ହେଡଲାଇନସ୍:

  ପଦ୍ମପୁର ପୋଲିସ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକ ପ୍ରଶାସକ - କରୋନା ଭୂତାଣୁ ସହ ସାରା ଭାରତ ଲଢେଇ କରୁଛି । ସରକାର ଲୋକଙ୍କୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ସଚେତନ କରାଉଛନ୍ତି । ହାତକୁ ସାବୁନ କିମ୍ବା ହେଣ୍ଡଓ୍ବାସରେ ଧୋଇବା ତଥା ଯଦି ଆବଶ୍ୟକ କାମରେ ବାହାରକୁ ଗଲେ ମୁହଁକୁ ମାକ୍ସ କିମ୍ବା ରୁମାଲରେ ଘୋଡେଇବା । କାରଣ ସଚେତନତା ହିଁ କରୋନା ଭୂତାଣୁ ସହ ଲଢେଇର ଏକମାତ୍ର ଔଷଧ । ଆଜି ପୋଲିସ ବିଭାଗ ପକ୍ଷରୁ ପଦ୍ମପୁର ଥାନା ଅନ୍ତର୍ଗତ ଚକାଖଲିଆ ଓ ଗଞ୍ଜାଗୁଡା ଗ୍ରାମରେ ଲୋକଙ୍କୁ ମାକ୍ସ ଓ ସାବୁନ ବଣ୍ଟନ କରାଯାଇଛି । ବରଗଡ଼ ପୋଲିସ ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ ଯୋଗଦେଇ ଲୋକଙ୍କୁ ସଚେତନ କରାଇଛନ୍ତି ଏବଂ ଘରେ ରହିବା ପାଇଁ ଲୋକଙ୍କୁ ବୁଝାଇଛନ୍ତି । ଏହି ମାକ୍ସ ଓ ସାବୁନ ବଣ୍ଟନ ଅବସରରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ, ପଦ୍ମପୁର ଥାନାଧିକାରୀ ମାନସ ରଞ୍ଜନ ପ୍ରଧାନ, ଏସଆଇ ସୌମ୍ୟରଞ୍ଜନ ପାତ୍ର, ଏଏସଆଇ ପବିତ୍ର ମୋହନ ବେହେରା ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

 

0
0
0
s2sdefault