ହେଡଲାଇନସ୍:

   ଅଖରେ ଲାଗିବ ଚକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ପବିତ୍ର ଶ୍ରୀପଞ୍ଚମୀ ତିଥିରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ଶ୍ରୀଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଘୋଷଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ହେବା ପରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥର ଅଖରେ ଚକ ଲାଗି ହେବ । ବର୍ତ୍ତମାନ କରୋନା ମହାମାରୀକୁ ନେଇ ଲକ୍ ଡ଼ାଉନ କାରଣରୁ ଉକ୍ତ କାର୍ଯ୍ୟକ୍ରମ ଜୀଉଙ୍କ ମନ୍ଦିର ଭିତରେ ସମାପନ ହେବାର ଦେବୋତ୍ତର ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତିନି ରଥ ନିମନ୍ତେ ରଥ ମହାପାତ୍ରଙ୍କ ଦ୍ୱାରା ନିର୍ମିତ ହୋଇଥିବା ଅଖକୁ ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଭିତରକୁ ନିଆଯିବ ।  ଏହା ପରେ ମନ୍ଦିରରେ ମହାପ୍ରଭୂଙ୍କ ନିକଟରେ  ସନ୍ଧ୍ୟା ଆଳତୀ ଶେଷ ହେବା ପରେ ପରିଚ୍ଛା ଦୁର୍ଗା ଚରଣ ଜିତ୍ ବାବୁ ମହାପ୍ରଭୂଙ୍କ ନିକଟରୁ ଆଜ୍ଞାମାଳ ନେବା ସହ ମୁଖ୍ୟ ସେବାୟତ ଅରୁଣ କୁମାର ମିଶ୍ର ମହାପ୍ରଭୂ ବାସୁଦେବଙ୍କ ସହ ଆସି ପହଁଞ୍ଚିବା ପରେ ଅଖକୁ ପୂଜାର୍ଚ୍ଚନା କରାଯିବ । ପ୍ରଥମେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଅଖରେ ଚକ ଲାଗି ହେବ । ଏହାପରେ ମହାପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଚକ ଲାଗି ହେବ  । ଏହି ସମୟରେ ମନ୍ଦିରର ସେବାୟତ  ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିବେ । ସେହିପରି ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ଅଖରେ ଚକ ଲାଗି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ସମ୍ପନ୍ନ ହେବାର ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ସମୟରେ ସାମାଜିକ ଦୂରତ୍ୱ ସହିତ ମାସ୍କ ପରିଧାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି ବୋଲି ଦେବୀ ସୁଭର୍ଦାଙ୍କ ସେବାୟତ କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି । ସେହିପରି ମହାପ୍ରଭୂଙ୍କ ଚନ୍ଦନ ଯାତ୍ରାର ସମସ୍ତ ବିଧି ବ୍ୟବସ୍ଥା ଓ ରୀତିନୀତି ଅନୁସାରେ ପାଳନ କରାଯିବ ବୋଲି ମୁଖ୍ୟ ସେବାୟତ ଅରୁଣ କୁମାର ମିଶ୍ର ପ୍ରକାଶ କରିଛନ୍ତି ।  

 

0
0
0
s2sdefault