ହେଡଲାଇନସ୍:

କୋରୋନା ଲଢେଇ : ନିରବ ଯୋଦ୍ଧା ଭଳି ଲଢେଇ ଜାରି ରଖିଛନ୍ତି ନଛି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରୋନା ଭଳି ତିରୋଟ ସମୟରେ ଲୋକଙ୍କୁ ବଢ଼ାଉଛନ୍ତି ସହାୟତାର ହାତ 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ଉପନଗରପାଳ ଦାୟିତ୍ୱ ଭାର ସମ୍ଭାଳିଥିବା ବେଳେ ପୌରପରିଷଦର ପରିମଳ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପରେ ବର୍ତ୍ତମାନ ବିଶ୍ୱ ମହାମାରୀ କୋଭିଡ଼-୧୯ର ମୁକାବିଲା କରିବାକୁ ଜଣେ ଯୋଦ୍ଧା ଭାବେ ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି ବିଜୁ ଯୁବ ଜନତା ଦଳର ଟାଣୁଆ ଯୁବନେତା ଜିତେନ୍ଦ୍ର ମହାନ୍ତି। ଏ ସମୟରେ ସରକାରଙ୍କ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ କିଛି ଲୋକଙ୍କ ପାଖରେ କିଛି ପହଂଚି ପାରେନି ବା ଯେଉଁମାନେ ଅସହାୟ ସେମାନଙ୍କ ପାଖରେ ପହଂଚି ଯାନ୍ତି ଜିତେନ୍ଦ୍ର ଓରଫ ନାଛି |   ଯୁବ ସମାଜ ତାଙ୍କୁ ନଛି ଭାଇ ଓ ବୟସ୍କମାନଙ୍କ ସେ ଆଦରର ନଛି , ଆଉ ଏ ନିଜ କାମ ଦ୍ୱାରା ସୃଷ୍ଟି କରି ପାରିଛନ୍ତି ସ୍ୱତନ୍ତ୍ର ପରିଚୟ ।

