ହେଡଲାଇନସ୍:

"ତ୍ରୁଟିପୁର୍ଣ ତାଲିକା ଯୋଗୁ  କଟକ ଜିଲ୍ଲାର ୭୦, ୪୭୯ ନିର୍ମାଣ ଶ୍ରମିକ ସହାୟତାରୁ ବଞ୍ଚିତ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ 

ଭୁବନେଶ୍ୱର(ଶାସକ ପ୍ରଶାସକ) :  ତ୍ରୁଟିପୁର୍ଣ ତାଲିକା ଯୋଗୁ  କଟକ ଜିଲ୍ଲାର ୭୦ , ୪୭୯ ନିର୍ମାଣ ଶ୍ରମିକ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ |  ତୁରନ୍ତ ତାଲିକାରେ ସଂଶୋଧନ କରି ବଞ୍ଚିତ ନିର୍ମାଣ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଶ୍ରୀ ମଲ୍ଲିକ | 

  ମୁଖ୍ୟମନ୍ତ୍ରୀଙ୍କୁ ଆଜି ଲେଖିଥିବା ପତ୍ରରେ ଶ୍ରୀ ମଲ୍ଲିକ ଦର୍ଶାଇଛନ୍ତି ଯେ,   କଟକ ଜିଲ୍ଲାର ୧ ଲକ୍ଷ ୮୭ ହଜାର ୫୩୧ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ୧ ଲକ୍ଷ ୧୭ ହଜାର ୫୨ ଜଣ ମାତ୍ର କରୋନା ସହାୟତା ୧୫୦୦ ଟଙ୍କା ଲେଖାଏଁ ପାଇଛନ୍ତି। ଠିକଣା ଓ ରାଜ୍ୟ ସରକାରଙ୍କ ତାଲିକା ପ୍ରସ୍ତୁତିରେ ତ୍ରୁଟି କାରଣରୁ ବାକି ୭୦ ହଜାର ୪୭୯ ନିର୍ମାଣ ଶ୍ରମିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେହିପରି କଟକସଦର ବ୍ଲକର ୯ ହଜାର ୩୫୨ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ସହାୟତା  ମାତ୍ର ୭ ହଜାର ୫୯୦ ଜଣ ପାଇଥିବା ବେଳେ ୧୭୬୨ ଜଣ ବାଦ ପଡିଛନ୍ତି। ଅନ୍ୟପକ୍ଷରେ ସମଗ୍ର କଟକ ଜିଲ୍ଲାରେ ଅନୁରୂପ ଅବସ୍ଥା। ଓଡ଼ିଶାର ହିସାବ ସରକାରଙ୍କୁ ଜଣାଥିବ।ସମସ୍ତ ନିର୍ମାଣ ଶ୍ରମିକଙ୍କର ବ୍ୟାଙ୍କ୍ ଆକାଉଣ୍ଟ ରହିଥିଲାବେଳେ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟରେ  ହାତରେ ଦେବାର ଭୁଲ୍  ନିଷ୍ପତ୍ତି କାରଣରୁ ଠିକ୍ ସମୟରେ ୩୦ ରୁ ୪୦ ଭାଗ ଶ୍ରମିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି।

ତୁରନ୍ତ ଏହି ଏପ୍ରିଲ ମାସ ୩୦ ତାରିଖ ପୂର୍ବରୁ ସହାୟତା ପାଇ ପାରିନଥିବା କଟକଜିଲ୍ଲା ସମେତ ରାଜ୍ୟର ସମସ୍ତ  ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଜରିଆରେ କରୋନା ସହାୟତା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ବିଜେପି ନେତା ଶ୍ରୀ ମଲ୍ଲିକ । 

0
0
0
s2sdefault