ହେଡଲାଇନସ୍:

ପିଏମ କେୟାର୍ସ ଫଣ୍ଡ ପାଇଁ ବୁଲି ବୁଲି ଲୋକଙ୍କଠୁ ପାଣ୍ଠି ସଂଗ୍ରହ କରୁଛନ୍ତି ବିଧାୟିକାକୁସୁମ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଲୋକଙ୍କୁ  ଏ ଅସମୟରେ ଦେଉଛନ୍ତି ସାମାଜିକ ଦୂରତା ଏବଂ ସଚେତନତାର ବାର୍ତ୍ତା

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ:- ବିଶ୍ୱମହାମାରି କରୋନା ସଂକ୍ରମଣ ଭୁତାଣୁ କୁ ପରାସ୍ତ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଯୋଡ଼ି ହୋଇ ଏହି ଭୟାବହ ଭୁତାଣୁ ସଂକ୍ରମଣ ରୁ ଜନସାଧାରଣଙ୍କୁ ସଚେତନତା କରାଇବା ସହ ଏହି ଭୁତାଣୁ ରୁ ଜନସାଧାରଣ କେମିତି ସୁରକ୍ଷିତ ରହିବେ ତାହାପାଇଁ ରାତିଦିନ ଏକ କରି ଭୁତାଣୁର୍  ଦମନ ନିମନ୍ତେ ପ୍ରାୟସ ଜାରୀ ରଖିଛନ୍ତି |ସୁନ୍ଦରଗଡ଼ ଜିଲ୍ଲାରେ ସବୁବର୍ଗର୍ ଲୋକେ ଅଣ୍ଟାଭିଡ଼ି ଛନ୍ତି ଏହି ସଂକ୍ରମଣ ଭୁତାଣୁରୁ ନିଜକୁ ରକ୍ଷା କରିବା ପାଇଁ ,ସୁନ୍ଦରଗଡ଼ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ  ନିଜର ପ୍ରୟାସ ଜାରିରଖି ଗାଁ ଗୁଡ଼ିକ ରୁ ଆରମ୍ଭ କରି ପୌରପାଳିକାର୍ ୱାଡ଼ ୱାଡ଼ ବୁଲି  ଜନସାଧାରଣଙ୍କୁ ସଚେତନତା କରାଇବା  ,ସାମାଜିକ ଦୂରତା ରକ୍ଷା କରିବା ସହ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି | ଗତକାଲି ଓ ଆଜି କୂଳଟା ପଞ୍ଚାୟତ ର୍ ଘୁମୁଡ଼ା ଗ୍ରାମରେ ଘରଘର ବୁଲି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡପାଇଁ ଲୋକଙ୍କୁ ଅର୍ଥ ମାଗିଥିଲେ ଗ୍ରାମବାସୀ ମାନେ ମଧ୍ୟ ସ୍ୱଇଚ୍ଛାରେ ସ୍ବତପ୍ରବୃତ୍ତ ଭାବରେ ସମର୍ଥନ ଜଣାଇଥିଲେ ଓ ଖୁସିରେ ଇଛାମୁତାବକ ଅର୍ଥ ପ୍ରଦାନ କରିଥିଲେ | ତାପରେ ଲଙ୍କାହୁଡା ପଞ୍ଚାୟତ ର୍ ରୂପିଡ଼ିହି ଗ୍ରାମରେ ଘରଘର ବୁଲି ସେ ପାଣ୍ଠି ଯୋଗାଡ଼ କରିଥିଲେ ତାଙ୍କସହ ସଦର ବ୍ଲକ ପ୍ରତିନିଧି ଭୀମସେନ ନାଏକ, ଭାଜପା ର୍ ବରିଷ୍ଠ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ସୁଦାମ ହୋତା, ନିମାଇଁ ନାଏକ, ମାଧବ ସା, ଶ୍ୟାମଳ କାରିଆ,ଗଜାଧର ଅମାତ, ପ୍ରଫୁଲ୍ଲ ନାଏକ, ରାଜୀବ ସା ଏବଂ ପୂର୍ବତନ ସରପଞ୍ଚ ସୁସୁମା ନାଏକ ଯୋଗଦେଇଥିଲେ | ସେହିପରି ପୋୖରାଞ୍ଚଳ ର୍ ୧୪ ,୧୬ ,୧୮ ୱାଡ଼ର୍ ଘରଘର ବୁଲି ବିଧାୟିକା  ଜନସାଧାରଣଙ୍କୁ  କହିଥିଲେ  ଏହି ସଂକ୍ରମଣ ଭୁତାଣୁ ର୍ ଭୟାବହ ସମୟରେ ଆପଣ ମାନେ ଯଥାସମ୍ଭବ ଅସହାୟ ଲୋକଙ୍କ ଠାରୁ ଆରମ୍ଭ କରି ଗାଈଗୋରୁ ପଶୁପକ୍ଷୀ ମାନଙ୍କୁ ସହଯୋଗ କରୁଛନ୍ତି ଏବଂ ଆଗକୁ ମଧ୍ୟ ଜାରୀ ରଖନ୍ତୁ ବୋଲି ମତବ୍ୟକ୍ତ କରିବା ଶହ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡପାଇଁ ଟଙ୍କା ମାଗିଥିଲେ ଏବଂ ତାଙ୍କସହ ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ସୁରେନ୍ଦ୍ର ସର୍ଣ୍ଣକାର, ମନିଷ ପଟେଲ, ସୁବାସ ଚନ୍ଦ୍ର ରଣା, ଆଇନଜୀବୀ ଉମାସଙ୍କର ପଟେଲ, ସୁପ୍ରଭା ପଟେଲ, ମଣ୍ଡଳ ସଭାପତି ଆଶିଷ ପଟେଲ, ସାଗର ସାହୁ,ରୂପେଶ ପଟେଲ, ରାଜୁ ନାଏକ ସହଯୋଗ କରିଥିଲେ |

0
0
0
s2sdefault