ହେଡଲାଇନସ୍:

ପିସ୍ତଲ ଦେଖାଇ ଦାଦାଗିରି କରି ଜେଲ ଯାତ୍ରା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର (ଶାସକ ପ୍ରଶାସକ) -  ମଦ ବିକିବା ପାଇଁ ଦାଦାଗିରି କରି ୩ ଜଣ ଯୁବକଙ୍କୁ ଜେଲ ଯିବାକୁ ପଡିଛି । ଘଟଣା କ୍ରମରୁ ଜଣାଯାଏ ଯେ, ବୁଡେନ ଥାନା ଲୁହାଖାନ ଗାଁର ଶୋଭାରାମ ମାଝି,ପଦ୍ମପୁର ର ସୁଶୀଳ ରୋହିଦାସ ଓ ପିଣ୍ଟୁ ବେହେରା ଏକ ବାଇକ ଓଡି ୧୭ଏସ୍ ୭୦୯୪ରେ ଲୁହାଖାନ ଗାଁ ପହଂଚି ପିସ୍ତଲ , ଛୁରୀ ଦେଖାଇ ଭୟର ଆତଂକ ଖେଲାଇ ଥିଲେ । ପ୍ରଥମେ ଉକ୍ତ ଗାଁର ଦେବାର୍ଚ୍ଚନ  ନାଗ ଘରକୁ ଯାଇ ଭୟ ସୃଷ୍ଟି କରିଥିଲେ ।ଏଥିରେ ତାଙ୍କ ପତ୍ନୀ ଭାନୁମତି  ଗାଁରେ ଥିବା ସ୍ବୟଂ ସହାୟକ ଗୋଷ୍ଠିଙ୍କ ଖବର ଦେଇଥିଲେ । ସମସ୍ତ ମହିଳାଙ୍କ ସମ୍ମୁଖରେ ଛୁରୀ,ପିସ୍ତଲ ଉଠାଇ କହିଲେ ଯେ ,ଏହି ଗାଁରେ ମଦ ବିକ୍ରି କରାଯିବ । ଯିଏ ମନାକରିବ ଗୋଲି ଓ ଛୁରୀର ଶିକାର ହେବ । ତାପରେ ଏଡେବଡ ଧମକ କୁ ଗ୍ରାମବାସୀ ହଜମ କରିପାରିଲେ ନାହିଁ  ।ସର୍ବ ସାଧାରଣଙ୍କ ସମ୍ମୁଖରେ ମହିଲାମାନେ ୩ ଜଣ ଅଭିଯୁକ୍ତକୁ ଘେରା ବନ୍ଦି କରି ରଖି ପୋଲିସକୁ ଖବର ଦି‍ଆ ଯାଇ ଥିଲା । ବୁଡେନ ଥାନା କେଶ ନଂ ୫୬ /୨୦୨୦ରେ୨୯୪,୫୦୬,୩୪ ଆଇପିସି ୨୪ / ୨୭ ଆର୍ମ ଏକ୍ଟରେ ଏକ ମାମଲା ରୁଜ୍ଜୁ କରି ଶୋଭାକର,ପିଣ୍ଟୁ ,ସୁଶୀଳକୁ କୋର୍ଟ ଚାଲାଣ କରିଛନ୍ତି । ଏହି କେଶରେ ବ୍ୟବହୃତ ବାଇକ , ୩ଟି ମୋବାଇଲ,ଛୁରୀ,ପିସ୍ତଲ ଜବତ କରିଛନ୍ତି । ସବ ଇନ୍ସପେକ୍ଟର ବି. ଭଗତ ଘଟଣାର ତଦନ୍ତ କରୁଛନ୍ତ  ।

0
0
0
s2sdefault