ହେଡଲାଇନସ୍:

 ତମ୍ବାଖୁ ସିଗାରେଟ ଡ଼ିଲର ଏବଂ ମଦ ବ୍ୟବସାୟୀ କୋଟିପତି :  ଭିତିରିଆ ଚାଲିଛି ବେପାର, ପ୍ରଶାସନ ଅଜଣା ନା ଜାଣି ସିହାଣା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ସୁନ୍ଦରଗଡ଼ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସମ୍ପୂର୍ଣ୍ଣ ଦେଶବାସୀ ଲକ୍‌ଡ଼ାଉନ୍ ଅବସ୍ଥାରେ | କରୋନା  ସଂକ୍ରମଣ ମୁକାବିଳା ପରିସ୍ଥିତିରେ ପୌରପାଳିକା ଏବଂ ଗ୍ରାମ ପଞ୍ଚାୟତ ଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପଞ୍ଚାୟତ ମାନଙ୍କୁ ସରକାର ଲକ୍ଡ଼ାଉନ୍ ପ୍ରଭାବରେ ଖାଦ୍ୟରୁ ବଞ୍ଚିତ ହେଉଥିବା ଗରିବ ଅସହାୟ  ଲୋକଙ୍କୁ ରନ୍ଧା ଖାଦ୍ୟ ଆବଶ୍ୟକୀୟ ଯୋଗାଇ ଦେବାକୁ ଦାୟିତ୍ୱ ଅର୍ପଣ କରିଛନ୍ତି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଅନେକ ଗରିବ ଅସହାୟ ଲୋକଙ୍କ ପରିସ୍ଥିତି ଅସମ୍ଭାଳ ହୋଇଥିବା ଅଭିଯୋଗ ହୋଇଛି ଗରିବ ଅସହାୟ ଲୋକେ ନାହିଁନଥିବା ହଇରାଣର୍ ଶିକାର ହେଉଥିବା ବେଳେ , ଜିଲ୍ଲାରେ ଥିବା ମଦବ୍ୟବସାୟୀ ଏବଂ ଜିଲ୍ଲାର ତମ୍ବାଖୁ ସିଗାରେଟ ଡ଼ିଲର ସିପ ନେଇଥିବା ବ୍ୟବସାୟୀ ମାନେ ଜିଲ୍ଲାରେ ଚଳେଇଛନ୍ତି କଲାବଜାରୀ ଗୋଟିଏ ପକ୍ଷରେ ଦେଖବା ପାଇଁ ଗଲେ ସରକାର ଘୋଷଣା କରିଛନ୍ତି ମଦ୍ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କିନ୍ତୁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଚାଳିଛି ମଦର ବନ୍ୟ ଅନେକ ସମୟରେ ଅବକାରୀ ବିଭାଗ ପକ୍ଷରୁ ଧରାପଡୁଛନ୍ତି ମଦବ୍ୟବସାୟ କରୁଥିବା ବେପାରୀ  ହେଲେ ଏଠିପ୍ରଶ୍ନ ଉଠଛିଯେ ସରକାରୀ ସ୍ତରରେ  ମଦ ଦୋକାନ ବନ୍ଦ କିନ୍ତୁ ଜିଲ୍ଲାରେ ଏତେ ପରିମାଣରେ ମଦ ଆସୁଛି କେଉଁଠୁ ନା ଜିଲ୍ଲାରେ ଚାଳିଛି ଲୁଚାଛପା ମଦ ତିଆରି କାରଖାନା ତାହା ଏବେ ଜିଲ୍ଲା ବାସୀଙ୍କ ମନରେ ସନ୍ଧେହ ସୃଷ୍ଟି ହୋଇଛି | ଆହୁରି ଦେଖିବା ପାଇଁ ଗଲେ ଯେହେତୁ ସମ୍ପୂର୍ଣ୍ଣ ଭାରତ ବର୍ଷ ଲକ ଡାଉନ ଅବସ୍ଥାରେ ରହିଥିବା ଯୋଗୁଁ  ମଦ ବ୍ୟବସାୟୀ ମାନେ ମଦ ଆଳରେ କଳବଜାରୀ ତିଆରି କରି ୪୦୦ର୍ ମଦକୁ  ୨୦୦୦ ଟଙ୍କାରେ ୮୦୦ ସହର ମଦକୁ ୫୦୦୦ ଟଙ୍କାରେ ବିକ୍ରି କରୁଛନ୍ତି ତାହାସତ୍ୱେ ମଧ୍ୟ ମଦୁଆ ମାନେ ମଦ କିଣୁଛନ୍ତି | ଅପର ପକ୍ଷରେ ଦେଖିବାକୁ ଗଲେ ତମ୍ବାଖୁ ସିଗାରେଟ ଡ଼ିଲର ଙ୍କ କଥା ନକହିବା ହଁଭଲ ପରିସ୍ଥିତି ଲକଡାଉନ ର୍ ପ୍ରକୃତ ଫାଇଦା ଉଠାଉଛନ୍ତି ଏହି ତମ୍ବାଖୁ ସିଗାରେଟ ଡ଼ିଲର ଏବଂ ବେପାରୀ ଲୁଚାଛପା ଚଳାଇଛନ୍ତି ଏହିବେପାର ୫୦ଟଙ୍କାର ସିଗାରେଟ ପେକେଟକୁ ସତପ୍ରତିସତ  ଫାଇଦା ଲଗାଇ ୧୦୦ଟଙ୍କାରେ ୧୩୦ ଟଙ୍କାର  ତମ୍ବାଖୁ କୁ ୩୫୦ ଟଙ୍କାରେ ଭଳି ଅନେକ ତମ୍ବାଖୁ ଏବଂ ସିଗାରେଟ ଲୁଚାଛପା ଚଳାଇଛନ୍ତି ଏହି ତମ୍ବାଖୁ ଡ଼ିଲର ଏବଂ ବେପାରୀ ହେଲେ ଜିଲ୍ଲାରେ ନିୟୋଜିତ ଥିବା ଅବକାରୀ ବିଭାଗ କରୁଛନ୍ତି କଣ କିମ୍ବା ପ୍ରଶାସନ ଏଥିପ୍ରତି କାହିଁକି ଦୃଷ୍ଟି ଦେବାକୁ ପଛଘୁଞ୍ଚା ଦେଉଛନ୍ତି ତାହାକୁ ନେଇ ସଂଶୟ ସୃଷ୍ଟି ହେବା ସ୍ୱାଭାବିକ | ଭିତିରିଆ ଚାଲିଛି ବେପାର ଜୋରଦାର ଚାଲିଥିବା ବେଲେ  ପ୍ରଶାସନ  ଏ ବିଷୟରେ ଅଜଣା ନା ଜାଣି ସିହାଣା ଭଳି ନିରବ ରହୁଛି ତାହା ଲୋକଙ୍କ ଭିତରେ ଚର୍ଚ୍ଚା |

0
0
0
s2sdefault