ହେଡଲାଇନସ୍:

ବାପା ପୁଅ ରାତି ଅନିଦ୍ରା, ମୁଗୁରା.......: ସହର ଜଗିଛି ପୁଲିସ, ତେଣେ ଫାଙ୍କ ଉଣ୍ଡି ପଶ୍ଚିମବଙ୍ଗୀ ପଶୁଛନ୍ତି ଓଡ଼ିଶାରେ 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଘଳିଆ ନ ରୋକିଲେ ଆସନ୍ନ ସଂକ୍ରମଣର ବାରୂଦ ଗଦାରେ ମୟୁରଭଞ୍ଜ ଜିଲ୍ଲା !!

ବାରିପଦା(ଦିଲ୍ଲୀପ ମହାନ୍ତି)- ଗତ ଏପ୍ରିଲ ୨୧ରେ ପୁଲିସ ମହା ନିର୍ଦ୍ଦେଶକ  ଅଭୟ ଦିନିକିଆ ବାରିପଦା ଗସ୍ତରେ ଆସିଥିବା ବେଳେ ଓଡ଼ିଶାରେ କୋଭିଡ଼-୧୯ ପଜିଟିଭଙ୍କ ସଂଖ୍ୟାର ଏକ ତୃତୀୟାଂଶ ପଶ୍ଚିମବଙ୍ଗ ଲିକ ରହିଥିବାର ପ୍ରକାଶ କରିବା ସହିତ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ଫାଟକ ପରିଦର୍ଶନ କରିଥିଲେ । ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ସନ୍ତୋଷ ପ୍ରକାଶ କରିବା ସଂଗେସଂଗେ ଉଭୟ ଜିଲ୍ଲାପାଳ ଓ ଏସପି ଭଲ କାର୍ଯ୍ୟ କରୁଥିବାର ପ୍ରକାଶ କରିଥିଲେ । ପୁଲିସ ମହାନିଦେ୍ର୍ଧଶକ ଅଭୟଙ୍କ ଗସ୍ତର ଗୋଟାଏ ଦିନ ପରେ ପୁଲିସ ବାରିପଦା ସହରରେ ସାମାଜିକ ଦୂରତାକୁ  ଜଗିଥିବା ବେଳେ ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରୁ ଜନସାଧାରଣ ଓଡ଼ିଶା ସୀମା ଅତିକ୍ରମ କରି ମୟୂରଭଞ୍ଜ ଜିଲ୍ଲାରେ ବ୍ୟବସାୟ ଚଳାଉଥିବାର ଅଭିଯୋଗ ହେଉଛି । କେବଳ ଏତିକି ନୁହେଁ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ପ୍ରବେଶ ପଥରେ ସ୍ଥାନୀୟ ଜନସାଧାରଣ ପଶ୍ଚିମବଙ୍ଗ ରାଜ୍ୟର ସୀମାନ୍ତ ଗ୍ରାମଗୁଡ଼ିକର ଜନସାଧାରଣଙ୍କୁ ଓଡ଼ିଶା ସୀମା ମଧ୍ୟକୁ ପ୍ରବେଶ କରାଇବାକୁ ନ ଦେବା ପାଇଁ ଫାଟକ ନିର୍ମାଣ କରିଥିଲେ ମଧ୍ୟ ତାହାକୁ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଲୋକେ ଆସି ଫାଟକକୁ ଭାଙ୍ଗି ଦେଉଥିବାର ଶୁଳିଆପଦା ବ୍ଲକ ଅଧୀନରେ ଥିବା ଜାମଶୋଳା ଗ୍ରାମର ଅର୍ଜୁନ ହାଁସଦାଃ ଅଭିଯୋଗ କରିଛନ୍ତି । ଏଥି ସହିତ ପୁଣି ପଶ୍ଚିମବଙ୍ଗ ରାଜ୍ୟର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରୁ କେତେକ ବ୍ୟବସାୟୀ ମୟୂରଭଞ୍ଜ ସୀମା ଭିତରକୁ ପଶି ପିଆଜ, ରସୁଣ ଆଦି ଫେରି କରି ବ୍ୟବସାୟ ଚଳାଇଥିବାର ପରିଲକ୍ଷିତ ହୋଇଛି । ଏଣେ ପଶ୍ଚିମବଙ୍ଗ ଲିଙ୍କକୁ ନେଇ ଓଡ଼ିଶାରେ କୋଭିଡ଼-୧୯ ପଜିଟିଭଙ୍କ ସଂଖ୍ୟା ଦ୍ରୁତ ଭାବେ ବୃଦ୍ଧିପାଇବାରେ ଲାଗିଛି । ତେଣୁ ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଜନସାଧାରଣଙ୍କ ମୟୂରଭଞ୍ଜ ସୀମା ଅତିକ୍ରମ କରିବାକୁ ନେଇ ସ୍ଥାନୀୟ ଜନସାଧାରଣ ଗଭୀର ଉଦବେଗ ପ୍ରକାଶ କରିଥିବା ବେଳେ ଏହା ଜିଲ୍ଲା ପ୍ରଶାସନ ନିମନ୍ତେ ସତର୍କ ଘଣ୍ଟି ବଜାଇ ଦେଇଛି । ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗରୁ ସୀମାନ୍ତବର୍ତ୍ତୀ  ଅଞ୍ଚଳରୁ ମୟୂରଭଞ୍ଜକୁ ଏହି ପ୍ରକାରର ପ୍ରବେଶ ଓ ପ୍ରସ୍ଥାନ ଜାରି ରୁହେ ତେବେ ଭବିଷ୍ୟତରେଏହା ମୟୂରଭଞ୍ଜବାସୀଙ୍କ ପ୍ରତି ବିପଦର କାରଣ ପାଲଟିବ ଏଥିରେ ଦ୍ୱିମତ ନାହିଁ । 

 

0
0
0
s2sdefault