ନୂଆପଡା/ ଅମିତ ପୁରୋହିତ: କୋରୋନା ମୁକାବିଲା କରିବା ପାଇଁ ସମାଜର ସବୁସ୍ତରରୁ ଉଦ୍ୟମ ଜାରି ରହିଛି । ଏପରି ଏକ ସଂକଟମୟ ପରିସ୍ଥିତିରେ ନୂଆପଡା ଜିଲାରେ ଯେପରି ରକ୍ତର ଅଭାବ ନରହେ ସେଥିପ୍ରତି ମଧ୍ୟ ଅନେକ ଅନୁଷ୍ଠାନ କାର୍ଯ୍ୟକରୁଛନ୍ତି । ସ୍ୱେଚ୍ଛାକୃତ ଭାବରେ ଆସୁଥିବା ରକ୍ତର ପରିମାଣ ଏବେବି ୬୦% କମ ରହିଛି । ଏହି ଚାହିଦାକୁ ମେଣ୍ଟାଇବା ପାଇଁ ନୂଆପଡା ପୁଲିସ ଓ ପ୍ରେସ ପକ୍ଷରୁ ମିଳିତ ଭାବରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଆଜିର ଏହି ଶିବିରକୁ ନୂଆପଡା ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲ ଆନୁଷ୍ଠାନିକ ଭାବାରେ ଉଦଘାଟନ କରିଥିଲେ । ଆାଜିର ଶିବିରରେ ନୂଆପଡା ବିଜ୍ଞାପିତ ପରିଷଦର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ନୂଆପଡା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା, ଯୁବ ଆଇନଜୀବୀ ପ୍ରଶାନ୍ତ କୁମାର ସ୍ୱାଇଁ, ତିନିଜଣ ମହିଳା, ଯାଜ୍ଞସେନୀ ମହାପାତ୍ର ଗୀତା ମିଶ୍ର,ପ୍ରତିଭା ହୋତା, ଧରିତ୍ରୀର ନୂଆପଡା ଜିଲ୍ଲାପ୍ରତିନିଧି ଘନଶ୍ୟାମ ଭୋଇ, ଯୁବ ନେତା ରବି ମଙ୍ଗରାଜ,ଉଜ୍ଜଲ ତିୱାରୀ,ମନିଶ ତିୱାରି,ପ୍ରଦିପ ବାରିକ ଗିରିଶ ଜୁମାର ଜାଲ,ବିଷ୍ଣୁ ଅଗ୍ରୱାଲ,ଦ,ଦିପାକ ରାଉତ,ଅଶୋକ ପୁଞ୍ଜି,ସମ୍ପଦ ନିରମଲକର ମିତ୍ରଭାନୁ ବାଗଦେବରାଜ ସାହୁ,ନନ୍ଦକୁମାର ରାଉତ,ଦିନେଶ ଚନ୍ଦ୍ର ଦାଶ,ପଦୁରାମ ଜଗତ,ଦିପାକ ରଂଜନ ଶତପଥି,ମନୋଜ କୁମାର ନାଏକ,ଶୈଲେନ୍ଦ୍ର କୁମାର ୟାଦବ,ବେନୁଧର ଶବରଙ୍କୁ ମିଶାଇ ୩୦ଜଣ ସ୍ୱେଚ୍ଛାକୃତ ରକ୍ତ ଦାତା ରକ୍ତଦାନ କରିଥିଲେ । ରକ୍ତଦାନ କରିବା ପାଇଁ ଶତାଧୀକ ଇଚ୍ଛୁକ ଥିଲାବେଳେ ସରକାରୀ କଟକଣା ଦୃଷ୍ଟିରୁ ୩୦ ୟୁନିଟ ରକ୍ତ ହିଁ ସଂଗ୍ରହ କରାଯାଇଥିଲା । ନୂଆପଡା ଥାନାଧିକାରୀ ଆଦିତ୍ୟ କୁମାର ମହାକୁଡ ନିଜର ସହଯୋଗୀ ମାନଙ୍କ ସହ ଏହି ଶିବିରର ସଫଳ ରୁପାୟନ କରିଥିଲାବେଳେ । ନୂଆପଡା ଜିଲ୍ଲାର ଦୁଇ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସ୍ୱେଚ୍ଛାସବେି କିଶୋର କୁମାର ପରିଡା, ମନୋଜ କୁମାର ଡାଗା ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ନୂଆପଡା ରକ୍ତ ଭଣ୍ଡାର ଅଧିକାରୀ ଡା. ଲଳିତ ମୋହନ ବିଶି ସମସ୍ତ ରକ୍ତଦାତା ଙ୍କୁ ସାଧୁବାଦ ଜଣାଇବାସହ ଜଣେ ରକ୍ତଦାନ କଲେ ଆମେ ଦୁଇଜଣଙ୍କ ଜିବନ ବଞ୍ଚାଇପାରିବା ବୋଲି ଜଣାଇଥିଲେ । ସେହିପରି ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ଆଚାର୍ଯ୍ୟ, ନୂଆପଡା ଉପଖଣ୍ଡିୟ ପୁଲିସ ଅଧିକାରୀ ପ୍ରସାନ୍ତ କୁମାର ପଟ୍ଟନାୟକ, ପ୍ରମୁଖ ଶିବିର ଆରମ୍ଭ ରୁ ଉପସ୍ଥିତ ରହି କରୁଥିବା ଯବାନ ମାନଙ୍କୁ ଉତ୍ସାହିତ କରିବା ସହ ଆଜିର ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ନୂଆପଡା ସହରର ସମସ୍ତ ସାମ୍ବାଦିକମାନେ ଉପସ୍ଥିତରହି ରକ୍ତଦାନ କରିବାକୁ ଆସିଥିବା ବ୍ୟକ୍ତିମାନଙ୍କ ପଞ୍ଜିକରଣ କରାଇବା, ମାନପତ୍ର ପ୍ରସ୍ତୁତ କରିବା, ରକ୍ତଦାନ କରିବାରେ ଉତ୍ସାହିତ କରିବା ଆଦି ସହଯୋଗ କରିଥିଲେ ।
ରାଜ୍ୟ
ନୂଆପଡା ପୁଲିସ ଓ ପ୍ରେସ ପକ୍ଷରୁ ମେଗା ରକ୍ତଦାନ ଶିବିର
- Hits: 740