ହେଡଲାଇନସ୍:

ବିଜେଡ଼ି ଆଇଟି ଉଇଙ୍ଗ ମୁଖ୍ୟଙ୍କ ସହ ଜିଲ୍ଲା ଯୁବ ଆଇଟି ସଂଯୋଜକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଭିଡ ୧୯ ବିପତ୍ତି ପରିପ୍ରେକ୍ଷୀରେ  ଭିଡିଓ କନଫରେନସିଂ ମାଧ୍ୟମରେ କଲେ ସ୍ଥିତି ସମୀକ୍ଷା

ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ ୧୯ ବିପତ୍ତିକୁ ନେଇ ଯୁବ ବିଜେଡ଼ି ରାଜ୍ୟ ଆଇଟି ଉଇଙ୍ଗର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ଯୁବ ଆଇଟି ସଂଯୋଜକମାନଙ୍କ ସହ ଭିଡିଓ କନଫରେନସିଂରେ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ବିଜୁ ଜନତା ଦଳର ଆଇଟି  ଉଇଙ୍ଗ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକ | 

 ଯୁବବିଜେଡି ରାଜ୍ୟ ସଭାପତି ତଥା ବିଜେଡ଼ି ଆଇଟି ଉଇଙ୍ଗର ରାଜ୍ୟ ସଂଯୋଜକ ଅମରେଶ ପତ୍ରୀଙ୍କ  ପରିଚାଳନାରେ  ଏହି ଭିଡିଓ କନଫରେନସିଂରେ ରାଜ୍ୟ ଆଇଟି ଉଇଙ୍ଗ ମୁଖ୍ୟ ଡଃ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାରେ ଯୁବ ଆଇଟି ଉଇଙ୍ଗର କାର୍ଯ୍ୟଧାରା ଉପରେ ସମୀକ୍ଷା କରିଥିଲେ | ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ପରିସ୍ଥିତିରେ କୋଭିଡ ୧୯ ସଂକ୍ରମଣ ବିପତ୍ତିକୁ ନେଇ ସାରା ରାଜ୍ୟର ଜିଲ୍ଲାସ୍ତରୀୟ ଯୁବ ଆଇଟି ସଂଯୋଜକ ମାନଙ୍କୁ ତାଙ୍କର କାର୍ଯ୍ୟଧାରା ଓ ଦାୟିତ୍ୱ ସମ୍ପର୍କରେ ଡଃ ଅମର ପଟ୍ଟନାୟକ ସୂଚନା ଦେଇଥିଲେ | ଲକଡାଉନ ସମୟରେ ଯୁବ ଆଇଟି ଉଇଙ୍ଗ ତରଫରୁ କି କି ପଦକ୍ଷେପ ନିଆଯାଇଛି ତାହାରି ଉପରେ ସମୀକ୍ଷା କରିବା ସହ ସୁଚିନ୍ତିତ ପରାମର୍ଶ ଦେଇଥିଲେ |  ଏହି ବୈଠକରେ ୩୦ଟି ଜିଲ୍ଲାର ଆଇଟି ସଂଯୋଜକମାନେ  ସେମାନଙ୍କ ଜିଲ୍ଲାରେ କିଭଳି ଭାବେ  ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାହାଯ୍ୟ ସହଯୋଗର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସେ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ | 

ଆଗାମୀ ଦିନରେ ଆଇଟି ଉଇଙ୍ଗ ତରଫରୁ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏହି ସମୟରେ ପଞ୍ଚାୟତ ଓ ୱାର୍ଡ ସ୍ତରରେ କିଭଳି ଭାବେ ସରକାରଙ୍କ ଯୋଜନାର ସୁଫଳ  ଓ ସଚେତନତା  କାର୍ଯ୍ୟକ୍ରମ ପହଞ୍ଚି ପାରିବ ତାର ଖସଡ଼ା ସ୍ଥିର କରାଯାଇଥିଲା । ଶେଷରେ ସବୁ ଜିଲ୍ଲାର ଆଇଟି ସଂଯୋଜକ ମାନେ ସାଂସଦ ତଥା ବିଜେଡ଼ି ଆଇଟି ମୁଖ୍ୟ ଡଃ ଅମର ପଟ୍ଟନାୟକଙ୍କ ଏହି ଅଭିନଵ ପ୍ରୟାସ ପାଇଁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଜେଡ଼ି ଆଇଟି ଉଇଙ୍ଗର ରାଜ୍ୟ ସଂଯୋଜକ ପ୍ରସନ୍ନଜିତ ପତି ଓ ଯୁବବିଜେଡ଼ି ଆଇଟି ଉଇଙ୍ଗର ରାଜ୍ୟ ସଂଯୋଜକ ଡଃ ହରିଶ ଚୌଧୁରୀ , ତାରିଣୀ ପ୍ରସାଦ ନାୟକ , ଦୁଷ୍ମମନ୍ତ ବେହେରା, ସଂକେତ ରାୟ, ମହେକ୍ଷୀତା ମିଶ୍ର।

0
0
0
s2sdefault