ହେଡଲାଇନସ୍:

କୋରୋନା ମୁକାବିଲା,ନୂଆପଡା ଜିଲ୍ଲା ପାଇଁ ସାଜିବ କି ବୁମେରାଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା,(ଅମିତ ପୁରୋହିତ) : କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଏହି ନିୟମାବଳି ଅନୁଯାୟୀ ଦେଶକୁ  ରେଡ ଅରେଞ୍ଜ ଓ ଗ୍ରୀନ ଏପରି ତିନୋଟି ଜୋନରେ ବିଭକ୍ତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଯେଉଁସ୍ଥାନ ମାନଙ୍କରେ ଜଣେ ବି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ସେହି ଯାଗାମାନଙ୍କୁ ବା ଜିଲ୍ଲାକୁ ଗ୍ରୀନ ଜୋନରେ ରଖା ଯାଇଛି । ବର୍ତ୍ତମାନ ସମୟରେ ନୂଆପଡା ଗ୍ରୀନ ଜୋନରେ ରହିଛି  । ଜିଲ୍ଲା ପ୍ରଶାସନର ଦାବୀ ମୁତାବକ ନୂଆପଡା ଜିଲାରେ କରୋନା କୁ ପ୍ରବେଶ କରାଇନଦେବାର ସବୁ ପଦକ୍ଷେପ ଗ୍ରହଣ କରାଯାଉଛି  ।  ଜିଲାପ୍ରଶାସନର ତଥ୍ୟ ମୁତାବକ ନୂଆପଡାଜିଲାକୁ ୩୮୫୦ ଜଣ ବାହାରୁ ଆସିଥିଲେ ଓ ସେମାନଙ୍କୁ ୧୪ ଦିନିଆ ସଂଗରୋଧରେ ରଖା ଯାଇଥିଲା ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖା ଯାଇନାହିଁ ।   ଜିଲାର ସମସ୍ତ ୧୩୧ ଟି ପଞ୍ଚାୟତ ୩ଟି ବିଜ୍ଞାପିତ ଅଞ୍ଚଳରେ ଟିଏମସି ବା ଅସ୍ଥାୟୀ ମେଡିକାଳ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି । ଜିଲାର ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ , ଆଙ୍ଗନ ଓା୍ୱଡି  କର୍ମୀ ନିରନ୍ତର ନିଜର କର୍ତ୍ତବ୍ୟ ପାଳନ କରିଆସୁଛନ୍ତି ।  ପୁଲିସ ବାହିନୀ ଅସହ୍ୟ ତାତି କୁ ଖାତିର ନକରି ତାଲା ବନ୍ଦ କଟକଣାକୁ ସୁଚାରୁପେ କାର୍ଯ୍ୟକ୍ଷମ କରାଇବାରେ ଲାଗି ପଡିଛନ୍ତି । ନିଜେ ଜିଲାପାଳ ଜିଲାତମାମବୁଲି କାର୍ଯ୍ୟ ତଦାରଖ କରିବା ସହ ଜିଲାର ପାଞ୍ଚଜଣ ବରିଷ୍ଠ  ଅଧିକାରୀଙ୍କୁ ପାଞ୍ଚଟି ବ୍ଲକର ନୋଡାଲ ଦାୟୀତ୍ୱ ନ୍ୟସ୍ତ କରିଛନ୍ତି ।  ପ୍ରତେହ ସନ୍ଧ୍ୟାରେ ସମିକ୍ଷା ବୈଠକ ମାଧ୍ୟମରେ ଜିଲାପାଳ ଜିଲାର ଅଧିକାରୀ ମାନଙ୍କଠାରୁ କୋରୋନା ସମ୍ବନ୍ଧୀୟ ତଥ୍ୟସଂଗ୍ରହ କରିବା ସହ ଆବଶ୍ୟକିୟ ନିଦେ୍ର୍ଧଶ ଜାରି କରୁଛନ୍ତି । ପୁଲିସ ବାହିନୀ ଅହରହ ଜିଲାର ସୀମାକୁ ଜଗିରହିଛନ୍ତି । ଜିଲପ୍ରଶାସନର ଏତେସବୁ କାର୍ଯ୍ୟ ଏତେ ସତର୍କତା ପରେ ମଧ୍ୟ ସତେ ଯେପରି ନୂଆପଡା କୁ ବିପଦ ମାଡିଆସିଲାପରି ମନେହୁଏ । ତେବେ ପ୍ରଶ୍ନ ଉଠେ କାହିଁକି । ଜିଲାରେ ଏତେ ସତର୍କତା ଅବଲମ୍ବନ ପରେ ମଧ୍ୟ ଜିଲାଭିତରକୁ ଅନ୍ୟ ଜିଲାର ଲୋକ ପ୍ରବେଶ କରୁଛନ୍ତି । ଜିଲାରେ ଉପକୂଳବର୍ତ୍ତି ଜିଲାର ଅନେକ ପଦାଧିକାରୀ ଅଛନ୍ତି ।  