ହେଡଲାଇନସ୍:

ବଜ୍ରାଘାଟରେ ନାବାଳକ ମୃତ : ମୃତକଙ୍କ ପରିବାରଙ୍କୁ ଭେଟିଲେ ଉପଜିଲ୍ଲାପାଳ ଓ ତହସିଲଦାର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ଼(ଶାସକ ପ୍ରଶାସକ) :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡିଆଢ଼ିପା ଗ୍ରାମର ଚୁଡାମଣି ମାଝୀ ଙ୍କର ନାବାଳକ ପୁଅ ନିର୍ମଳ ମାଝୀ ଆଜି ସକାଳୁ ପ୍ରାୟ 9ଟା 30 ମିନିଟ ସମୟରେ ବଜ୍ରାଘାତରେ ମୃତ୍ୟୁ ହେଇଯାଇଛି । 

        ଚୁଡାମଣିଙ୍କର କହିବା ମୁତାବକ ନିର୍ମଳ ସକାଳ ପ୍ରାୟ ଆଠଟା ବେଳକୁ ଛେଳି ଚରାଇବା ପାଇଁ ଯାଇଥିଥିବା ବେଳେ ହଟାତ ବର୍ଷା ହେବାରୁ ଗଛ ମୂଳେ ଠିଆ ହେଇଥିବା ସମୟରେ ବଜ୍ର ପାତ ହେଇଥିଲା । ବଜ୍ରାଘାଟରେ ନିର୍ମଳ ଆହତ ନିର୍ମାଲକୁ ପାଇକମାଲ ଡାକ୍ତରଖାନା କୁ ଅଣାଯାଇଥିଲା ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇବା ପରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , RI ଶ୍ରୀ ଶଶୀ ଭାନୁ ସାହୁ ପ୍ରମୁଖ ଡାକ୍ତରଖାନାକୁ ପହଂଛି ମୃତକ ଙ୍କର ପରିବାର ଠାରୁ ସବୁ କଥା ବୁଝିବା ସହିତ  ମୃତକ ଙ୍କର ପରିବାର କୁ ସରକାର ନିୟମ ମୁତାବକ ସମସ୍ତେ ସହାୟତା ଯୋଗାଈ ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ପାଇକମାଲ ଥାନାରେ କେଶ ନମ୍ବର ଅପମୃତ୍ୟୁ ମାମଲା 5/ 20 ରୁଜୁ କରାଯାଇ ଘଟଣା ର ତଦନ୍ତ ASI ପ୍ରକାଶ ଭୋଇ କରୁଥିବା ବେଳେ ବର୍ତ୍ତମାନ ଶବକୁ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଯିବ।

0
0
0
s2sdefault