ହେଡଲାଇନସ୍:

ଯୁବ ବିଜେଡି ନେତା ମାନସ ସାହୁଙ୍କ ଅକାଳ ବିୟୋଗରେ ଯୁବ ବିଜେଡି ରାଜ୍ୟ ସଭାପତିଙ୍କ ଶୋକ 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଯୁବଜନତା ଦଳର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସଭାପତି ତଥା ବ୍ରଜରାଜନଗର ପୌରସଂସ୍ଥାର ତିନି ତିନି ଥର କାଉନସିଲର ରହିଥିବା ଟାଣୁଆ ଯୁବନେତା ମାନସ ସାହୁଙ୍କ ହୃଦଘାତରେ  ଅକାଳ ବିୟୋଗ ଘଟିଛି । ତାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ | ଶ୍ରୀ ପତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ    ଯୁବନେତା ମାନସ ସାହୁଙ୍କ ଅକାଳ ବିୟୋଗରେ ବିଜୁଜନତା ଦଳ ଏକ ଉଦୀୟମାନ ଯୁବ ନେତୃତ୍ୱ ଏବଂ ଝାରସୁଗୁଡା ଜିଲ୍ଲାର ଯୁବସଂଗଠନର ଏକ ସକ୍ରୀୟ ସଂଗଠକଙ୍କୁ ହରାଇଛି । ତାଙ୍କରଏହି ଅକାଳ ବିୟୋଗ ଫଳରେ  ବିଜୁ ଯୁବ ଜନତା ପରିବାର ପାଇଁ ଏକ ଅପୁରଣୀୟ କ୍ଷତି ଘଟିଛି । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାଥନା କରିବା ସହ ଏ ଦୁଃଖକୁ ସହ୍ୟ କରିବା ପାଇଁ ଶ୍ରୀ ସାହୁଙ୍କ ଶୋକ ସନ୍ତପ୍ତ ପରିବାରକୁ ଭଗବାନ ଅସୀମ ଧୈର୍ୟ ଓ ସାହସ ଦିଅନ୍ତୁ ବୋଲି  ରାଜ୍ୟ  ସଭାପତି ଶ୍ରୀ ପତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି  ।

0
0
0
s2sdefault