରୁତର ଅଭିଯୋଗ | ଡ୍ରାଇଭର ଓ ହେଲ୍ପର ମାନଙ୍କୁ ଜଳଖିଆ ବିତରଣ କରାଯାଉଥିବା ସମୟରେ ବରଗଡ଼ର ଜଣେ ମହିଳା ଇନ୍ସପେକ୍ଟର ନିଷ୍ଠାର ସମ୍ପାଦକ ଓ ସେଠାରେ ଉପସ୍ଥିତ ସଭ୍ୟ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଆଜି ବରଗଡ଼ ଓ SPଙ୍କର ନିକଟରେ ଲିଖିତ ଅଭିଯୋଗ କରିଛନ୍ତି |

 ବରଗଡ଼ ଜିଲ୍ଲାରେ ନିଷ୍ଠା ପରିବାରର ଏକ ସ୍ୱତନ୍ତ୍ର ପରିଚୟ ରହିଛି ଏହା ସହିତ ନିଷ୍ଠା ପରିବାରର ସହିତ ଜଡିତ ଥିବା ପ୍ରତ୍ୟେକ ସଭ୍ୟ ଆଜି କେବଳ ବରଗଡ଼ ନୁହେଁ ଆଖପାଖ ଅଞ୍ଚଳ ସହିତ ଜିଲ୍ଲା ବାହାରେ ମଧ୍ୟ ନିଜର ସମାଜସେବା ପାଇଁ ବେଶ ପରିଛିତ । ନିଷ୍ଠା ପରିବାର 2010 ମସିହାରେ ଆରମ୍ଭ ହେବା ପରଠାରୁ ସମାଜ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରି ରଖିଛି ଏଥିରେ ଜିଲ୍ଲା ବସି ଏକମତ । ସମାଜକୁ ଯେତେବେଳେ ଆବଶ୍ୟକ ହେଇଛି ନିଷ୍ଠା ପରିବାର ର ସଭ୍ୟ ମାନେ ଆବଶ୍ୟକତା ମୁତାବକ ନିଜର ସମାଜ ସେବାକୁ ଦାଇତ୍ୱ ଭାବି  ସଫଳତାର ସହିତ ତୁଲାଇଛନ୍ତି । ରକ୍ତଦାନ ହେଉ ବା ଅସହାୟ ତଥା ଅଜଣା ଲୋକଙ୍କର ଶବ ସତ୍କାର ହେଉ ବା ଜରୁରୀ କାଳୀନ ପରିସ୍ଥିତିରେ ଲୋକଙ୍କ ସହିତ ନିଜକୁ ସାମିଲ କରି ଆବଶ୍ୟକତା ମୁତାବକ ସହଯୋଗ , ନିଷ୍ଠା ପରିବାରର ସଭ୍ୟ ମାନେ ସବୁ କାମ ସଠିକ ଭାବରେ ସମ୍ପାଦନ କରି ନିଜକୁ ଓ ଅନୁଷ୍ଠାନକୁ  ବାରମ୍ବାର ପ୍ରମାଣିତ କରି ଦେଖେଇଛନ୍ତି ବିନା କୋଣସି ସ୍ୱାର୍ଥରେ । ନିଷ୍ଠାର ଏହି ମହତ କାର୍ୟ୍ଯ କଳାପ ପାଇଁ ଆଜି ଆଜି ଜିଲ୍ଲା ତଥା ଜିଲ୍ଲା ବାହାରେ ନିଷ୍ଠାର ଅନେକ ସୁନାମ ଥିବା ସହିତ ଏହାର ସଭ୍ୟ ମାନଙ୍କ ପ୍ରତି ଜିଲ୍ଲା ବାସୀଙ୍କର ଯଥେଷ୍ଟ ଆଦର ରହିଛି ।

       ଦେଶ ଲକଡାଉନ ହେବା ପରଠାରୁ ନିଷ୍ଠା ଦ୍ୱାରା ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ , ଅସହାୟ , ଗରିବ ତଥା ଜାତୀୟ ରାଜପଥ ରେ ଯିବାଆସିବା କରୁଥିବା ଗାଡିର ଡ୍ରାଇଭର ଓ ହେଲପର ମାନଙ୍କୁ ଜଳଖିଆ ତଥା ରନ୍ଧା ଖାଦ୍ୟ ବିତରଣ କରି ଆସୁଛି । ଆଜି ପ୍ରତ୍ୟେକ ଦିନ ଭଳି ବରଗଡ଼ ବିକାଶ ସ୍କୁଲ ନିକଟରେ  ଅନୁଷ୍ଠାନ ର ସଭ୍ୟ ମାନଙ୍କର ତରଫରୁ ଡ୍ରାଇଭର ଓ ହେଲ୍ପର ମାନଙ୍କୁ ଜଳଖିଆ ବିତରଣ କରାଯାଉଥିବା ସମୟରେ ବରଗଡ଼ର ଜଣେ ମହିଳା ଇନ୍ସପେକ୍ଟର ନିଷ୍ଠାର ସମ୍ପାଦକ ଓ ସେଠାରେ ଉପସ୍ଥିତ ସଭ୍ୟ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଆଜି ବରଗଡ଼ ଓ SP ଙ୍କର ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଅନୁଷ୍ଠାନର ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ । 

       ଏହା ନିରାଟ ସତ ଯେ ରାଜ୍ୟ ପୋଲିସର କର୍ମଚାରୀ ମାନେ ଆଜି ଯେଉଁ ପରିସ୍ଥିତିରେ ନିଜର କର୍ତବ୍ୟ କୁ ସମ୍ପାଦନ କରୁଛନ୍ତି ତାହା କେବଳ ଯେ ପ୍ରଶଂସନୀୟ ତାହା ନୁହେଁ ପୋଲିସର ସମସ୍ତ କର୍ମଚାରୀ ମାନେ ଆଜି ନିଶ୍ଚିତ ଭାବରେ ନମସ୍ୟ । ସେହି ମାନଙ୍କର ତ୍ୟାଗ ଓ କଠୋର ପରିଶ୍ରମ କାରଣ ରୁ ଆଜି ଆମେ ଏହି ମହାମାରୀରୁ ସୁରକ୍ଷିତ । କିନ୍ତୁ ନିଷ୍ଠା ପରିବାର ର ସଭ୍ୟ ମାନେ ମଧ୍ୟ ଜନସାଧାରଣ ଙ୍କର ସେବା କରୁଛନ୍ତି । ଜଣେ ଦଇତ୍ୱବାନ ପୋଲିସ ଅଧିକାରୀ ଙ୍କର ଏହିଭଳି ରୁକ୍ଷ ବ୍ୟବହାର ସ୍ବେଚ୍ଛାସେବୀ ଭାଇ ମାନଙ୍କୁ ନିଶ୍ଚିତ ଭାବରେ ଆଘାତ ଦେବ । ତେଣୁ ବରଗଡ଼ SP ତୁରନ୍ତ  ଏହାର ତଦନ୍ତ କରି କାର୍ଯନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିଷ୍ଠା ର ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ SP ଓ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି ।

0
0
0
s2sdefault