 ପୌରପରିଷଦର ୨୮ଟି ୱାର୍ଡର  ସମସ୍ତ ଅଞ୍ଚଳଗୁଡ଼ିକରେ ଘୁରି ବୁଲି ପିଲାରୁ ବୟସ୍କ, ଭିନ୍ନକ୍ଷମ, ଅସହାର, ଭିକ୍ଷୁକ, ଫୁଟପାଥରେ ଆଶ୍ରୟ ନେଇଥିବା ନିସ୍ୱ , ଗରୀବ, ଦିନ ମଜୁରୀଆ, ଦେହ ମେହନତି ମଣିଷମାନଙ୍କ ନିକଟରେ ପହଁଞ୍ଚି କେତେ ବେଳେ ମାସ୍କ ବିତରଣ କରିବା ସହିତ ବ୍ୟବହାରର ଉପକାରୀତା  ଓ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି, ପୁଣି କେତେବେଳେ ସାନିଟାଇଜର,  ସାବୁନ, ରେଶନ, ଶୁଖିଲା ଖାଦ୍ୟ, ନୂତନ ବସ୍ତ୍ର ଆଦି  ବାଣ୍ଟିବା ସହିତ ବାରମ୍ବାର ହାତକୁ ସର୍ବ ନିମ୍ନ ୧୬ ସେକେଣ୍ଡ ପର୍ଯ୍ୟନ୍ତ ସଫା କରିବା ଏବଂ ହାତ ସଫା କରିବାର ତରିକା ଆଦି ଶିଖାଇବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ କେଉଁଠି କିଏ ଭୋକିଲା ରହିଛି, ପୁଣି ସହରକୁ ବାହାରୁ ରାଜ୍ୟରୁ ଆସି ଅସୁବିଧାରେ ସମ୍ମୁଖୀନ ହୋଇଥିବା ଶ୍ରମିକ ଆଦିଙ୍କ ସମ୍ପର୍କରେ ସୂଚନା ପାଇବା ମାତ୍ରେକେ ସହାୟତା କରିବାକୁ  ପାଖରେ ପହଁଞ୍ଚିଯାଉଛନ୍ତି । ପୁଣି ଜିଲ୍ଲା ରେଡ଼କ୍ରସ ରକ୍ତଭଣ୍ଡାରରେ ରକ୍ତର ଅଭାବ ପଡ଼ିଲେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ଓ କୌଣସି ରୋଗୀର ରକ୍ତ ଆବଶ୍ୟକ ପଡ଼ିଲେ ଏହିରି ବିଭିନ୍ନ କଥାରେ ନଛିକୁ ଡ଼କରା ଆସିଥାଏ  । ଏହା ବ୍ୟତୀତ ଲକ୍ ଡ଼ାଉନ ସମୟରେ ପକ୍ଷୀମାନଙ୍କୁ ଦାନା ଦେବା, ଭୁକିଲା ବୁଲା ଗୋରୁ ଓ କୁକୁରମାନଙ୍କୁ ଖାଇବାକୁ ଦେବା ଆଦି କାର୍ଯ୍ୟରେ ଲାଗିପଡ଼ିଥିବାର ଦେଖିବାକୁ ମିଳି ଥାଏ ।  ଏଥି ସହିତ ସହରରେ କେଉଁଠି ରୋଗୀଙ୍କୁ ହସପିଟାଲରେ ପହଁଞ୍ଚାଇବାଠାରୁ ଆରମ୍ଭ କରି ଜମା ହୋଇଥିବା ଆଳିଆ ଆବର୍ଜନା ସ୍ଥାନାନ୍ତରିତ କରାଇବା, ବୁଲା କୁକୁର, ଷଣ୍ଢ ଓ ବିଲେଇ ଏପରିକି ମୂଷା ଆଦି ମରିପଡ଼ିଥିଲେ ଉଠାଇବା ନିମନ୍ତେ ଡାକ ପଡ଼ୁଛି ନଛି ଭାଇଙ୍କୁ । ପୁଣି କେଉଁଠି ଅଳିଆ ଆବର୍ଜନାକୁ ପୌରପରିଷଦର ସଫେଇ କର୍ମଚାରୀମାନଙ୍କ ସହିତ ମିଶି ହଟାଇବାରେ ଲାଗି ପଡ଼ୁଥିବାର ଦେଖିବାକୁ ମିଳୁଛି । ଦିନ ହେଉ ଅଥବା ରାତି ଜନସାଧାରଣଙ୍କ ସେବାରେ ସଦାସର୍ବଦା ନିଜକୁ ସମର୍ପିତ କରାଇ ଦେଇଛନ୍ତି । ଜିଲ୍ଲାରେ ଲକ୍ ଡ଼ାଉନ ଜାରି ରହିଥିବା ବେଳେ ନଛି ଓରଫ ଜିତେନ୍ଦ୍ର ସହରରୁ ଆରମ୍ଭ କରି ବସ୍ତି ଓ ତଳିଆ ଅଞ୍ଚଳରେ ବସବାସକରୁଥିବା ଜନସାଧାରଣଙ୍କ ନିକଟରେ ପହଁଞ୍ଚି ପୌରବାସୀଙ୍କ ମଧ୍ୟରେ କୋଭିଡ଼-୧୯ର ମୁକାବିଲା ନିମନ୍ତେ ସଚେତନତାର ବାର୍ତ୍ତା ବାଣ୍ଟିବା ସଙ୍ଗେ ସଂଙ୍ଗେ  ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । କିଏ ଭାବ ବିହ୍ୱଳ ହୋଇ ମୁଣ୍ଡରେ ହାତ ଦେଇ ସୁଖରେ ଥା ବୋଲି ଆର୍ଶୀବାଦ ଦେଲାଣି ପୁଣି କିଏ ଖୁସିରେ କାନ୍ଦି କୁଣ୍ଢେଇ ନେଲାଣି । ଏଥିରୁ ଆତ୍ମସନ୍ତୋଷ ଲାଭ କରୁଥାନ୍ତି । ତେବେ ତାଙ୍କର ଏହି ସେବା ମନୋବୃତ୍ତିକୁ ସମାଜର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ସମାଲୋଚକମାନଙ୍କ ମହଲରେ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ ବୋଲି ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ପ୍ରକାଶ ଥାଉକି, ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଶାସନ ଭାର ସମ୍ଭାଳି ଥିବା ସମୟରେ ନିଜ ଗଡ଼ ବାରିପଦା ସହରରେ ପ୍ରଜାମାନଙ୍କ ସାମୂହିକ ହିତ ସାଧନ ନିମନ୍ତେ ୧୯୦୫ରେ ବାରିପଦା ପୌରପରିଷଦ ଗଠନ କରିଥିବା ବେଳେ ଏଥିରେ ଉପନଗରପାଳ ଭାବେ ଉକ୍ରଳମଣି ଗୋପବନ୍ଧୁ ଦାଶଙ୍କୁ ନିଯୁକ୍ତି ଦେଇଥିଲେ । ଜିତେନ୍ଦ୍ର ମହାନ୍ତି ୨୦୧୪ରେ ଅନୁଷ୍ଠିତ  ପୌରପରିଷଦ ନିର୍ବାଚନରେ ୫ ନମ୍ବର ୱାର୍ଡରୁ  କାଉନସିଲର ଓ ଉପନଗରପାଳ ଭାବେ ନିର୍ବାଚିତ  ହେବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ନୀତି, ଆଦାର୍ଶ ଓ ପଦାଙ୍କକୁ ଅନୁସରଣ କରିବା ନିମନ୍ତେ ଅଧିକ ପ୍ରେରଣା ଯୋଗାଇ ଦେଇଥିବାର ଜଣାପଡ଼ିଛି । ଏଥି ସହିତ ଶ୍ରୀମହାନ୍ତି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କ ନେତୃତ୍ୱରେ ବୈପ୍ଳବିକ ଛାତ୍ର ସଙ୍ଗଠନ ମୁଣ୍ଡଟେକି ଉଠିବା ସାଙ୍ଗକୁ ଜିଲ୍ଲାରେ ଲ, ୟୁନିଭାର୍ସିଟି ଓ ମେଡ଼ିକାଲ କଲେଜ ପ୍ରତିଷ୍ଠାକୁ ନେଇ ହୋଇଥିବା ଐତିହାସିକ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ ।

 

0
0
0
s2sdefault