ହେଡଲାଇନସ୍:

ଲଇଡା ପଞ୍ଚାୟତରେ  ସୁଖା ଖାଦ୍ୟ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ  ଆଜି ରେଙ୍ଗାଲି ତହସିଲଦାର ଗସ୍ତ କରି ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଠନ କରିଥିଲେ l  ରେଙ୍ଗାଲି ତହସିଲଦାର ସୁନୀଲ ମେହେର ଲଇଡା ପଞ୍ଚାୟତ ର ଲଇଡା,ଦଳପତପାଲି,ଦେହେରିପାଳି ଓ ଭାଗିପାଲି ଗ୍ରାମ କୁ ଯାଇ ସମୁଦାୟ ୩୨ ପ୍ୟାକେଟ ସୁଖା ଖାଦ୍ୟ ବଣ୍ଟନ କରିଥିଲେ l ଲଇଡା ରାଜସ୍ବ ନିରିକ୍ଷକା ଅନୁରାଧା ସ୍ବାଈଁ ଓ ରେଙ୍ଗାଲି ତହସିଲ କାର୍ଯ୍ୟାଳୟର  ସୁପରଭାଇଜର ବିଭୁତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault