ହେଡଲାଇନସ୍:

କରୋନା ଲଢେଇ : ପାଂଚବର୍ଷର ଶିଶୁ ଜି.କିଷ୍ଣା ବଢ଼ାଇଲେ ସହାୟତାର ହାତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:- ବୟସ ସିନା କମ ହେଲେ ହୃଦୟ ଟା ଅନେକ ବଡ଼ ।ବର୍ତ୍ତମାନ ସାରା ବିଶ୍ୱ କୋରୋନା ସହିତ ମୁକାବିଲା କରୁଛି । ପ୍ରତାକ୍ଷ ଓ ପରୋକ୍ଷ ଭାବରେ ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ସରକାର ଙ୍କର ସହିତ ମିଶି ଏହି ମହାମାରୀ ର ମୁକାବିଲା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର କରୋନା ମୁକାବିଲା ସକାଶେ ଓଡିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ସହଯୋଗ କରିବାର ଅପିଲ ପଦ୍ମପୁର ସହର  ୱାର୍ଡ ନଂ-୬ ର ବାସିନ୍ଦା ଶ୍ରୀଯୁକ୍ତ ଜି.ନାଗୁ ଙ୍କ  ପାଂଚ ବର୍ଷର ପୁଅ ଜି.କ୍ରିଷ୍ଣା ଙ୍କର ମନରେ ଆଣିଦେଇଥିଲା ପ୍ରେରଣା । ସେ ନିଜେ ଦିର୍ଘଦିନରୁ ସଂଚୟ କରିଥିବା ୧୨ ହଜାରଟଙ୍କାର ଧନରାଶି କୁ ଲୋକଙ୍କ କଲ୍ୟାଣ ପାଇଁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମାନ ତନ୍ମୟ କୁମାର ଦରୱାନ ଙ୍କ ହସ୍ତ ରେ ପ୍ରଦାନ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇବାକୁ ଜଣାଇଥିଲେ ।  ସୂଚନାଯୋଗ୍ୟ ଯେ ଜି.କ୍ରିଷ୍ଣା ବର୍ତମାନ ହେଲୋ କିଟ୍ସ ଶିକ୍ଷାନୁଷ୍ଠାନ ରେ ଏଲ୍.କେ.ଜି ରେ ଅଧ୍ୟୟନ ରତ ା ଏହି ଅର୍ଥ ରାଶି ପ୍ରଦାନ ସମୟରେ ମାଁ-ସବିତାପ୍ରଧାନ, ବାପା-ଜି.ନାଗୁ, ଜେଜେବାପା-ସୁବାଷ ପ୍ରଧାନ ଏବଂ ଜେଜେମାଁ- ପ୍ରମିଳା ପ୍ରଧାନ ଉପସ୍ଥିତ ଥିଲେ ାଏଭଳି ମହତ କାର୍ଯ୍ୟ ପାଇଁ ଉପଜିଲ୍ଲାପାଳ ଶ୍ରୀମାନ ଦରୱାନ ଉଚ୍ଚପ୍ରଶଂସା କରିବା ସଂଗେସଂଗେ  ପିଲାର ଉଜ୍ଜଳ ଭବିଶ୍ୟତ କାମନା କରିଥିଲେ ବୋଲି ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଜଣାଇଛନ୍ତି ।

0
0
0
s2sdefault