ସୂଚନା ମୁତାବକ କିଛି ପଦାଧିକାରୀ ନିଜ ପଦ ର ଉପଯୋଗ କରି ଅବାଧରେ ଜିଲାରୁ ଅନ୍ୟ ଜିଲାକୁ ଯାଇ ଫେରିଆସୁଛନ୍ତି । ଏହା ସହ ତାଲାବନ୍ଦ ପୂର୍ବରୁ ଯେଉଁପଦାଧୀକାରୀ ମାନେ ଜିଲାରୁ ବାହାରକୁ ଚାଲିଯାଇଥିଲେ ବର୍ତ୍ତମାନ ସମୟରେ କର୍ଯ୍ୟର ଦ୍ୱାହିଦେଇ ସେମାନେ ପୁନଃ ଜିଲାକୁ ପ୍ରତ୍ୟାବର୍ତ୍ତନ କରାଯାଇଥିବାର ମଧ୍ୟ ସୂଚନା ରହିଛି   । ଏହା ବ୍ୟତିତ କିଛି କର୍ମଚାରୀ ସରକାରୀ କାର୍ଯ୍ୟର ଫାଇଦା ନେଇ ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡି ମାଧ୍ୟମରେ ମଧ୍ୟ କିଛି ଲୋକଙ୍କୁ ଅନ୍ୟ ଜିଲାରୁ ଘରକୁ ପର୍ତ୍ୟାବର୍ତ୍ତନ କରାଇ ତାର ସୂଚନା ଜିଲାପ୍ରଶାସନ କୁ ଦେଇନାହାନ୍ତି ।  ବର୍ତ୍ତମାନ ମଧ୍ୟ ନୂଆପଡା ଜିଲାକୁ ଅନ୍ୟ ଜିଲାରୁ ଲୋକ ଘରକୁ ଫେରିବାର ସୂଚନା ମିଳୁଛି ।  ସରକାରୀ ତଥ୍ୟ ଠାରୁ ଜିଲାକୁ ଫେରିଥିବା ଲୋକସଂଖ୍ୟା ଆହୁରି ଅଧିକ  ।ଏହି ବ୍ୟକ୍ତି ମାନେ କିଏ କିପରି କେଉଁଭଳିଭାବରେ  ତାଲାବନ୍ଦ ସମୟରେ ନୂଆପଡାରେ ପ୍ରବେଶ କଲେ ତାହା ତଦନ୍ତ ସପେକ୍ଷ  । ବର୍ତ୍ତମାନ ମଧ୍ୟ ସମୟ ଅଛି ନୂଆପଡା କୁଫେରି ଥିବା ପ୍ରତ୍ୟେକ ବ୍ୟକ୍ତିର ସୂଚନା ବାହାରକରି ସମସ୍ତଙ୍କୁ ସଂଗରୋଧରେ ରଖିବା ସୁନିଶ୍ଚିତ କରାଯାଉ ।  ନିୟମ ଦୃଷ୍ଟିକୋଣରୁ ବାହାରୁ ଆସିଥିବା ବ୍ୟକ୍ତି  ନିଜେ ନିଜର ସୁଚନା ପ୍ରଦାନ କରି ନିଜ ଘରେ ମଧ୍ୟ ସଂଗରୋଧରେ ରହିପାରିବେ ତେବେ ଏଠାରେ ପ୍ରଶ୍ନ ଆଉଆମେ କେବେ ଶିଖିବା । ବାରମ୍ବାର  କରୋନାର ଭ୍ୟାବହତା ଉପରେ  ସଚେତନ କରାଯାଉଥିଲେ ମଧ୍ୟ ଜନସାଧାରଣ ଙ୍କର ବେପାରୁଆ ମନୋଭାବ ନୂଆପଡା ଜିଲାୁ ସଂକଟ ଆଡକୁ ଟାଣି ନେଉନାହିଁତ ? ବେଳଥାଉ ଥାଉ ଜିଲାପ୍ରଶାସନ ଯଦି ଏହିସବୁଘଟଣା ଉପରେ ତୀକ୍ଷ୍ନ ନଜର ନଦିଅନ୍ତି ତେବେ ଆଜିପର୍ଯ୍ୟନ୍ତ ଜିଲାପ୍ରଶାସନ ନେଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନ  ଅକାଳରେ ନଷ୍ଟ ହୋଇଯିବ । ଏସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟିକୁ ଅଣାଜିବାରୁ ଜିଲାପାଳ ନିୟମର ଦ୍ୱାହି ଦେଇ କେବଳ ଅନ୍ୟରାଜ୍ୟରୁ ଆସୁଥିବା ବ୍ୟକ୍ତି ଙ୍କୁ ସଂଗରୋଧରେ ରଖିବାର ନିୟମ ରହିଛି ତଥାପି ଆମେ ସୁରକ୍ଷା ଦୃଷ୍ଟିକୋଣରୁ ଅନ୍ୟ ଜିଲାରୁ ମଧ୍ୟ ଆସୁଥିବା ବ୍ୟକ୍ତିଙ୍କୁ ସଂଗରୋଧରେ ରଖିବାର ବ୍ୟବସ୍ଥା କରୁଛୁ ବୋଲି କହିଥିଲେ । ଏହା ସହ ଜିଲାରେ ୨୬ ଶଯ୍ୟା ଅବିଶିଷ୍ଟ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି ବୋଲି ଜଣାଇଥିଲେ ଓ ବହୁଶିଘ୍ର ୧୭୪ଶଯ୍ୟାବିଶିଷ୍ଟ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ ହବେ ବୋଲି ଆଶାପ୍ରକାଶ କରିଥିଲେ । ଏହାବ୍ୟତିତ  ଜନସାଧାରଣ ଙ୍କ ମଧ୍ଧ ନିଜ ଜିଲାପ୍ରତି କିଛି କର୍ତ୍ତବ୍ୟ ରହିଛି ତାଲାବନ୍ଦ ସମୟରେ କଟକଣା କୁ ମାନିଚଳନ୍ତୁ ଜିଲାପ୍ରଶାସନ କୁ ସହେଯାଗ କରନ୍ତୁବୋଲି ଅନୁରୋଧ କରିଥିଲେ ।

0
0
0
s2sdefault