ହେଡଲାଇନସ୍:

ପଦ୍ମପୁର ପୋଲିସ ପକ୍ଷରୁ ପଣ୍ଡରିପାଣି ଗ୍ରାମରେ ମାକ୍ସ ଓ ସାବୁନ ବଣ୍ଟନ ସହ ସଚେତନ କାର୍ଯ୍ୟକ୍ରମ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକ ପ୍ରଶାସକ - କରୋନା ଭୂତାଣୁ ସହ ସାରା ଭାରତ ଲଢେଇ କରୁଛି । ସରକାର ଲୋକଙ୍କୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ସଚେତନ କରାଉଛନ୍ତି । ହାତକୁ ସାବୁନ କିମ୍ବା ହେଣ୍ଡଓ୍ବାସରେ ଧୋଇବା ତଥା ଯଦି ଆବଶ୍ୟକ କାମରେ ବାହାରକୁ ଗଲେ ମୁହଁକୁ ମାକ୍ସ କିମ୍ବା ରୁମାଲରେ ଘୋଡେଇବା । କାରଣ ସଚେତନତା ହିଁ କରୋନା ଭୂତାଣୁ ସହ ଲଢେଇର ଏକମାତ୍ର ଔଷଧ । ଆଜି ପୋଲିସ ବିଭାଗ ପକ୍ଷରୁ ପଦ୍ମପୁର ଥାନା ଅନ୍ତର୍ଗତ ପଣ୍ଡରିପାଣି ଗ୍ରାମରେ ଲୋକଙ୍କୁ ମାକ୍ସ ଓ ସାବୁନ ବଣ୍ଟନ କରାଯାଇଛି । ଏହା ସହ ସାମାଜିକ ଦୂରତ୍ବ ରଖିବା ତଥା ବାରମ୍ବାର ହାତ ଧୋଇବା ଏବଂ ସରକାରଙ୍କୁ ଏହି କରୋନା ଯୁଦ୍ଧରେ ସହାୟକ ହେବା ପାଇଁ ଅନୁରୋଧ କରାଯାଇଛି । ଏହି ମାକ୍ସ ଓ ସାବୁନ ବଣ୍ଟନ ଅବସରରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ,ପଦ୍ମପୁର ଥାନାଧିକାରୀ ମାନସ ରଞ୍ଜନ ପ୍ରଧାନ, ଏସଆଇ ସୌମ୍ୟରଞ୍ଜନ ପାତ୍ର, ଏଏସଆଇ ପବିତ୍ର ମୋହନ ବେହେରା ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault