ହେଡଲାଇନସ୍:

ଅଗ୍ନି ବିପନ୍ନଙ୍କ ପାଖରେ ପହଂଚି ସହାୟତା କଲେ ବିଧାୟକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହାଟଡିହି / ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗତ ଗୁରୁବାର 5 ଟି ପରିବାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲେ | ଶୁକ୍ରବାର ଆନନ୍ଦପୁର ବିଧାୟକ ଭାଗିରଥି ସେଠି ଉକ୍ତ ଗ୍ରାମ କୁ ଯାଇ ଅଗ୍ନି ବିପନ୍ନଙ୍କୁ ଭେଟିଥିଲେ |  ସୁରେନ୍ଦ୍ର ପ୍ରଧାନ, ସୁବାଷ ପ୍ରଧାନ, ଖଗେଶ୍ୱର ପ୍ରଧାନ, ନରେନ୍ଦ୍ର ପ୍ରଧାନ, ନବୀନ ପ୍ରଧାନ ପ୍ରମୁଖ ପରିବାରକୁ ବସ୍ତ୍ର, ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରି ସମବେଦନା ଜଣାଇଥିଲେ |  ଯୁବନେତା ତଥା ସାମାଜିକ କର୍ମୀ ତାରିଣୀ ପ୍ରସାଦ ସେନାପତି(ଚିକୁ) ଅଗ୍ନି ବିପନ୍ନ କିପରି ଆଗକୁ ସମସ୍ତ ସରକାରୀ ସାହାଯ୍ୟ ଓ ସହାୟତା ପାଇବେ ଏବଂ ଅଗ୍ନି ବିପନ୍ନ ଙ୍କ ର ବିଭିନ୍ନ ସମସ୍ୟା, ଅସୁବିଧା ସମ୍ପର୍କ ରେ ବିସ୍ତୃତ ଭାବେ ବିଧାୟକଙ୍କ ସହ ଆଲୋଚନା କରିଥିଲେ | ସରପଞ୍ଚ ପ୍ରତିନିଧି ଅମୁଲ୍ୟ ହାତୀ, ରମାକାନ୍ତ ନାୟକ, ଦେବକୀ ନାୟକ, ସୁଦର୍ଶନ ବାରିକ, ଲକ୍ଷ୍ମୀଧର ଜେନା, ବାବୁଲି ପଟ୍ଟନାୟକ, ସୁଧାକର ଓଝା, ଚିନୁ ନାୟକ, ପ୍ରଦୀପ ଜେନା, ପ୍ରତାପ ଦେଓ, ପ୍ରମୁଖ ଉପସ୍ଥିତ ଥିଲେ | 

0
0
0
s2sdefault