ହେଡଲାଇନସ୍:

ସରକାରୀ ବହି ବାଂଟିଲେ ସରପଂଚଙ୍କ ସ୍ୱାମୀ: ବିଭିନ୍ନ ମହଲରେ ଅସନ୍ତୋଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସ୍ୁଲର ଶିକ୍ଷକ ମାନଙ୍କ ଉପସ୍ଥିତିରେ ମେଲଛାମୁଣ୍ଡା ସରପଂଚଙ୍କ ସ୍ୱାମୀ ବହି ବାଟିଂଛନ୍ତି । ବହି ବାଂଟୁଥିବାର ଫଟୋ ଉଠାଇ ନିଜେ ସାମାଜିକ ଗଣମାଧ୍ୟମରେ ସେୟାର କରିଥିବାକୁ ନେଇ ମେଲଛାମୁଣ୍ଡା ଅଂଚଳର ରାଜନୈତିକ, ଅଭିଭାବକ ଏବଂ ବୁଦ୍ଧିଜୀବି ମହଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ପ୍ରାପ୍ତସୂଚନାନୂସାରେ ଗଣଶିକ୍ଷା ବିଭାଗର ନିର୍ଦେଶକ୍ରମେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଘରକୁ ଘର ବୁଲି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ପାଠ୍ୟ ପୁସ୍ତକ ବଂଟନ କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗହଣରେ ମେଲଛାମୁଣ୍ଡା ସରପଂଚଙ୍କ ସ୍ୱାମୀ ପ୍ରକାଶ ବରିହା ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଫଟୋ ଉତୋଳନ କରୁଥିଲେ । ଏପରିକି ନିଜେ ଆମନ୍ତ୍ରୀତ ଅତିଥି ମୁଦ୍ରାରେ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀଙ୍କୁ ପୁସ୍ତକ ଧରାଇ ଫଟୋ ଉଠାଇବା ସହ ସୋସିଆଳ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି । ସୂଚନା ଯୋଗ୍ୟ ଯେ ସରକାର କରୋନା ଯୋଗୁ ସ୍ପଷ୍ଟ ନିୟମ କରିଛନ୍ତି ଯେ, ଏହି କଟକଣା ସମୟରେ ଯେଉଁ ସବୁ ସରକାରୀ କାର୍ଯ୍ୟକ୍ରମ ହେବ ସେଥିରେ କେବଳ ସରକାରୀ କର୍ମଚାରୀ ଭାଗ ନେବେ, କିନ୍ତୁ ସେଥିରେ କୌଣସି ଜନସାଧାରଣ କିମ୍ବା ରାଜନୈତିକ ବ୍ୟକ୍ତବିଶେଷଙ୍କ ଉପସ୍ଥିତି କିମ୍ବା ସଂଶ୍ଲିଷ୍ଟତା ରହିବ ନାହିଁ । ମେଲଛାମୁଣ୍ଡା ଅଂଚଳର ଅନେକ ରାଜନୈତିକ ଦଳର ଜନ ପ୍ରତିନିଧି ଥିବାବେଳେ କେମିତି ଜଣେ ନିର୍ଦ୍ଧିଷ୍ଟ ରାଜନୈତକ ଦଳର ଜନ ପ୍ରତିନିଧିଙ୍କ ସ୍ୱାମି କେଉଁ ଉଦେଶ୍ୟରେ ପୁସ୍ତକ ବଂଟନ କଲେ ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । ସରକାରଙ୍କ ନିର୍ଦେଶକୁ ସ୍କୁଲର ପ୍ରଧାନ ଶିକ୍ଷକ ଜାଣିନାହାନ୍ତି କିମ୍ବା କୌଣସି ଚାପର ବସବର୍ତି ହୋଇ କାର୍ଯ୍ୟକ୍ରମରେ ନିର୍ଦିଷ୍ଟ ବ୍ୟକ୍ତି ଜଣକୁ ସାମିଲ କରିଛନ୍ତି ତାର ତଦନ୍ତ ହେଉ ବୋଲି ବୁଦ୍ଧଜୀବି ମହଳରେ ଦାବୀହେଉଛି । 

ସେମାନେ ଯାହା କହନ୍ତି...

୧-ବାଳମକୁନ୍ଦ ସାହୁ(ପ୍ରଧାନ ଶିକ୍ଷକ)- ଆମ ସାଙ୍ଗରେ ଯାଇଥିବା ବ୍ୟକ୍ତି ଜଣକ ଆମେ ନେଇଥିବା ଗାଡିର ଡ୍ରାଇଭର ଭାବରେ ଯାଇଥିଲା । ସେ ଯଦି ଫଟୋ ଉଠାଇ ସେୟାର କରିଛି ଠିକ କରି ନାହିଁ । 

୨- ଆନନ୍ଦ ବନଛୋର(ବରିଷ୍ଠ  ବିଜେଡି କର୍ମି)-ବର୍ତମାନର କଟକଣା ସମୟରେ ସରକାରୀ କାର୍ଯ୍ୟକ୍ରମରେ କୌଣସି ଜନସାଧାରଣ ସାମିଲ ହୋଇ ଫଟୋ ଭାଇରାଲ କରିବା ଠିକ ନୁହେଁ । ସେ ଯଦି ନିଜ ଟଙ୍କାରୁ ବହି କିଣି ପିଳାଙ୍କୁ ବାଂଟୁଥିବାର ଫଟୋ ସେୟାର କରିଥିଲେ ଭଲ  ହୋଇଥାନ୍ତି ।

୩-ସଂଧ୍ୟା ବାଗ(ସମିତି ସଭ୍ୟା)-ସରକାରୀ ବହି ବଂଟନରେ ସରପଂଚଙ୍କ ସ୍ୱାମୀ ସାମିଲ ହେବା ଠିକ ହୋଇ ନାହିଁ । ପ୍ରଧାନ ଶିକ୍ଷକ କାହିଁକି ସାମିଲ କଲେ ତାହା ତଦନ୍ତ ସାପେକ୍ଷ ଅଟେ ।

୪-ପ୍ରକାଶ ବରିହା(ସରପଂଚଙ୍କ ସ୍ୱାମୀ)- ମୁଁ କିଛି କହିବାକୁ ଚାହୁଁନାହିଁ ।

 

0
0
0
s2sdefault