ହେଡଲାଇନସ୍:

ସମ୍ବଲପୁର ଗସ୍ତରେ ଡିଜି ଅଭୟ, କରୋନା ଲଢେଇ ଉପରେ କଲେ ସମୀକ୍ଷା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ପଶ୍ଚିମ ଓଡିଶା ରେ କରୋନାର ଏଣ୍ଟ୍ରି ପରେ ପୋଲିସ ଡିଜି ଅଭୟ ଆଜି ଦିନିକିଆ ଗସ୍ତରେ ସମ୍ବଲପୁର ପହଂଚି ସ୍ଥିତି ତଦାରଖ କରିଛନ୍ତି l ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସମ୍ବଲପୁର  ରିଜର୍ଭ ପୋଲିସ ପଡିଆରେ ଓହ୍ଲାଇବା ପରେ କରୋନା ମୁକାବିଲା ରେ କାର୍ଯ୍ୟରତ ଥିବା ବିଭିନ୍ନ ପୁଲିସ କର୍ମଚାରୀଙ୍କୁ ଭେଟିଥିଲେ l

ଏହାପରେ ସହରର ବିଭିନ୍ନ ଥାନା ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ l ବିଭିନ୍ନ ଜିଲ୍ଲା ଗୁଡିକର ସୀମା ସିଲ ଉପରେ ଗୁରୁତ୍ୱ ଦେବା ସହ ଯାଞ୍ଚ ବ୍ୟବସ୍ଥା କୁ କଡାକଡି କରିବା ପାଇଁ ନିର୍ଦେଶ ଦେଇଥିଲେ l ସେହିପରି ପୋଲିସ ଡିଜି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରି ସ୍ଥିତି କୁ ପରଖିଥିଲେ l ଏହି ଗସ୍ତ କାର୍ଯ୍ୟକ୍ରମରେ ଗୋଇନ୍ଦା ବିଭାଗର ଅଧିକାରୀଙ୍କ ସହ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଏସପି କନୱାର ବିଶାଳ ସିଂ, ଜିଲ୍ଲାପାଳ ଶୁଭମ ସକ୍ସେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଏହାପରେ ଡିଜି ବରଗଡ ଜିଲ୍ଲା ଗସ୍ତ କରି କରୋନା ମୁକାବିଲା ପାଇଁ ସ୍ଥିତି ତଦାରଖ କରିଥିଲେ l

0
0
0
s2sdefault